www.samajalive.in
Monday, December 8, 2025
24.1 C
Bhubaneswar

୧୭ଟି ପ୍ରସ୍ତାବରେ କ୍ୟାବିନେଟ୍‍ ମୋହର

ଭୁବନେଶ୍ୱର : ରାଜ୍ୟ ସଚିବାଳୟରେ ମଙ୍ଗଳବାର ସରକାର ୧୭ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍‍ ମୋହର ମାରିଛନ୍ତି। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଠକରେ ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ ପାଇଁ କ୍ଷତିପୂରଣ ପ୍ରଦାନ ବ୍ୟବସ୍ଥାକୁ ସରଳ କରାଯିବାସହ ତିନିଦିନ ମଧ୍ୟରେ ତଦନ୍ତ ସାରି ୧୫ଦିନ ମଧ୍ୟରେ କ୍ଷତିପୂରଣ ମିଳିବ ବୋଲି ନିଷ୍ପତ୍ତି ନିଆଯାଇଛି।
ସରକାରୀ ଡାକ୍ତରଙ୍କ ପଦୋନ୍ନତି ବ୍ୟବସ୍ଥାକୁ କ୍ୟାବିନେଟ୍‍ ମଞ୍ଜୁରୀ ଦେବାସହ ନିୟମିତ ଚାକିରି କରୁଥିଲେ ୭, ୧୪, ୨୧ ବର୍ଷରେ ପଦୋନ୍ନତି ମିଳିବ। ଗଣଶିକ୍ଷା ଅଧିନକୁ ଯାଇଥିବା +୨କଲେଜ ଶିକ୍ଷକ ନିଯୁକ୍ତି ପାଇଁ କ୍ୟାଡର, ବିଦ୍ୟାଳୟରେ ପିଜିଟି ଶିକ୍ଷକ ନିଯୁକ୍ତି ପାଇଁ କ୍ୟାଡର ନିଯୁକ୍ତି କରିବେ ଓପିଏସସି। ଜଳସମ୍ପଦ ବିଭାଗ ଇଂଜିନିୟରିଂ କ୍ୟାଡରରେ ସଂଶୋଧନ। ଓଡିଆ ଭାଷାକୁ ଅଫିସିଆଲ ଭାଷା ଭାବେ ବ୍ୟବହାର କରିବାପାଇଁ ପୁରସ୍କାର ଦିଆଯିବ। ମାତ୍ର ବ୍ୟବହାର କରୁନଥିବା ଅଧିକାରୀଙ୍କ ପାଇଁ ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories