www.samajalive.in
Friday, December 5, 2025
26.1 C
Bhubaneswar

୨୫ ସୁଦ୍ଧା ଶକ୍ତିଶ୍ରୀ ସଶକ୍ତୀକରଣ ସେଲ୍ ଖୋଲ

ଭୁବନେଶ୍ବର : ଶକ୍ତିଶ୍ରୀ କେନ୍ଦ୍ର ସ୍ଥାପନ କରିବା ସହ ଶକ୍ତିଶ୍ରୀ ସାଥୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ନିଯୁକ୍ତି କରିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏନେଇ ବିଭାଗର ନିର୍ଦେଶକ କାଳୀପ୍ରସନ୍ନ ମହାପାତ୍ର ସମସ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଛାତ୍ରୀଙ୍କ ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି କେନ୍ଦ୍ର ମାଧ୍ୟମରେ ଛାତ୍ର ଓ ମହିଳା କର୍ମଚାରୀଙ୍କ ସୁରକ୍ଷା, ସଶକ୍ତୀକରଣ ଓ ସୁରକ୍ଷିତ ପରିବେଶକୁ ପ୍ରାଧାନ୍ୟ ଦିଆଯିବ। ଲିଙ୍ଗଗତ ସମାନତା ବିଷୟରେ ସଚେତନତା କରିବ ଶକ୍ତିଶ୍ରୀ କେନ୍ଦ୍ର। ସ୍ନାତକ (ୟୁଜି) ଓ ସ୍ନାତକୋତ୍ତର (ପିଜି) ଛାତ୍ରୀଙ୍କୁ ୬ ଦିନିଆ ଆତ୍ମରକ୍ଷା କୌଶଳ ତାଲିମ ଦିଆଯିବ। ମହିଳାଙ୍କ ସୁରକ୍ଷା ଓ ଅଧିକାର ସମ୍ବନ୍ଧୀୟ ସଚେତନତା କର୍ମଶାଳା ମଧ୍ୟ ଅନୁଷ୍ଠିତ ହେବ। ଛାତ୍ରୀଙ୍କର ଆତ୍ମବିଶ୍ବାସ ବୃଦ୍ଧି ପାଇଁ ପ୍ରଚେଷ୍ଟା କରିବ ଏହି କେନ୍ଦ୍ର। କେନ୍ଦ୍ରର ସଂଯୋଜିକା ଭାବେ ଜଣେ ଅଧ୍ୟାପିକା ରହିବେ। ଏହାବ୍ୟତୀତ ‘ଶକ୍ତିଶ୍ରୀ ସାଥୀ’ ନିୟୋଜିତ ହେବେ, ଯେଉଁମାନେ କି ସଂଯୋଜିକାଙ୍କ ସହ ସମନ୍ବୟ ରକ୍ଷା କରି ମାସିକ କ୍ୟାଲେଣ୍ଡର ମୁତାବକ ଅଧିବେଶନ ଆୟୋଜନ କରିବେ। ୟୁଜି ଓ ପିଜି ଶେଷ ବର୍ଷର ପ୍ରତି ଶ୍ରେଣୀର ଜଣେ ଲେଖାଏଁ ଛାତ୍ରୀ ଶ୍ରେଣୀ ପ୍ରତିନିଧି ଭାବେ କାମ କରିବେ। ଶକ୍ତିଶ୍ରୀ ସାଥୀ ମନୋନୟନରେ ସ୍ବଚ୍ଛତା ଅବଲମ୍ବନ କରିବାକୁ କୁହାଯାଇଛି। ସ୍ବେଚ୍ଛାସେବୀ, ନେତୃତ୍ବ ନେବାର ଦକ୍ଷତା, କମ୍ୟୁନିକେସନ ସ୍କିଲ, ଦାୟିତ୍ବ, ଉତ୍ତରଦାୟୀ, ସମସ୍ୟାର ସମାଧାନ କରିବାର କ୍ଷମତା ଥିବା ବ୍ୟକ୍ତି ଶକ୍ତିଶ୍ରୀ ସାଥୀ ହେବେ। ଅଗଷ୍ଟ ୧୪ ସୁଦ୍ଧା କ୍ଲାସ ରିପ୍ରେଜେଣ୍ଟେଟିଭ (ଶ୍ରେଣୀ ପ୍ରତିନିଧି) ମନୋନୟନ ପ୍ରକ୍ରିୟା ସାରିବାକୁ କୁହାଯାଇଛି। ଆସନ୍ତା ୨୦ ତାରିଖ ସୁଦ୍ଧା ଶକ୍ତିଶ୍ରୀ ସାଥୀ ନିଯୁକ୍ତ ହେବେ। ସେହିପରି ଏବଂ ୨୫ ତାରିଖ ସୁଦ୍ଧା ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଧାର୍ଯ୍ୟ ହୋଇଛି। କେନ୍ଦ୍ର, ସଂଯୋଜିକା, ସାଥୀଙ୍କ ସମ୍ପୂର୍ଣ୍ଣ ବିବରଣୀ ଉଚ୍ଚଶିକ୍ଷା ବିଭାଗକୁ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories