www.samajalive.in
Friday, December 5, 2025
27.1 C
Bhubaneswar

ବଢ଼ୁଛି ସୁବର୍ଣ୍ଣରେଖା : ଭଦ୍ରକରେ ବନ୍ୟା ସ୍ଥିତି, ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା

ଭଦ୍ରକ : ଲଘୁଚାପ ଯୋଗୁଁ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ବୈତରଣୀରେ ବନ୍ୟା ପାଇଁ ସ୍କୁଲ୍ , ଅଙ୍ଗନବାଡ଼ି ବନ୍ଦ ରହିଛି। ଧାମନଗର ବ୍ଲକର ହସନାବାଦ, ଅର୍ଜୁନପୁର, ପଧାନୀ ଓ ସୋହଡା ପଞ୍ଚାୟତରେ ଛୁଟି ଘୋଷଣା ହୋଇଛି। ସ୍କୁଲ ଏବଂ ଅଙ୍ଗନବାଡି ଗୁଡିକରେ ବନ୍ୟା ପାଣି ପଶିଯାଇଛି। ଏଣୁ ଦୁଇଦିନ ପାଇଁ ଭଦ୍ରକ ଜିଲ୍ଲାପାଳ ୪ ପଞ୍ଚାୟତରେ ଛୁଟି ଘୋଷଣା କରିଛନ୍ତି । ସେପଟେ ପ୍ରବଳ ବର୍ଷା ପାଇଁ ଝାଡ଼ଖଣ୍ଡର ଗାଲୁଡିହ ସ୍ଥିତ ସୁବର୍ଣ୍ଣରେଖା ନଦୀ ବ୍ୟାରେଜର ୧୩ଟି ଫାଟକ ଶନିବାର ଖୋଲି ଦିଆଯାଇଥିଲା। ବ୍ୟାରେଜରୁ ସେକେଣ୍ଡ ପ୍ରତି ୫ ହଜାର କ୍ୟୁସେକ୍‌ ପାଣି ନିଷ୍କାସିତ ହେବାରୁ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିଛି। ବାଲେଶ୍ବର ଜିଲା ରାଜଘାଟଠା​‌ରେ ନଦୀର ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ ଗତକାଲି ସନ୍ଧ୍ୟା ୭ଟା ସୁଦ୍ଧା ଏହାର ଜଳସ୍ରୋତ ୧୧.୨୦ ମିଟରରେ ପ୍ରବାହିତ ହେଉଥିଲା। ବ୍ୟାପକ ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶିଥିବାବେଳେ ଲୋକେ ପୁଣି ଘୋର ଦୁର୍ଦଶାକୁ ସାମ୍ନା କରିଛନ୍ତି। ନଦୀର ଜଳସ୍ରୋତ ଧୀରେ ଧୀରେ ବଢୁଥିଲେ ହେଁ ଝାଡ଼ଖଣ୍ଡରେ ପୁଣି ପ୍ରବଳ ବର୍ଷା ହେଲେ ନଦୀରେ ବଡ଼ ବନ୍ୟା ଆଶଙ୍କା ରହିଛି। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ସୁବର୍ଣ୍ଣରେଖାରେ ଷଷ୍ଠ ଥର ପାଇଁ ବନ୍ୟା ଆସିଛି। ବିପନ୍ନଙ୍କୁ ଉଦ୍ଧାର ଓ ସହାୟତା ପାଇଁ ପ୍ରଶାସନ ସଜାଗ ରହିଥିବାବେଳେ ବିଭିନ୍ନ ସ୍ଥାନରେ ୨୨ଟି ବୋଟ ସହ ଉଦ୍ଧାରକାରୀ ଦଳ ମୁତୟନ ଥିବା ଜଣାଯାଇଛି। ସୁବର୍ଣ୍ଣରେଖାରେ ବନ୍ୟା ପାଇଁ ବାଲେଶ୍ବର ଜିଲାର ଜଳେଶ୍ବର, ବସ୍ତା, ଭୋଗରାଇ ଓ ବାଲିଆପାଳ ବ୍ଲକର ନଦୀ ଅବବାହିକା ଅଞ୍ଚଳର ଲୋକେ ଛାନିଆ ହୋଇପଡ଼ିଛନ୍ତି। ଚଳିତ ବର୍ଷ ସୁବର୍ଣ୍ଣରେଖାରେ ପୂର୍ବରୁ ୫ ଥର ବନ୍ୟା ଆସିଥିବାରୁ ଏହି ୪ଟି ବ୍ଲକର ବିସ୍ତୃତ ଅଞ୍ଚଳର ଲୋକ ବେଶ ହିନସ୍ତା ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ଆସି ଆକାଶ ମାର୍ଗରୁ ବନ୍ୟା କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ। ଗତକାଲି ଅପରାହ୍ଣ ବେଳକୁ ତଳିଆ ଅଞ୍ଚଳରେ ନଦୀ ଜଳ ପ୍ରବେଶ କରିବା ଆରମ୍ଭ ହୋଇଥିଲା। ବାଲିଆପାଳ ବ୍ଲକର ୮ଟି ପଞ୍ଚାୟତର ୪୦ରୁ ଅଧିକ ଗାଁରେ ପାଣି ପଶିଥିବା ଜଣାଯାଇଛି। ବିଭିନ୍ନ ରାସ୍ତାରେ ୩ ଫୁଟ ଉଚ୍ଚତାର ପାଣି ପ୍ରବାହିତ ହେଉଥିବାରୁ ଲୋକେ ଯାତାୟାତରେ ହଇରାଣ ହେଉଛନ୍ତି। ସେହିପରି ଜଳେଶ୍ବର ବ୍ଳକର ୮ଟି ପଞ୍ଚାୟତର ୪୧ଟି ଗାଁରେ ପାଣି ପଶିଛି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories