ନୂଆଦିଲ୍ଲୀ: ସଂସଦ ଭବନରୁ ଇଣ୍ଡିଆ ବ୍ଲକ୍ ପଦଯାତ୍ରା କରି ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାତ୍ରାବେଳେ ଅଟକାଇଛି ପୁଲିସ । ଦିଲ୍ଲୀ ପୁଲିସ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଅନେକ ସାଂସଦଙ୍କୁ ଅଟକାଇଛି ପୁଲିସ । ପୁଲିସ ଭ୍ୟାନରେ ପ୍ରିୟଙ୍କାଙ୍କୁ ନେଇ ଯାଉଥିବା ଦେଖିବାକୁ ମିଳିଛି । ପ୍ରିୟଙ୍କା କହିଛନ୍ତି ‘ ସରକାର ଭୟଭୀତ, ସରକାର କାପୁରୁଷ । ପୁଲିସ ଦ୍ୱାରା ଅଟକ ଥିବା ନେତାମାନଙ୍କ ମଧ୍ୟରେ ସଞ୍ଜୟ ରାଉତ ଏବଂ ସାଗରିକା ଘୋଷ ମଧ୍ୟ ରହିଛନ୍ତି ।
ଅନ୍ୟପଟେ ଶୋଭାଯାତ୍ରା ବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି ଏହି ଲଢେଇ ସମ୍ବିଧାନକୁ ବଞ୍ଚାଇବା ପାଇଁ । ସତ୍ୟ ସେ କହିପରିବେ ନାହିଁ । ସତ୍ୟ ଦେଶ ସାମ୍ନାରେ ଅଛି । ଏହି ଲଢେଇ ରାଜନୀତି ବିଷୟରେ ନୁହେଁ ବରଂ ସମ୍ବିଧାନକୁ ବଞ୍ଚାଇବା ପାଇଁ, ଆମେ କେବଳ ଏକ ସ୍ୱଚ୍ଛ ଭୋଟର ତାଲିକା ଚାହୁଁ । ଇଣ୍ଡିଆ ବ୍ଲକ ଏହି ପଦଯାତ୍ରା ସଂସଦ ଭବନରୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବାହାରକୁ ଯିବାର ଥିଲା । କିନ୍ତୁ ପୁଲିସ ମଝି ରାସ୍ତାରେ ସେମାନଙ୍କୁ ଅଟକାଇଛି । ଏହି ପଦଯାତ୍ରା ବିହାରରେ ହୋଇଥିବା ଏସଆଇଆର ଏବଂ ଭୋଟ ଚୋରି ବିରୋଧରେ ଆରମ୍ଭ ହୋଇଛି ।
#WATCH | Delhi: Police detains INDIA bloc MPs, including Rahul Gandhi, Priyanka Gandhi, Sanjay Raut, and Sagarika Ghose, among others, who were protesting against the SIR and staged a march from Parliament to the Election Commission of India. pic.twitter.com/9pfRxTNS49
— ANI (@ANI) August 11, 2025



