www.samajalive.in
Saturday, December 13, 2025
26.1 C
Bhubaneswar

ସାପ କାମୁଡାରେ ଦୁଇ ମୃତ

ପାତ୍ରପୁର:ପାତ୍ରପୁର ବ୍ଳକ ଦୁର୍ଗମ ବୁରାତାଲ ପଞ୍ଚାୟତ ବିଲୁଗାଁରେ ମଙ୍ଗଳବାର ରାତି ସମୟରେ ସାପ କାମୁଡାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ସେହି ଦୁଇଜଣ ଦମୟନ୍ତି ଶବର  ଏବଂ ଲିମି କାର୍ଜୀ ବୋଲି ଜଣା ପଡିଛି। ଗତକାଲି ରାତି ସମୟରେ  ଘରେ ସୋଇଥିବା ବେଳେ ଉଭୟଙ୍କୁ  ବିଷାକ୍ତ ସାପ କାମୁଡି ଦେଇଥିଲା। ଏହା ଜାଣିବା ପରେ ଚିକିତ୍ସା ପାଇଁ ନେବାକୁ ପ୍ରସ୍ତୁତ ହେବା ବେଳେ ଦୁହିଁଙ୍କ  ମୃତ୍ୟୁ ଘଟିଥିଲା। ଆଜି ଉଭୟଙ୍କୁ ସାଙ୍ଗି ଭାର ଯୋଗେ ଗ୍ରାମରୁ ପାହାଡ ରାସ୍ତାରେ ପ୍ରାୟ ତିନି କିଲୋମିଟର ପାହାଡ ତଳ ବାତରା ସାହି ଆଣିବା ପରେ ଆମ୍ବୁଲାନ୍ସ ଯୋଗେ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ନିଆଯାଇଛି । ଲିମି ତାଳବାଡ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲେ। ଦୁହେଁ ମାଇଁ  ଭାଣିଜି ବୋଲି ଜଣା ପଡିଛି। ଦୁହିଁଙ୍କ ମୃତ୍ୟୁ ଫଳରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଏହି ଗ୍ରାମଟି ଆନ୍ଧ୍ରପ୍ରଦେଶ ସୀମାନ୍ତ ପାହାଡ ଉପରେ ରହିଥିବାବେଳେ ଗ୍ରାମକୁ ରାସ୍ତାଟିଏ ନାହିଁ। ଅଞ୍ଚଳର ଲୋକମାନେ ବ୍ଲକ୍ ଡାକ୍ତରଖାନାକୁ ଯିବାକୁ ହେଲେ ଆନ୍ଧ୍ର ପଥ ଦେଇ ଯିବାକୁ ପଡୁଛି। ଯାହା ଫଳରେ ରାତି ସମୟରେ ଦୁହିଁଙ୍କୁ ଜଙ୍ଗଲ ପଥରେ ଆଣି ପାରି ନଥିବା ଗ୍ରାମବାସୀ କହିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories