www.samajalive.in
Thursday, December 11, 2025
16.1 C
Bhubaneswar

ଟ୍ରମ୍ପଙ୍କୁ ଏହି ସବୁ ଦେବାକୁ ପୂର୍ଣ୍ଣ ପ୍ରତିଶ୍ରୁତି ଦେଇଛନ୍ତି ମାର୍ଶାଲ ମୁନୀର

ପାକିସ୍ତାନର ବିଫଳ ମାର୍ଶାଲ ଅସୀମ ମୁନିର ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏବେ ବନ୍ଧୁତା ବେଶ ସୁହାଇଛି । କାରଣ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ପୂର୍ଣ୍ଣ ସମର୍ଥନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୁନିର । ଏହାସହିତ ତୈଳ, ରାଷ୍ଟ୍ର-ସମର୍ଥିତ କ୍ରିପ୍ଟୋକରେନ୍ସି ପ୍ରକଳ୍ପ, ବିରଳ ମୃତ୍ତିକା କ୍ଷେତ୍ରରେ ମଧ୍ୟ ସହଯୋଗ କରିବେ ମୁନିର । ସେ ଆମେରିକାକୁ ବଲୋଚ ସଂଗଠନକୁ ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିବାକୁ ବାଧ୍ୟ କରି ଏକ ବଡ ସଫଳତା ହାସଲ କରିଛନ୍ତି ।
ଅନେକ ପ୍ରତିରକ୍ଷା ବିଶେଷଜ୍ଞ ମତ ରଖି ମୁନିରଙ୍କୁ ବିଫଳ ମାର୍ଶାଲ କହୁଥିବା ବେଳେ ଏହା ପ୍ରମାଣିତ ମଧ୍ୟ ହୋଇଛି । ପାକିସ୍ତାନର ସ୍ୱାଧୀନତା ଦିବସ ଅବସରରେ ସମା ଟିଭି ୧୪୦ରୁ ଅଧିକ ପାକିସ୍ତାନୀ ସୈନିକଙ୍କ ତାଲିକା ପ୍ରକାଶ କରିଥିଲା, ଯେଉଁମାନଙ୍କୁ ମରଣୋତ୍ତର ବୀରତ୍ୱ ପୁରସ୍କାର ଦିଆଯାଇଥିଲା । ହେଲେ ତାଲିକାରେ ମୁନିରଙ୍କ ନାମ ନଥିଲା । ଏହି ରିପୋର୍ଟ ଭାଇରାଲ ହେବା ପରେ ଏହାକୁ ଡିଲିଟ୍‍ କରି ଦିଆଯାଇଥିବା ଜଣାପଡିଥିଲା । ଭାରତ ସହ ଯୁଦ୍ଧରେ ପରାଜୟ ସତ୍ୱେ ମୁନିର ପାକିସ୍ତାନରେ ବିଜୟ  ଉତ୍ସବ ପାଳନ କରିଥିଲେ, ଯେତେବେଳେ ପାକ ସେନା ନିଜର ନଷ୍ଟ ହୋଇଥିବା ଏୟାରଷ୍ଟ୍ରିପ୍‍ ନିର୍ମାଣରେ ବ୍ୟସ୍ତ ଥିଲା । ଏଥିପାଇଁ ମୁନିରଙ୍କୁ ଅନେକ ସମାଲୋଚନା ମଧ୍ୟ କରିଥିଲେ ।
ଜୁନ୍‍ ମାସରେ ଇସ୍ରାଏଲ ଇରାନ ବିରୋଧରେ ଅପରେସନ୍‍ ରାଇଜିଂ ଲାଇନ୍‍ ଆରମ୍ଭ କରିବା ବେଳେ ମୁନିର ପ୍ରଥମେ ଆମେରିକା ଗସ୍ତ କରିଥିଲେ । ପାକିସ୍ତାନ ଭାରତଠାରୁ ପରାସ୍ତ ହେବାର ମାତ୍ର ଏକ ମାସ ପରେ ଟ୍ରମ୍ପଙ୍କ ନିମନ୍ତ୍ରଣ ପାଇ ମୁନିର ଆମେରିକା ଯାଇଥିଲେ । ଇରାନ୍‍ ସହ ପାକିସ୍ତାନର ସୀମା ରହିଥିବା ବେଳେ ଆମେରିକା ଖାମେନି ଶାସନ ବିରୋଧରେ ଏୟାର ଷ୍ଟ୍ରାଇକ୍‍ କରିବାର ଥିଲା । ଇରାନର ପରମାଣୁ କେନ୍ଦ୍ର ଉପରେ ବୋମା ମାଡ କରିବାର କିଛି ଦିନ ପୂର୍ବରୁ ଆମେରିକା ପାକିସ୍ତାନଠାରୁ ସହଯୋଗ ଲୋଡିଥିଲା । ଆମେରିକା କଥାରେ ମୁନିର ଖୁବ ସହଜରେ ରାଜି ହୋଇଥିଲେ ।
ସର୍ବଦା ଅର୍ଥ ସଙ୍କଟରେ ରହୁଥିବା ପାକିସ୍ତାନ ଆନୁଷ୍ଠାନିକ ଭାବେ କ୍ରିପ୍ଟୋକରେନ୍ସି ପାଇଁ ନିଜର ଦ୍ୱାର ଖୋଲି ଟ୍ରମ୍ପଙ୍କ ପ୍ରିୟ ହୋଇଥିଲା । ଏହି କ୍ରିପ୍ଟୋ ପ୍ରୋଜେକ୍ଟ ପାଇଁ ୱାର୍ଲ୍ଡ ଲିବର୍ଟି ଫାଇନାନ୍ସିଆଲ କ୍ରିପ୍ଟୋକରେନ୍ସି ପ୍ରୋଜେକ୍ଟକୁ ଫାସିଲିଟେଟର ଭାବରେ ଚୟନ କରାଯାଇଥିଲା । ଯାହା ଟ୍ରମ୍ପଙ୍କ ପରିବାର ସହ ଜଡିତ । କିନ୍ତୁ ଆଇଏମ୍‍ଏଫର ଋଣ ଅର୍ଥରେ ବଞ୍ଚି ଥିବା ପାକିସ୍ତାନ ଆର୍ଥିକ ସ୍ଥିତିକୁ ଦେଖିଲେ ସେଠାରେ ଟ୍ରମ୍ପଙ୍କ କ୍ରିପ୍ଟୋ ଆଗ୍ରହ ଓ ପୁଞ୍ଜିନିବେଶ ନରର୍ଥକ ସାବ୍ୟସ୍ତ ହୋଇପାରେ ।
ନିଜର ତୈଳ ଓ ଗ୍ୟାସ୍‍ ନଥାଇ ଆମେରିକାକୁ ତାହା ଦେବ ବୋଲି ପ୍ରତିଶ୍ରୁତି ଦେଇଛି ପାକିସ୍ତାନ । ପାକିସ୍ତାନର ପେଟ୍ରୋଲିୟନ ଇନଷ୍ଟିଚ୍ୟୁଟ ଅନୁଯାୟୀ ଦେଶର ଘରୋଇ ତୈଳ ଉତ୍ପାଦନ ହ୍ରାସ ପାଇବାରେ ଲାଗିଛି । ଏଠାରେ ୨୦୧୯ରେ ଦୈନିକ ୮୯.୦୩୦ ବ୍ୟାରେଲ ଅଶୋଧିତ ତୈଳ ଉତ୍ପାଦନ ହୋଇଥିବା ବେଳେ ୨୦୨୫ରେ ଏହା ୬୪.୨୬୨ ବ୍ୟାରେଲକୁ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି । ଏହାସହ ପାକିସ୍ତାନରେ ବିରଳ ମୃତ୍ତିକାର ଉପସ୍ଥିତି ନେଇ ଯେଉଁ ଦାବି ହୋଇଛି ତାହା ପ୍ରମାଣିତ ହୋଇନାହିଁ । ବିରଳ ମୃତ୍ତିକା ଉତ୍ତୋଳନ ପାଇଁ ଆବଶ୍ୟକ ଜ୍ଞାନକୌଶଳ ଓ ଭିତ୍ତିଭୂମି ମଧ୍ୟ ପାକିସ୍ତାନ ପାଖରେ ନାହିଁ । ତୈଳ ଓ ବିରଳ ମୃତ୍ତିକାର ପ୍ରତିଶ୍ରୁତି ଦେଇ ପାକିସ୍ତାନ ଆମେରିକାର ସ୍ୱାର୍ଥକୁ ପ୍ରୋତ୍ସାହନ ଦେଉଥିବା ବେଳେ ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର ଜରିଆରେ ଏହାର ପ୍ରମୁଖ ନିବେଶକ ଚୀନ୍‍ ସହ ସମ୍ପର୍କ ଖରାପ ହେବାର ଆଶଙ୍କା ରହିଛି ।
ତେବେ ଟ୍ରମ୍ପ ପାକିସ୍ତାନ ପ୍ରତି କୋହଳ ହୋଇ ଭାରତ ଉପରେ କୋପ ଦେଖାଉଥିବା ଚର୍ଚ୍ଚା ହେଉଛି । ଆମେରିକାର ଦାଦାଗିରି ସବୁ ଦେଶରେ ଚାଲିପାରେ, ହେଲେ ଭାରତ ଭଳି ମହାଶକ୍ତି ପାଖରେ ଚାଲିବ ନାହିଁ । କାରଣ ଆମେରିକାରେ ୩୪କୋଟି ଜନସଂଖ୍ୟା ଥିବାବେଳେ ଭାରତରେ ୩୪କୋଟି କେବଳ ବିଦ୍ୟାର୍ଥୀ । ତେବେ ଏଭଳି ମହାଶକ୍ତି କାହା ପାଖରେ ନଇଁବ ନାହିଁ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories