www.samajalive.in
Monday, December 8, 2025
16.1 C
Bhubaneswar

ସୁପ୍ରିମକୋର୍ଟରେ ଦୁଇ ନୂଆ ବିଚାରପତି ନିଯୁକ୍ତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଦୁଇ ନୂଆ ବିଚାରପତିଙ୍କୁ ବୁଧବାର ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି। ପଦୋନ୍ନତି ପୂର୍ବକ ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଥିବା ଦୁଇ ବିଚାରପତି ହେଲେ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଆଲୋକ ଆରାଧେ ଓ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ବିପୁଲ ଏମ୍ ପାଞ୍ଚୋଲି। ସୁପ୍ରିମକୋର୍ଟ କଲେଜିୟମ୍ ସୁପାରିସ ଆଧାରରେ ଏହି ଦୁଇ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେବା ଲାଗି କେନ୍ଦ୍ର ସରକାର ଅନୁମୋଦନ କରିଥିଲେ। ଏହି ନୂଆ ନିଯୁକ୍ତି ଦ୍ବାରା ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ୩୪ରେ ପହଞ୍ଚିଛି। ଅନ୍ୟପଟେ ଜଷ୍ଟିସ ଶ୍ରୀ ଚନ୍ଦ୍ରଶେଖରଙ୍କୁ ବମ୍ବେ ହାଇକୋର୍ଟ ଓ ଜଷ୍ଟିସ ପବନକୁମାର ଭିମାପ୍ପା ବଜନଥ୍ରିଙ୍କୁ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି। ୧୯୬୪ ଏପ୍ରିଲ ୧୩ରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ଆରାଧେ ୧୯୮୮ରେ ନିଜର ନ୍ୟାୟିକ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୭ରେ​‌ ସେ ବମ୍ବେ ହାଇକୋର୍ଟରେ ବରିଷ୍ଠ ଆଇନଜୀବୀ ଭାବେ ନିଯୁକ୍ତି ପାଇଥିଲେ। ୨୦୦୯ରେ ସେ ମଧ୍ୟପ୍ରଦେଶ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୧୧ରେ ସେ ସ୍ଥାୟୀ ବିଚାରପତି ହୋଇଥିଲେ। ୨୦୧୬ରେ ଜାମ୍ମୁ-କାଶ୍ମୀର ହାଇକୋର୍ଟକୁ ବଦଳି ହୋଇଥିଲେ। ୨୦୧୮ରେ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ଏହା ପରେ ସେ କର୍ଣ୍ଣାଟକ ହାଇକୋର୍ଟକୁ ବଦଳି ହୋଇଥିଲେ ଓ ୨୦୨୩ରେ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୨୫ ଜାନୁଆରୀରେ ସେ ବମ୍ବେ ହାଇକୋର୍ଟକୁ ବଦଳି ହୋଇଥିଲେ। ଜଷ୍ଟିସ ପାଞ୍ଚୋଲି ୧୯୬୮ରେ ଗୁଜରାଟର ଅହମଦାବାଦରେ ଜନ୍ମ ଗ୍ରହଣ କରିଥିଲେ। ୧୯୯୧ରେ ସେ ନିଜର ଆଇନ କ୍ୟାରିୟର ଆରମ୍ଭ କରିଥିଲେ। ଗୁଜରାଟ ହାଇକୋର୍ଟରେ ସେ ଆଡିସିନାଲ ପବ୍ଲିକ ପ୍ରୋସିକ୍ୟୁଟର ଭାବେ ୭ବର୍ଷ କାମ କରିଥିଲେ। ୨୦୧୪ରେ ସେ ଗୁଜରାଟ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୧୬ରେ ସେ ସ୍ଥାୟୀ ବିଚାରପତି ହୋଇଥିଲେ। ୨୦୨୩ରେ ସେ ପାଟନା ହାଇକୋର୍ଟକୁ ବଦଳି ହୋଇଥିଲେ। ୨୦୨୫ ଜୁଲାଇ ୨୧ରେ ସେ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ପାଇଥିଲେ। ଜଷ୍ଟିସ ପାଞ୍ଚୋଲି ୨୦୩୧ ଅକ୍ଟୋବରରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେବେ ଓ ଏହି ପଦରେ ସେ ପ୍ରାୟ ଦୁଇବର୍ଷ ପାଇଁ ରହିବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories