www.samajalive.in
Monday, December 8, 2025
24.1 C
Bhubaneswar

Odysse Sun; ଥରେ ଚାର୍ଜରେ ୧୩୦ କିଲୋମିଟର ରେଞ୍ଜ.. ପୁଣି ସ୍ମାର୍ଟ ଫିଚର, ଦାମ୍‌ ଜାଣିଲେ କିଣିବାକୁ ଆଉ କରିବେନି ବିଳମ୍ବ..

ନୂଆଦିଲ୍ଲୀ : ଦେଶର ପ୍ରମୁଖ ଇଲେକ୍ଟ୍ରିକ୍‌ ୨ ଚକିଆ ଯାନ ନିର୍ମାତା କମ୍ପାନୀ Odysse ଭାରତୀୟ ବଜାରରେ ନିଜର ଚାହିଦା ବୃଦ୍ଧି ପାଇଁ ନୂଆ ଇଲେକ୍ଟ୍ରିକ୍‌ ସ୍କୁଟର Odysse Sunକୁ ଲଞ୍ଚ କରିଛି । ଆକର୍ଷଣୀୟ ଲୁକ୍‌ ଓ ଦମ୍‌ଦାର୍‌ ବ୍ୟାଟେରୀ ସହ ଏହି ଇଲେକ୍ଟ୍ରିକ୍‌ ସ୍କୁଟର ଆରମ୍ଭ ଦାମ୍‌ ୮୧,୦୦୦ ଟଙ୍କା ଥିବା ବେଳେ ଏହାର ଟପ୍‌ ମଡେଲ୍‌ ପାଇଁ ୯୧,୦୦୦ ଟଙ୍କା (ଏକ୍ସ-ଶା’ରୁମ୍‌) ପାଇଁ ସ୍ଥିର ହୋଇ ହୋଇଛି ।

ଓଡିସୀ ସନ୍‌ରେ ଥିବା ଡିଜାଇନ୍‌ କାରଣରୁ କମ୍ପାନୀ ଦାବି କରିଛି ଯେ, ଆରାମଦାୟକ ଚାଳନା ସହ ସ୍ପୋର୍ଟି ଲୁକ୍‌ ମଧ୍ୟ ପ୍ରଦାନ କରୁଛି । କମ୍ପାନୀ ଏହି ସ୍କୁଟରକୁ ପ୍ରାୟ ୪ଟି ରଙ୍ଗରେ ଆସିଛି । ଏଥିରେ ପେଟିନା ଗ୍ରୀନ, ଗନମେଟଲ ଗ୍ରେ, ଫେଣ୍ଟମ ବ୍ଲାକ୍‌ ଓ ଆଇସ ବ୍ଲୁ ସାମିଲ ରହିଛି ।

- Advertisement -

ଓଡିସୀ ସନ୍‌ର ବ୍ୟାଟେରୀ ପ୍ୟାକ୍‌ ୧.୯୫ କିଲୋୱାଟ୍‌ର ଏକ୍ସ ଶୋ’ ରୁମ୍‌ରେ ୮୧,୦୦୦ ଟଙ୍କା ।
ଓଡିସୀ ସନ୍‌ ୨.୯୦ କିଲୋୱାଟ୍‌ର ଏକ୍ସ ଶୋ’ରୁମ୍‌ରେ ଦାମ୍‌ ୯୧,୦୦୦ ଟଙ୍କା ।

ଏହି ସ୍କୁଟରରେ କିଲେସ୍‌ ଷ୍ଟାର୍ଟ-ଷ୍ଟାପ୍‌, ଡବଲ୍‌ ଫ୍ଲେଶ ରିବର୍ସ ଲାଇଟ୍‌ ସାମିଲ ରହିଛି । ଏହା ବ୍ୟତୀତ ୩ଟି ରାଇଡିଙ୍ଗ୍‌ ମୋଡ୍‌ ଭଳି ଫିଚର ରହିଛି । ଏଥିରେ ଡ୍ରାଇଭ୍‌, ପାର୍କିଙ୍ଗ୍‌ ଓ ରିଭର୍ସ ରହିଛି । କମ୍ପାନୀ ଦାବି କରିଛି ଯେ, ଦୈନିକ ବ୍ୟବହାର ପାଇଁ ଏହି ସ୍କୁଟର ଏକ ଉତ୍ତମ ବିକଳ୍ପ ।

ଏଥିରେ ଏଲଇଡି ଲାଇଟିଙ୍ଗ୍‌, ଏବିଏଶନ-ଗ୍ରେଡ ସେଟିଙ୍ଗ ଓ ସିଟ୍‌ ତଳେ ୩୨ ଲିଟର ଷ୍ଟୋରେଜ ସ୍ପେସ୍‌ ଦିଆଯାଇଛି । ବ୍ରେକ୍‌ ପାଇଁ ସାମ୍ନାରେ ଓ ପଛରେ ଡିସ୍କ ବ୍ରେକ୍‌ ରହିଛି ।

ଏହି ସ୍କୁଟରରେ ୨୫୦୦ ୱାଟର ଇଲେକ୍ଟ୍ରିକ ମୋଟରର ବ୍ୟବହାର କରାଯାଇଛି। କମ୍ପାନୀ କହିଛି ଯେ, ଏହି ସ୍କୁଟର ୭୦ କିଲୋମିଟର ପ୍ରତିଘଣ୍ଟା ଯିବାର ସକ୍ଷମ ରହିଛି। କମ୍ପାନୀ ଏହି ସ୍କୁଟରକୁ ଭିନ୍ନ ଭିନ୍ନ ବ୍ୟାଟେରୀ ପ୍ୟାକ୍‌ (୧.୯୫ କିଲୋୱାଟ୍‌ ଓ ୨.୯ କିଲୋୱାଟ୍‌ ସହ ବଜାରକୁ ଆସୁଛି । ଏହାର ବ୍ୟାଟେରୀ ଥରେ ଚାର୍ଜ କଲେ ୮୫ କିମି ଯିବ। ଏହାର ବଡ ବ୍ୟାଟେରୀ ୧୩୦ କିମି ଡ୍ରାଇଭିଙ୍ଗ୍‌ ରେଞ୍ଜ । ଥରେ ଚାର୍ଜ ପାଇଁ ବ୍ୟାଟେରୀ ୪ ରୁ ୫ ଘଣ୍ଟା ସମୟ ଲାଗିଥାଏ। କମ୍ପାନୀର ବୁକିଙ୍ଗ୍‌ ଆରମ୍ଭ ହୋଇ ସାରିଛି।

ଏଥର ଜନ୍ମାଷ୍ଟମୀରେ ଗ୍ରହଙ୍କ ମହାସଂଯୋଗ: ଏହି ୩ ରାଶିଙ୍କ ଉପରେ ହେବ ଧନବର୍ଷା, ମିଳିବ ଖାଲି ସଫଳତା..

ଦେଖନ୍ତୁ ଭିଡିଓ; ଖାଦ୍ୟରୁ ବାହାରିଲା ମଲା ସାପ, ତା’ପରେ ଯାହା ହେଲା..

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories