କଲ୍ୟାଣସିଂହପୁର: ସରକାର ବୃଦ୍ଧାଙ୍କୁ ମାସିକ ଭତ୍ତା ଟଙ୍କା ଯୋଗାଇବା କଡା ନିୟମ ରହିଥିବା ବେଳେ ନିୟମଗିରି ଡଙ୍ଗରିଆ ମହିଳା ବୃଦ୍ଧାଙ୍କୁ ଆଧାର ନବୀକରଣ ହୋଇନି ବୋଲି ଭତ୍ତାରୁ ବଞ୍ଚିତ ଅଛନ୍ତି ସାତଖଣ୍ଡ ଗ୍ରାମର ମହିଳା ମାନେ। ବଞ୍ଚିତ ମହିଳାମାନେ ହେଲେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ସଲି ପଞ୍ଚାୟତର। ପ୍ରତିମାସ ୧୫ ତାରିଖରେ ପଞ୍ଚାୟତ କାର୍ଯ୍ୟାଳୟଠାରେ ବୃଦ୍ଧାମାନଙ୍କୁ ଜାତୀୟ ବାର୍ଦ୍ଧକ୍ୟ ଓ ରାଜ୍ୟ ଭତ୍ତା ପ୍ରଦାନ କରାଯାଉଥିଲା। କିନ୍ତୁ ଚଳିତ ମାସରେ ନିୟମଗିରି ପାହାଡ଼ ଅଞ୍ଚଳ ପାର୍ଶାଲି ପଞ୍ଚାୟତ ନିଶିଖାଲ, ନିର୍ଗୁଣ୍ଡି, ବଙ୍ଗପାଡୁ, ଫାକେରୀ, ସାନ ଡେଙ୍ଗଲେଲି, ବଡ଼ ଡେଙ୍ଗଲେଲି ଭଳି ଆହୁରି ଅନେକ ଗ୍ରାମର ପ୍ରାୟ ୨୫ରୁ ଅଧିକ ବୃଦ୍ଧ ମହିଳାମାନେ ଭତ୍ତାରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି। ସେମାନଙ୍କ ଆଧାରକାର୍ଡ ନବୀକରଣ ହୋଇନି ବୋଲି ପଞ୍ଚାୟତରେ ଅଧିକାରୀ ପ୍ରଦାନ କରିନଥିବା କୁଡୁଞ୍ଜି କାଡ୍ରାକା, ସୁନାରି ଶିକକା, କୁଚାଡ଼ି କାଡ୍ରାକା ଅଭିଯୋଗ କରିଛନ୍ତି। ପ୍ରତିମାସରେ ନଗଦ ଟଙ୍କା ହାତରେ ଦେଉଥିବା ବେଳେ ଚଳିତ ମାସରେ ଭତ୍ତା ଟଙ୍କା ମିଳିନଥିବାରୁ କେମିତି ଚଳିବୁ, କଣ ଖାଇ ବଞ୍ଚିବୁ ବୋଲି ଚିନ୍ତାରେ ପଡି ଆଧାର ନବୀକରଣ କରିବା ପାଇଁ ବିଭିନ୍ନ ଜନସେବା କେନ୍ଦ୍ରକୁ ବୁଲି ବୁଲି ନିରାଶ ହୋଇ ଚିନ୍ତାରେ ଜଗନ୍ନାଥ ମନ୍ଦିର ନିକଟରେ ବସିଥିବା ଦେଖିବାକୁ ମିଳିଥିଲା। ଗତକାଲି ଜିଲାପାଳ ଆଶୁତୋଷ କୁଲକର୍ଣ୍ଣି ନିୟମଗିରି ଡଙ୍ଗାରିଆଙ୍କ ପାଇଁ ଆଧାର ନବୀକରଣ ଓ ନୂତନ ଆଧାର କାର୍ଡ କରିବା ପାଇଁ ବ୍ଲକ ପ୍ରଶାସନକୁ ନିର୍ଦେଶ ଦେଇଥିବା ବେଳେ କାହଁକି ବ୍ଲକ କର୍ମଚାରୀ ଏଭଳି ଭତ୍ତାରୁ ବଞ୍ଚିତ କରିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
୫୦୦ ବର୍ଷ ପରେ.. ଗଣେଶ ଚତୁର୍ଥୀରେ ଦୁର୍ଲ୍ଲଭ ଯୋଗ: ଏହି ରାଶିଙ୍କ ଉପରେ ଖାଲି ହେବ ଧନ ବର୍ଷା, ବଦଳିବ ଏସବୁ..



