www.samajalive.in
Friday, December 5, 2025
27.1 C
Bhubaneswar

ପୁନଶ୍ଚ ଟ୍ରମ୍ପ ଧମକ

ଭୁବନେଶ୍ଵର: ଅଗଷ୍ଟ ପହିଲାରେ ଭାରତ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୫ ଶତାଂଶ ଟାରିଫ ଲଗାଇବା କଥା ଘୋଷଣା କରିବାପରେ ସୋମବାର ପୁନର୍ବାର ସାନି ବାଣିଜ୍ୟ ଧମକ ଦେଇଛନ୍ତି। ରୁଷିଆରୁ ଭାରତ ପ୍ରଚୁର ପରିମାଣର ତୈଳ ଆମଦାନୀ କରି ତାହାକୁ ବିଭିନ୍ନ ଦେଶକୁ ବିକି ବଡ଼ ଧରଣର ମୁନାଫା ଉଠାଉଛି ବୋଲି ଟ୍ରମ୍ପ ଅଭିଯୋଗ କରି କହିଛନ୍ତି ଯେ ଏଥିପାଇଁର ନୂଆଦିଲ୍ଲୀ ଉପରେ ତାଙ୍କ ଦେଶ ଆହୁରି ଅଧିକ ଶୁଳ୍କ ଲଗାଇବ। ଏଥର ଟ୍ରମ୍ପ ତାଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ କରି ଦେଇଛନ୍ତି। କହିଛନ୍ତି, ‘‘ରୁଷିଆ ୟୁକ୍ରେନରେ ଯେଉଁ ନରସଂହାର ଚଳାଇଛି ସେଥିପ୍ରତି ଭାରତର ସାମାନ୍ୟତମ ଦରଦ ନାହିଁ। ରୁଷିଆରୁ ପ୍ରଚୁର ତେଲ କିଣି ସେ ଦେଶକୁ ଆର୍ଥିକ ଦୃଷ୍ଟିରୁ ସୁଦୃଢ଼ କରିବା ସହିତ ଖୋଲାବଜାରରେ ଭାରତ ସେହି ଆମଦାନୀ ତୈଳକୁ ବିକି ପ୍ରଚୁର ଲାଭ ଉଠାଉଛି।’’ ଏହାକୁ ଏକ ଅନୈତିକ କାର୍ଯ୍ୟ କହି ଭାରତ ଉପରେ ଆହୁରି ଅଧିକ ଶୁଳ୍କ ଲଗାଯିବ ବୋଲି ସୋସିଆଲ ମିଡ଼ିଆରେ ଟ୍ରମ୍ପ କହିଛନ୍ତି।
ଅଗଷ୍ଟ ପହିଲାରେ ଟ୍ରମ୍ପ ଯେଉଁ ଏକଜିକ୍ୟୁଟିଭ ଅର୍ଡରରେ ଦସ୍ତଖତ କରିଥିଲେ ସେଥିରେ ଭାରତ ସମେତ ପ୍ରାୟ ୫୦ ଦେଶ ବିରୋଧରେ ବର୍ଦ୍ଧିତ ଶୁଳ୍କ ଲାଗୁ ନୋଟିସ ଦିଆଯାଇଛି। ସେଥିରେ ସର୍ବାଧିକ ୫୦ ଶତାଂଶରୁ ସର୍ବନିମ୍ନ ୨୦ ଶତାଂଶ ଟାରଫ ଲାଗୁର ବ୍ୟବସ୍ଥା ରହିଛି। ଏହା ଫଳରେ ସମଗ୍ର ବିଶ୍ବର ବାଣିଜ୍ୟ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହି ୨୫% ଉପରେ ଟ୍ରମ୍ପ ଯଦି ଭାରତ ଉପରେ ଆଉ ଅଧିକ ଟାରିଫ ଲଗାନ୍ତି ତାହା ଦ୍ବିପାକ୍ଷିକ ବାଣିଜ୍ୟ ଓ ସମ୍ପର୍କରେ ଉପରେ ଗୁରୁତର ପ୍ରଭାବ ପକାଇବ। ତେଣେ ଏହି ତୈଳ କିଣା ପ୍ରସଙ୍ଗକୁ ନେଇ ୟୁରୋପୀୟ ସଂଘ ମଧ୍ୟ ଭାରତ ଉପରେ ବାଣିଜ୍ୟିକ କଟକଣା ଲାଗୁ ପାଇଁ ଚେତାବନୀ ଦେଇଛି।
ଭାରତ ଏକ ସ୍ବାଧୀନ ଓ ସାର୍ବଭୌମ ରାଷ୍ଟ୍ର। ଏହା କାହା ସହିତ କି ପ୍ରକାର ବାଣିଜ୍ୟ ବ୍ୟବସାୟ କରିବ ଏହା ତାହାର ଇଚ୍ଛାଧୀନ ବିଷୟ। ଏଥିରେ ବାହ୍ୟ ହସ୍ତକ୍ଷେପ ଓ ଚାପର କୌଣସି ଅବକାଶ ନାହିଁ। ଏହା ସତ୍ତ୍ବେ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ଟାରିଫ, ଜୋରିମାନା ଲାଗୁର ଧମକ ଦେଇ ସର୍ବସାଧାରଣରେ ଆମ ଦେଶକୁ ଯେଭଳି ନିନ୍ଦିତ କରୁଛନ୍ତି ତାହା ଅତ୍ୟନ୍ତ ଉଦ୍‌ବେଗଜନକ। ରୁଷୀୟ ତୈଳ ନେଇ ଭାରତକୁ ଟ୍ରମ୍ପ ଓ ୟୁରୋପୀୟ ସଂଘ ଯେଉଁ ନିଶାଣ କରୁଛି ନୂଆଦିଲ୍ଲୀ ପକ୍ଷରୁ ତାହାର ଆନୁଷ୍ଠାନିକ ପ୍ରତିବାଦ କରାଯାଇଛି। ଭାରତ କହିଛି ଉଭୟ ଆମେରିକା ଓ ୟୁରୋପୀୟ ସଂଘ ଏବେ ମଧ୍ୟ ରୁଷିଆ ସହିତ ବାଣିଜ୍ୟ କାରବାର ଚଳାଇଛନ୍ତି। ଏଭଳି ସ୍ଥଳେ ଭାରତ ନିଜର ଊର୍ଜା ନିରପତ୍ତା ପାଇଁ ରୁଷିଆଠାରୁ ତୈଳ କିଣୁଛି ଓ ବିଶ୍ବ ତୈଳବଜାର ସ୍ଥିତିକୁ ଦୃଷ୍ଟିରେ ରଖଇ ଏହି କାରବାର ଚଳାଇଛି। ଏଭଳି ସ୍ଥିତିରେ ଆମେରିକା ଓ ୟୁରୋପୀୟ ସଂଘର ଭୂମିକା ନିନ୍ଦନୀୟ। ତଥାପି ଭାରତ ତାହାର କୂଟନୀତିକ ପ୍ରୟାସ ଏ କ୍ଷେତ୍ରରେ ଜାରି ରଖିବା ଆବଶ୍ୟକ।
ଓଷଧ ବିକଳରେ ତାଟିଆ କାମୁଡ଼ୁଥିବା ଟ୍ରମ୍ପ ଓ ତାଙ୍କ ପାଶ୍ଚାତ୍ୟ ମିତ୍ରରାଷ୍ଟ୍ରମାନେ ଭାରତକୁ ଧମକ ଦେଉଥିବାବେଳେ ଚୀନ୍‌କୁ କିଛି କହିବାକୁ ସାହସ କରୁନାହାନ୍ତି। ଚୀନ ମଧ୍ୟ ରୁଷିଆରୁ ପ୍ରଚୁର ତୈଳ କିଣୁଛି। ସେମାନେ ଜାଣିଛନ୍ତି ଯେ ଚୀନ ସହିତ ଶତ୍ରୁତା କଲେ ଲାଭ ଅପେକ୍ଷାର ଅଧିକ କ୍ଷତି ହେବ। ମିତ୍ର ଭାବେ ନିଜକୁ ଘୋଷଣା କରି ଯିଏ ଶତ୍ରୁତା ଆଚରଣ କରେ ସେ ପରମ କୃତଘ୍ନ। ପାଗଳ ଟ୍ରମ୍ପ କ’ଣ କରୁଛନ୍ତି ସେ ତାହା ନିଜେ ଜାଣନ୍ତି ନାହିଁ। ସମଗ୍ର ବିଶ୍ବକୁ ଶତ୍ରୁ କରି ସେ ତାଙ୍କ ଦେଶର ସ୍ବାର୍ଥ ରକ୍ଷା କରିପାରିବେ ନାହିଁ। ଆମେରିକା ଅଧିକ ଶୁଳ୍କ ଲଗାଇଲେ ଭାରତର ଅର୍ଥନୀତି ସାମୟିକ ଭାବେ ପ୍ରଭାବିତ ହୋଇପାରେ ସତ ଏହା କିନ୍ତୁ ଅଟକି ଯିବ ନାହିଁ। ଟ୍ରମ୍ପ ଆତଙ୍କ ଭାରତକୁର ଆତ୍ମନିର୍ଭରଶୀଳ କରାଇବା ସହ ବିଶ୍ବ ବାଣିଜ୍ୟିରେ ନୂଆ ରାହା ଦେଖାଇବାରେ ଅବଶ୍ୟ ସହାୟକ ହେବ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories