www.samajalive.in
Monday, December 8, 2025
27.1 C
Bhubaneswar

ଗୋଆରେ ହେବ ଚେସ୍ ବିଶ୍ବକପ

ନୂଆଦିଲ୍ଲୀ : ଚଳିତବର୍ଷର ଫିଡେ ଚେସ୍ ବିଶ୍ବକପ୍ ଗୋଆରେ ଖେଳାଯିବ। ଏହି ବିଶ୍ବକପ୍ ଅକ୍ଟୋବର ୩୦ରୁ ନଭେମ୍ବର ୨୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ୫ ଥର ବିଶ୍ବ ଚମ୍ପିଆନ୍ ମ୍ୟାଗ୍ନସ କାର୍ଲସେନ୍ ଏହି ବିଶ୍ବକପ୍ ଖେଳିବା ସମ୍ଭାବନା କମ୍। ବିଶ୍ବକପ୍‌ରେ ମୋଟ ୨୦୬ ଜଣ ଖେଳିବେ। ସେମାନଙ୍କ ମଧ୍ୟରୁ ପ୍ରଥମ ୫୦ ଜଣ ପ୍ରଥମ ରାଉଣ୍ଡରେ ବାଇ ପାଇଛନ୍ତି। ୫୧ରୁ ୨୦୬ ମାନ୍ୟତା ପାଇଥିବା ଖେଳାଳି ୨ଟି ଗେମ୍ ୮ ରାଉଣ୍ଡ ଧରି ଖେଳିବେ। ପ୍ରତି ରାଉଣ୍ଡ ୩ ଦିନିଆ ହେବ। ପ୍ରଥମ ୨ ଦିନ କ୍ଲାସିକାଲ ମୁକାବିଲା ହେବ। ଏଥିରେ ଫଇସଲା ନ ହେଲେ ୩ୟ ଦିନରେ ୠାପିଡ୍ ଓ ବ୍ଲିଜ୍ ଟାଇବ୍ରେକର ଖେଳାଯିବ। ଏହି ବିଶ୍ବକପ୍ ଖେଳିବାକୁ ୨୧ ଜଣ ଭାରତୀୟ ଯୋଗ୍ୟତା ଅର୍ଜନ କରିଛନ୍ତି। ଏଥିରେ ୫ ଥର ବିଶ୍ବ ଚମ୍ପିଆନ୍ ବିଶ୍ବନାଥନ୍ ଆନନ୍ଦ ମଧ୍ୟ ରହିଛନ୍ତି। ପ୍ରତିଯୋଗିତାରେ ୨ ନିୟୁତ ଆମେରିକୀୟ ଡଲାର (୧୭.୫ କୋଟି ଟଙ୍କା) ପୁରସ୍କାର ରାଶି ରହିଛି। ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ୩ଟି ସ୍ଥାନରେ ଥିବା ଖେଳାଳି ୨୦୨୬ କ୍ୟାଣ୍ଡିଡେଟ୍‌ସ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିବେ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories