ସମାଜ ଡିଜିଟାଲ ଡେସ୍କ: ଅମଲାଙ୍କ ବିନା ଲୋକଙ୍କ ପାଖରେ ରାଜସ୍ୱ ସେବା ପହଞ୍ଚାଇବା ପାଇଁ ସରକାର ପ୍ରସ୍ତୁତ । ଅମଲମାନେ ଆନ୍ଦୋଳନରୁ ନଓହରିଲେ ସେମାନଙ୍କ ବିରୋଧରେ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ଲୋକଙ୍କ କାମରେ ଅବହେଳା କଲେ ସେମାନଙ୍କ ଦରମା ବନ୍ଦ କରାଯିବ ବୋଲି ଅମଲା ସଂଘର ସମୂହ ଛୁଟି ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ କଡା ତାଗିଦ୍ କରିବା ପରେ ମଧ୍ୟ ଆଜି ବି ଆନ୍ଦୋଳନ ଜାରି ରହିଛି । ଲଗାତାର ଚାରି ଦିନ ହେବ ଅମଲା ସଂଘର ଆନ୍ଦୋଳନ ଯୋଗୁଁ ରାଜସ୍ୱ କାର୍ଯ୍ୟାଳୟରେ କାମ ଠପ୍ ହୋଇଯାଇଛି । ଆଜିବି ଅନେକ ସ୍ଥାନରେ ଅମଲାଙ୍କ ପ୍ରତିବାଦ ଜାରି ରହିଛି ।
Popular Categories



