www.samajalive.in
Wednesday, December 10, 2025
26.1 C
Bhubaneswar

ସେପ୍ଟେମ୍ବର ପହିଲାରୁ ଦିଲ୍ଲୀରୁ ଓ୍ବାଶିଂଟନ ବିମାନ ସେବା ବନ୍ଦ କରିବ ଏୟାର ଇଣ୍ଡିଆ

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ସେପ୍ଟେମ୍ବର ପହିଲାରୁ ଦିଲ୍ଲୀରୁ ଓ୍ବାଶିଂଟନ ଡିସିକୁ ସିଧାସଳଖ ବିମାନ ସେବା ବନ୍ଦ କରିବ ଏୟାର ଇଣ୍ଡିଆ। ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ ସୋମବାର ଘୋଷଣା କରାଯାଇଛି। ଅନେକ କାରଣରୁ ଏପରି ନିଷ୍ପତ୍ତି ନିଆଯାଇଛି, ଯାହାଫଳରେ ଅବଶିଷ୍ଟ ସହରକୁ ବିମାନ ସେବା ପ୍ରଦାନରେ କୌଣସି ସମସ୍ୟା ହେବ ନାହିଁ ବୋଲି କମ୍ପାନୀ କହିଛି।

କମ୍ପାନୀ ସୂଚନା ଅନୁସାରେ, ବିମାନ ଅଭାବ ସେବା ବନ୍ଦ କରିବାର ପ୍ରମୁଖ କାରଣ। ଗତ ମାସରେ ଏୟାର ଇଣ୍ଡିଆ ନିଜର ୨୬ଟି ବୋଇଂ ୭୮୭-୮ ବିମାନର ଆଧୁନିକୀକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛି। ୨୦୨୬ ଶେଷ ପର୍ଯ୍ୟନ୍ତ ଏହା ଜାରି ରହିବ। ଏହି ପ୍ରକ୍ରିୟା ସମୟରେ ଅନେକ ବିମାନ ସେବାରୁ ନିବୃତ୍ତ ରହିବେ। ଏହା ସହିତ ପାକିସ୍ତାନର ଆକାଶ ମାର୍ଗ ବନ୍ଦ ରହିବା କାରଣରୁ ବିମାନଗୁଡ଼ିକୁ ଅଧିକ ଦୂରତା ଯାତ୍ରା କରିବାକୁ ପଡ଼ୁଛି। ଏହା ଦ୍ଵାରା ବିମାନ ସଞ୍ଚାଳନ ଜଟିଳ ହେଉଛି।

Hot this week

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

Related Articles

Popular Categories