ଫୁଲବାଣୀ : ଫୁଲବାଣୀ ବ୍ଲକ ଅନ୍ତର୍ଗତ ତେରାଗୁଡା ଗ୍ରାମର ସାଲୁଁକି ନଦୀ ଉପରେ ନିର୍ମିତ କଲଭର୍ଟ ଦୁଇ ବର୍ଷ ହେଲା ପ୍ରବଳ ବର୍ଷାରେ ଭାଙ୍ଗି ଯାଇଥିଲା । ଏହି କଲଭର୍ଟଟି ଫୁଲବାଣୀ ବ୍ଲକ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟାଳୟଠାରୁ ପ୍ରାୟ ଦୁଇ କିମି ଦୂରରେ ଥିବା ତେରାଗୁଡା ଗ୍ରାମ ଦେଇ ଯାଇଥିବା ସାଲୁଁକି ନଦୀରେ ନିର୍ମିତ ହୋଇଥିଲା । ଏହି କଲଭର୍ଟଟି ତେରାଗୁଡା ଗ୍ରାମ ଓ ପୋଲିସ ବାରକ, ସାଲୁଁକି ସାହି, ଇରିଗେଶନ କଲୋନୀ, ଦଧିବାମନ ସାହିର ଲୋକ ନିର୍ଭର କରୁଥିଲେ । ବିଶେଷ କରି କୋଭିଡ ସମୟରେ ଆମ୍ବୁଲାନ୍ସ ଯାଉଥିଲା । ନିକଟରେ ଥିବା ମହାବିଦ୍ୟାଳୟର ଯେବେ କିଛି ଅଘଟଣ ଘଟେ ପୋଲିସ ତୁରନ୍ତ ତେରାଗୁଡା ଗ୍ରାମଦେଇ ସହଜରେ ପହଞ୍ଚିଥାଏ । ମାଓବାଦୀ ପ୍ରଭାବିତ ଅଞ୍ଚଳ ପାଇଁ ପୋଲିସକୁ ବାଇପାସ ରାସ୍ତାରେ ଯିବା ସହାୟକ ହୋଇଥାଏ । କିନ୍ତୁ ଦୁଇ ବର୍ଷ ହେଲା ଏହି କଲଭର୍ଟର ମରାମତି ଆବଶ୍ୟକ ଥିବାବେଳେ ତାହା ହୋଇପାରୁନି । ତୁରନ୍ତ ଏହାର ମରାମତି ପାଇଁ ସାଧାରଣରେ ଦାବି ହେଉଛି ।
Popular Categories



