ଭଦ୍ରକ : ଗୋରୁ ଉଦ୍ଧାର ପରେ ଜାଳିଦେଲେ ଗାଡି। ଭଦ୍ରକ ୧୬ନଂ ଜାତୀୟ ରାଜପଥ ନଳାଙ୍ଗ ପେଟ୍ରୋଲ ପମ୍ପ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉତ୍ତ୍ୟକ୍ତ ଲୋକମାନେ ବେଆଇନ୍ ଗୋରୁ ବୋଝେଇ ଭ୍ୟାନରେ ନିଆଁ ଲଗାଇଦେଇଛନ୍ତି। ଏପରିକି ଗୋରକ୍ଷକମାନେ ଭ୍ୟାନ୍ ଟିକୁ ଭଙ୍ଗା ରୁଜ୍ଜା ମଧ୍ୟ କରି ଦେଇଛନ୍ତି। ଗୋରୁ ବୋଝେଇ ପିକଅପ୍ ଗାଡିଟି ଯାଜପୁର ପାଣିକୋଇଲି ଅଞ୍ଚଳରୁ ଆସୁଥିଲା। ଖବରପାଇ ଗୋରକ୍ଷକ ମାନେ ଗାଡିକୁ ଅଟକାଇବା ସହ ୧୨ ଗୋରୁଙ୍କୁ ଉଦ୍ଧାର କରିଥିଲେ । ପରେ ଗାଡିରେ ନିଆଁ ଲଗାଇଦେଇଥିଲେ। ପରେ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସେପଟେ ଘଟଣାସ୍ଥଳରୁ ପିକଅପ୍ ଗାଡି ଡ୍ରାଇଭର ଫେରାର୍ ହୋଇଯାଇଛି।
Popular Categories



