www.samajalive.in
Wednesday, December 10, 2025
18.1 C
Bhubaneswar

ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ; ୧୦ ମୃତ୍ୟୁ ଆଶଙ୍କା

ଶ୍ରୀନଗର : ସାରା ଦେଶରେ ପ୍ରବଳ ବର୍ଷା ଓ ବନ୍ୟା କାରଣରୁ ଅନେକ ମୂଲ୍ୟବାନ୍‌ ଜୀବନ ଓ ସମ୍ପତ୍ତି କ୍ଷୟ ହୋଇଥିବା ଖବର ସାମ୍ନାକୁ ଆସିଛି । ପୂର୍ବରୁ ହିମାଚଳର ଶିମଲାରେ ବାଦଲ ଫଟା ବର୍ଷା ପରେ ଏବେ ଜମ୍ମୁ-କାଶ୍ମୀରର କିସ୍ତୱାର୍‌ରେ ବାଦଲ ଫଟା ବର୍ଷା କାରଣରୁ ବଡ ଅଘଟଣ ଘଟିଥିବା ଜଣାପଡିଛି । ଏଠାରେ ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରାଯାଉଛି । ମୃତ୍ୟୁ ସଂଖ୍ୟା ବଢିବା ନେଇ ସନ୍ଦେହ କରାଯାଉଥିବା ବେଳେ ଅନେକ ଲୋକେ ଆହତ ହୋଇଛନ୍ତି । ଫସିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି । ବାଦଲ ଫାଟିବା ପରେ ପାଣିର ପ୍ରବଳ ସ୍ରୋତ ଆସି ସବୁକିଛି ଭସାଇ ନେଇଛି। କିସ୍ତୱାର ଚାସୋତି ଓ ପଦର ଅଞ୍ଚଳରେ ଏଭଳି ଅଘଟଣ ଘଟିଛି ।
ହଠାତ୍ ବାଦଲ ଫାଟିବା ଯୋଗୁଁ ଅଞ୍ଚଳରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ପରିସ୍ଥିତି ସମ୍ପର୍କରେ ଡିସିଙ୍କ ସହ କଥା ହୋଇଛନ୍ତି। ବାଦଲ ଫାଟିବା ସ୍ଥାନରେ ଏକ ଲଙ୍ଗର ଚାଲୁଥିଲା। ଯାହା ଯୋଗୁଁ ସେଠାରେ ବହୁ ସଂଖ୍ୟକ ଲୋକ ଜମା ହୋଇଥିଲେ। ବନ୍ୟା ଭଳି ପରିସ୍ଥିତି ଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା କରାଯାଉଛି। ଭୂସ୍ଖଳନରେ ପୋତି ହୋଇ ମୃତ୍ୟୁ ହୋଇଛି ନା ପାଣିରେ ଭାସିଯିବା ଯୋଗୁଁ ମୃତ୍ୟୁ ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। କେନ୍ଦ୍ର ମନ୍ତ୍ରୀ ସ୍ଥାନୀୟ ଡିସିଙ୍କଠାରୁ ଏ ବିଷୟରେ ସମ୍ପୂର୍ଣ୍ଣ ସୂଚନା ନେଉଛନ୍ତି।

ଏଥର ଜନ୍ମାଷ୍ଟମୀରେ ଗ୍ରହଙ୍କ ମହାସଂଯୋଗ: ଏହି ୩ ରାଶିଙ୍କ ଉପରେ ହେବ ଧନବର୍ଷା, ମିଳିବ ଖାଲି ସଫଳତା..

Odysse Sun; ଥରେ ଚାର୍ଜରେ ୧୩୦ କିଲୋମିଟର ରେଞ୍ଜ.. ପୁଣି ସ୍ମାର୍ଟ ଫିଚର, ଦାମ୍‌ ଜାଣିଲେ କିଣିବାକୁ ଆଉ କରିବେନି ବିଳମ୍ବ..

- Advertisement -

ଦେଖନ୍ତୁ ଭିଡିଓ; ଖାଦ୍ୟରୁ ବାହାରିଲା ମଲା ସାପ, ତା’ପରେ ଯାହା ହେଲା..

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories