www.samajalive.in
Friday, December 5, 2025
26.1 C
Bhubaneswar

ଆକ୍ସିଅମ-୪ ସମଗ୍ର ଦେଶବାସୀଙ୍କ ଅଭିଯାନ: ଶୁଭାଂଶୁ

ନୂଆଦିଲ୍ଲୀ: ନିକଟରେ ମହାକାଶ ଯାତ୍ରାରୁ ଫେରିଥିବା ଭାରତୀୟ ବାୟୁସେନାର ଗ୍ରୁପ୍‌ କ୍ୟାପଟେନ ଶୁଭାଂଶୁ ଶୁକ୍ଳା ତାଙ୍କର ଏହି ସଫଳତାକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଗୁରୁବାର ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବା ଅବସରରେ ଶୁଭାଂଶୁ କହିଛନ୍ତି ଯେ ଇସ୍ରୋ ଓ ନାସାର ମିଳିତ ସହଯୋଗରେ କାର୍ଯ୍ୟକାରୀ ହୋଇଥିବା ଆକ୍ସିୟମ-୪ କେବଳ ତାଙ୍କର ନୁହଁ, ବରଂ ସମଗ୍ର ଦେଶବାସୀଙ୍କ ଅଭିଯାନ। ଭାରତର ମହାକାଶ କାର୍ଯ୍ୟକ୍ରମକୁ ନୂତନ ଶିଖରରେ ପହଞ୍ଚାଇବାରେ ଆକ୍ସିୟମ-୪ ସହାୟକ ହେବ ବୋଲି ଶୁଭାଂଶୁ ଆଶାବ୍ୟକ୍ତ କରିଛନ୍ତି। ପୃଥିବୀପୃଷ୍ଠରେ ମିଳିଥିବା ତାଲିମ ତୁଳନାରେ ମହାକାଶ ଯାତ୍ରା ସମ୍ପୂର୍ଣ୍ଣ ଭିନ୍ନ ହୋଇଥିବାବେଳେ ଜଣେ ମହାକାଶଚାରୀ ହିଁ କେବଳ ଏହାକୁ ଅନୁଭବ କରିପାରିବ ବୋଲି ସେ କହିଛନ୍ତି। ତାଙ୍କର ଏହି ସଫଳତା ପାଇଁ ଶୁଭାଂଶୁ ଭାରତ ସରକାରଙ୍କ ସମେତ ଇସ୍ରୋକୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି। ଆକ୍ସଅମ-୪ ଅଭିଯାନରେ ଶୁଭାଂଶୁଙ୍କୁ ‘ମିଶନ ପାଇଲଟ୍‌’ ଭୂମିକା ତୁଲାଇବାକୁ ପଡିଥିଲା।

ମହାକାଶକୁ ଯାଇଥିବା ଉକ୍ତ ଡ୍ରାଗନ କ୍ୟାପପୁଲରେ କେବଳ ୪ ଜଣ ମହାକାଶଚାରୀଙ୍କ ବସିବା ପାଇଁ ଆସନ୍ତ ଉଦ୍ଦିଷ୍ଟ ଥିଲା। ତେଣୁ ଆଇଏସଏସ (ଆନ୍ତର୍ଜାତିକ ମହାକାଶ ଷ୍ଟେସନ)ରେ ପହଞ୍ଚିବା ଏବଂ ପୃଥିବୀପୃଷ୍ଠକୁ ଫେରିବା ପର୍ଯ୍ୟନ୍ତ ଶୁଭାଂଶୁଙ୍କୁ ମିଶନ କମାଣ୍ଡର ପେଗି ହ୍ବିଟସନଙ୍କ ସହ ଉପଯୁକ୍ତ ସମନ୍ବୟ ରକ୍ଷା କରିବାକୁ ପଡିଥିଲା। ମହାକାଶରେ ଶୁଭାଂଶୁ ମୋଟ ୧୮ ଦିନ ଅତିବାହିତ କରିଥିଲେ। ତେବେ ପ୍ରଥମ ତିନି ଚାରିଦିନ ବିନା ମାଧ୍ୟାକର୍ଷଣ ଶକ୍ତି (ଜିରୋ ଗ୍ରାଭିଟି)ରେ ନିଜକୁ ଖାପ ଖୁଆଇବା ଅତ୍ୟନ୍ତ କଷ୍ଟକର ଏବଂ ଏକ ଆହ୍ବାନ ଥିଲା ବୋଲି ସେ କହିଛନ୍ତି। ମହାକାଶ ଅଭିଯାନର ଅଭିଜ୍ଞତା ଜୀବନବ୍ୟାପୀ ଅନୁଭୂତି ଏବଂ ଏହାକୁ ଶବ୍ଦରେ ବ୍ୟାଖ୍ୟା କରାଯାଇପାରିବନି ବୋଲି ସେ କହିଛନ୍ତି। ଏହି ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଉପସ୍ଥିତ ଥିଲେ। ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ଶୁଭାଂଶୁ ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟି ନିଜର ମହାକାଶ ଯାତ୍ରା ଅଭିଜ୍ଞତା ସମ୍ପର୍କରେ ବଖାଣିଛନ୍ତି।

- Advertisement -

ସୂଚନାଯୋଗ୍ୟ ଭାରତୀୟ ବାୟୁସେନାରେ ଗ୍ରୁପ୍‌ କ୍ୟାପଟେନ ପାହ୍ୟାରେ କାର୍ଯ୍ୟରତ ଶୁଭାଂଶୁ ନାସା ଓ ଇସ୍ରୋର ମିଳିତ ସହଯୋଗରେ ଆୟୋଜିତ ଆକ୍ସିଅମ-୪ ଅଭିଯାନରେ ଅନ୍ୟ ତିନି ମହାକାଶଚାରୀଙ୍କ ସହ ଜୁନ ୨୫ରେ ମହାକାଶକୁ ଯାତ୍ରା କରିଥିଲେ। ଆନ୍ତର୍ଜାତିକ ମହାକାଶ ଷ୍ଟେସନ (ଆଇଏସଏସ)ରେ ୧୮ ଦିନ ଅବସ୍ଥାନ କରିବାପରେ ସେ ଜୁଲାଇ ୧୫ରେ ପୃଥିବୀପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories