www.samajalive.in
Monday, December 8, 2025
27.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଅର୍ଥ କମିସନଙ୍କ ଅନ୍ତରୀଣ ରିପୋର୍ଟ

ଭୁବନେଶ୍ୱର : ଲୋକସେବା ଭବନରେ ଷଷ୍ଠ ରାଜ୍ୟ ଅର୍ଥ କମିସନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋମବାର ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି । କମିିସନର ଅଧ୍ୟକ୍ଷ ଡ. ଅରୁଣ କୁମାର ପଣ୍ଡାଙ୍କ ନେତୃତ୍ବରେ କମିସନର ଅନ୍ୟ ସଦସ୍ୟଗଣ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ରିପୋର୍ଟ ପ୍ରଦାନ କରିଥିଲେ ଏବଂ କମିସନଙ୍କ ବିଭିନ୍ନ ସୁପାରିସ ସମ୍ପର୍କରେ ଆଲୋକପାତ କରିଥିଲେ। ଅଧ୍ୟକ୍ଷ ଡ. ପଣ୍ଡାଙ୍କ ସହିତ କମିସନର ସଦସ୍ୟଗଣ ପ୍ରଫେସର ଅସିତ ରଞ୍ଜନ ମହାନ୍ତି, ପ୍ରଫେସର ଅମରେଶ ସାମନ୍ତରାୟ ଏବଂ ଡ. ବିଭୁପ୍ରସାଦ ନାୟକ, ସଦସ୍ୟ ସଚିବ ଡ. ସତ୍ୟପ୍ରିୟ ରଥ, କମିସନର ପଦାଧିକାରୀ ସଦସ୍ୟ ଅରିନ୍ଦମ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ। ଏହା ପୂର୍ବରୁ କମିସନ ଅପରାହ୍ଣରେ ରାଜଭବନରେ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍୍ପାଟିଙ୍କୁ ଭେଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟପାଳ, ଷଷ୍ଠ ରାଜ୍ୟ ଅର୍ଥ କମିସନ ଗଠନ କରିଛନ୍ତି। ଏହି କମିସନ ରାଜ୍ୟ ଏବଂ ତ୍ରି-ସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ ଓ ପୌରପାଳିକାଗୁଡ଼ିକ ମଧ୍ୟରେ ରାଜ୍ୟ ଦ୍ୱାରା ଆଦାୟ ହେଉଥିବା କର, ଶୁଳ୍କ, ଟୋଲ୍ ଏବଂ ଫି’ ବିତରଣ ଏବଂ ଏପରି ଆୟର ସେମାନଙ୍କ ଅଂଶର ଆବଣ୍ଟନକୁ ନିୟନ୍ତ୍ରଣ କରୁଥିବା ନୀତିଗୁଡ଼ିକୁ ସୁପାରିସ କରିବେ ଓ ପଞ୍ଚାୟତିରାଜ ଅନୁଷ୍ଠାନ ଓ ପୌରପାଳିକାଗୁଡ଼ିକର ଆର୍ଥିକ ସ୍ଥିତିକୁ ଉନ୍ନତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ସୁପାରିସ କରିବେ। ଏହି ଅନ୍ତରୀଣ ରିପୋର୍ଟକୁ ଷୋଡ଼ଶ ଅର୍ଥ କମିସନଙ୍କ ବିଚାର ନିମନ୍ତେ ପ୍ରେରଣ କରାଯିବ। ତଥାପି କମିସନ ସ୍ଥାନୀୟ ସଂସ୍ଥାଗୁଡ଼ିକର ସମସ୍ୟା ଏବଂ ଆହ୍ବାନଗୁଡ଼ିକୁ ଆହୁରି ଗଭୀର ଭାବରେ ଅନୁଧ୍ୟାନ କରି ନିର୍ଦିଷ୍ଟ ସମୟସୀମା ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବେ ବୋଲି ଜଣାଯାଇଛି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories