www.samajalive.in
Sunday, December 14, 2025
14.1 C
Bhubaneswar

ନିର୍ମାଣର ୬ ମାସ ନ ପୂରୁଣୁ ଦବିଗଲା ପୋଲ

ଫୁଲବାଣୀ: ନିର୍ମାଣର ୬ ମାସ ବିତିଲାନି। ଦବିଗଲା ପୋଲ। ପୋଲ ଉପରେ ସୃଷ୍ଟି ହୋଇଛି ବିରାଟ ଗର୍ତ୍ତ। ଯାହାଫଳରେ ପୋଲ ଦେଇ ଯାତାୟାତ ବାଧାପ୍ରାପ୍ତ ହୋଇଛି। କନ୍ଧମାନ ଜିଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସଲାଗୁଡ଼ା ପଞ୍ଚାୟତରେ ଏଭଳି ଘଟଣା ଦେଖିବାକୁ ମିଳିଛି। ନିମ୍ନମାନର କାର୍ଯ୍ୟ ଯୋଗୁ ପୋଲ ଅବସ୍ଥା ଏପରି ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ସଲାଗୁଡା ପଞ୍ଚାୟତରେ ଥିବା ପର୍ଯ୍ୟଟନସ୍ଥଳୀ କାଟ୍ରାମଲାକୁ ଓଡିଶା ସରକାରଙ୍କ ଗ୍ରାମ୍ୟ ନିର୍ମାଣ ବିଭାଗ ଅଧୀନରେ କିଛିଦିନ ତଳେ ଏକ ପକ୍କା ରାସ୍ତା ନିର୍ମାଣ ସହ ଏହାର ଉନ୍ନତିକରଣ କରାଯାଇଥିଲା। ନିର୍ମାଣ କାମ ଗତ ତା ୦୯/୧୨/୨୦୨୨ ରେ ଆରମ୍ଭ ହୋଇ ତା୦୫/୦୨/୨୦୨୩ ମଧ୍ୟରେ ଶେଷ ହେବା ପାଇଁ ସୂଚନା ଫଳକରେ ଲେଖା ଯାଇଥିଲା। କିନ୍ତୁ ବିଭାଗୀୟ ଅବହେଳା ପାଇଁ କାମଟି ବହୁ ବିଳମ୍ବରେ ଅର୍ଥାତ ଗତ ୬ମାସ ତଳେ ସମ୍ପୂର୍ଣ ହୋଇଥିଲା। ସେତେବେଳେ ଏହି ରାସ୍ତା କାମକୁ ଶୀଘ୍ର ସାରିବା ପାଇଁ ବିଭିନ୍ନ ମହଲରୁ ବହୁ ଅଭିଯୋଗ ମଧ୍ୟ ହୋଇଥିଲା। ତେବେ ମୁଣ୍ଡାସାହିଠାରୁ କାଟ୍ରାମାଲାକୁ ସଂଯୋଗ କରୁଥିବା ଏହି ରାସ୍ତା କାମ ସରିବାର ୬ ମାସ ନ ପୂରୁଣୁ ଲକ୍ଷାଧିକ ଟଙ୍କା ବ୍ୟୟରେ ରାସ୍ତା ମଝିରେ ନିର୍ମାଣ କରାଯାଇଥିବା ପୋଲର ଛାତ ଦବି ଯାଇଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ପୋଲର ଦବି ଯାଇଥିବାରୁ ଏହି ରାସ୍ତା ଉପରେ ଗମନାଗମନ ଠପ ହୋଇଯାଇଛି। କାଟ୍ରାମାଲା ଜଳପ୍ରପାତକୁ ଯିବା ପାଇଁ ପର୍ଯ୍ୟଟକମାନେ ବହୁ ଅସୁବିଧାର ଆମ୍ମୁଖୀନ ହେଉଛନ୍ତି। ସେପଟେ ବିଭାଗୀୟ ଯନ୍ତ୍ରୀ, ଅଧିକାରୀ ଓ ଠିକାଦାରଙ୍କ ପ୍ରିୟାପ୍ରୀତି ପୋଷଣ ପାଇଁ କାମଟି ଅତି ନିମ୍ନମାନର ହୋଇଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

- Advertisement -

ଏ ନେଇ ବିଭାଗୀୟ ଏସଡ଼ିଓ ସୁଶୀଲ କୁମାର ମହାନ୍ତିଙ୍କୁ ପଚାରିବାରୁ କହିଥିଲେ, କିଛି ଅସୁବିଧା ନାହିଁ। ୫ବର୍ଷ ଯାଏ ରକ୍ଷଣାବେକ୍ଷଣ ସୁବିଧା ରହିଛି। ପୁଣିଥରେ ମରାମତି ହେଲେ ଠିକ ହୋଇଯିବ।

Hot this week

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

Related Articles

Popular Categories