www.samajalive.in
Monday, December 8, 2025
27.1 C
Bhubaneswar

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଅଦାଲତୀ ଝଟକା: ୪୬ କାରଖାନାର ପ୍ରଦୂଷଣ ଯାଞ୍ଚ ନିର୍ଦେଶ

ସୁନ୍ଦରଗଡ଼: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ହାଇକୋର୍ଟଙ୍କ ଝଟକା ଲାଗିଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏକ ରିଟ ଆବେଦନର ଶୁଣାଣି କରି ସୁନ୍ଦରଗଡ଼ ଜିଲାର ସମସ୍ତ ୪୬ ସ୍ପଞ୍ଜ ଓ ଲୁହା କାରଖାନାରେ ପ୍ରଦୂଷଣ ସ୍ତର ଯାଞ୍ଚ କରି ଏକ ମାସ ମଧ୍ୟରେ ରିପୋର୍ଟ ଦେବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦେଶ ଦେଇଛନ୍ତି। ଅଦାଲତି ଛାଟ ଖାଇବା ପରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସ୍ବତନ୍ତ୍ର ଦଳ ଗଠନ କରି ପ୍ରଦୂଷଣ ଯାଞ୍ଚ ଆରମ୍ଭ କରିଛି।

ବଡ଼ଗାଁ ଭୋଇପାଲିର ପରିବେଶପ୍ରେମୀ ତଥା ଜୟ ଯବାନ ଜୟ କିଶନ କୃଷକ ସଂଘ ଆବାହକ ରବୀନ୍ଦ୍ର ପଟେଲ ଓ ସୁନ୍ଦରଗଡ଼ ଜିଲା ସରପଞ୍ଚ ସଂଘ ସଭାପତି ଉଗ୍ରସେନ କିଶାନ ଉଚ୍ଚ ନ୍ୟାୟାଳୟରେ ଅଭିଯୋଗ କରିଛନ୍ତି ଯେ ଏହି ଜିଲାରେ ଥିବା ସମସ୍ତ ସ୍ପଞ୍ଜ ଓ ଲୁହା କାରଖାନା ବ୍ୟାପକ ପ୍ରଦୂଷଣ କରୁଛନ୍ତି। କୌଣସି କାରଖାନା ପ୍ରଦୂଷଣ ନିୟନ୍ତ୍ରଣ କରୁନାହାନ୍ତି କି ପରିବେଶ ସୁରକ୍ଷା ନିୟମ ପାଳନ କରୁନାହାନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି କାରଖାନାଗୁଡ଼ିକ ପାଇଁ ସବୁବେଳେ ସୁରକ୍ଷା ଢାଳ ଭଳି କାମ କରୁଛନ୍ତି। ପ୍ରଦୂଷଣ ସ୍ତର ଯାଞ୍ଚ କରୁନାହିଁ। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସୁରକ୍ଷା କବଚ ସାଜିଥିବାରୁ କାରଖାନା ପରିଚାଳନାରେ ପ୍ରଦୂଷଣ ନିୟମର ଖୋଲା ଉଲ୍ଲଂଘନ ଚାଲିଛି। ହାଇକୋର୍ଟ ଏହି ରିଟ ପିଟିସନର ଶୁଣାଣି କରି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପ୍ରତି କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ହାଇକୋର୍ଟ ଜଷ୍ଟିସ ଏସ୍. କେ. ପାଣିଗ୍ରାହୀଙ୍କ ଉପରୋକ୍ତ ରାୟ ମିଳିବା ପରେ ରାଜ୍ୟ ପ୍ରଦୂଷଣ ବୋର୍ଡ ସଦସ୍ୟ ସଚିବ ଏକ ସ୍ବତନ୍ତ୍ର ବିଶେଷଜ୍ଞ ଦଳ ଦ୍ବାରା ଜିଲାର ସବୁ ସ୍ପଞ୍ଜ ଓ ଲୁହା କାରଖାନାର ପ୍ରଦୂଷଣ ସ୍ତର ଯାଞ୍ଚ ସେପ୍ଟେମ୍ବର ୧୯ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣର ସ୍ବତନ୍ତ୍ର ଅଡିଟ ପାଇଁ ଜଣେ ଦକ୍ଷ ଅଧିକାରୀଙ୍କୁ ନିଯୁକ୍ତ କରାଯିବ ଓ ଏବଂ ଆବେଦନକାରୀମାନଙ୍କୁ ମଧ୍ୟ ଏଥିରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବା ଉଚିତ ବୋଲି ଉଚ୍ଚ ନ୍ୟାୟାଳୟ ମତ ଦେଇଛନ୍ତି। ରାଜ୍ୟ ପ୍ରଦୂଷଣ ବୋର୍ଡର ଓକିଲ ଶାନ୍ତି ପ୍ରକାଶ ମହାନ୍ତିଙ୍କୁ ଆସନ୍ତା ଚାରି ସପ୍ତାହ ମଧ୍ୟରେ ସବୁ ସ୍ପଞ୍ଜ ଓ ଲୁହା କାରଖାନାର ବିସ୍ତୃତ ପରିବେଶଜନିତ ଅଡିଟ ରିପୋର୍ଟ ଅଦାଲତରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୫ ତାରିଖ ଧାର୍ଯ୍ୟ ହୋଇଛି।

- Advertisement -

ହାଇକୋର୍ଟଙ୍କ ନିର୍ଦେଶକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତତ୍କାଳ କାର୍ଯ୍ୟକାରୀ କରିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସ୍ବତନ୍ତ୍ର ଦଳ ଅଗଷ୍ଟ ୧୯ ତାରିଖରେ ବଲଣ୍ଡାର ଜୟ ଆଇରନ ଆଣ୍ଡ ଷ୍ଟିଲ, ଜିଆବାହାଲର ସ୍ପଞ୍ଜ ଉଦ୍ୟୋଗ, ୨୦ ତାରିଖରେ ଅଗ୍ରସେନ ସ୍ପଞ୍ଜ ଓ ଆଧୁନିକ ମେଟାଲିକ୍ସ, ୨୧ ତାରିଖରେ ଟାଇଁସରର ଜୟ ବାଲାଜୀ ଜ୍ୟୋତି ଷ୍ଟିଲସ ଏବଂ ଶ୍ରୀ ବାଲାଜୀ ମେଟାଲିକ୍ସ କାରଖାନା ଓ ଆଜି ଶ୍ରୀ ଗଣେଶ ମେଟାଲିକ୍ସ ଏବଂ ଗୋବିନ୍ଦମ ପ୍ରୋଜେକ୍ଟସରେ ପ୍ରଦୂଷଣ ଯାଞ୍ଚ କରିଛନ୍ତି। କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଦୁଇ ଆବେଦନକାରୀଙ୍କୁ ଏପର୍ଯ୍ୟନ୍ତ ଏହି ପ୍ରଦୂଷଣ ଯାଞ୍ଚ ପ୍ରକ୍ରିୟାରେ ସାମିଲ କରାଯାଇ ନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories