www.samajalive.in
Monday, December 8, 2025
13.1 C
Bhubaneswar

ଖିରେଇଟାଙ୍ଗିରୀରେ ଫସଲ ବୀମା ପଞ୍ଜିକରଣ

ପାଟଣା : ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଗତକାଲି ଦେଶବାସୀଙ୍କୁ ପିଏମ କିଷାନ ସମ୍ମାନ ନିଧିର ବିଂଶତମ କିସ୍ତି ପ୍ରଦାନ କରାଯାଇଛି । ଏହି ଅବସରରେ ଗତକାଲି ପାଟଣା ବ୍ଲକର ଖିରେଇଟାଙ୍ଗିରୀ ଗ୍ରାମର ମା ଟାଙ୍ଗରାଣୀ ପାଟ କୃଷକ ଉତ୍ପାଦକ କମ୍ପାନୀର ସମ୍ମିଳନୀ କକ୍ଷରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଖିରେଇଟାଙ୍ଗିରୀ ପଞ୍ଚାୟତର ବହୁ ଚାଷୀ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ଦେଖିଥିଲେ । କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ଏହାର ଉପକାରିତା ତଥା ଅନ୍ୟାନ୍ୟ ସରକାରୀ ଯୋଜନା ବିଷୟରେ ଅବଗତ କରାଯାଇ ଥିଲା ଏବଂ ବୀମା ପଞ୍ଜିକରଣ ମଧ୍ୟ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି କୃଷକ ମୋର୍ଚା ଉପସଭାପତି ରାଧାକାନ୍ତ ମହାନ୍ତ ଉପସ୍ଥିତ ରହି ଚାଷୀ ମାନଙ୍କ ସହ ଆଲୋଚନା କରି ଥିଲେ । କୃଷକ ଉତ୍ପାଦକ କମ୍ପାନୀର କାର୍ଯ୍ୟକାରୀ ନିର୍ଦେଶକ କମଳ ଲୋଚନ ମହାନ୍ତ , ନିର୍ଦେଶକ ଉର୍ମିଳା ପାତ୍ର , କର୍ମଚାରୀ କନିକା ପାତ୍ର ଚାଷୀ ମାନଙ୍କ ପଞ୍ଜିକରଣ କରାଇଥିଲେ । ପଞ୍ଜିକରଣର ଶେଷ ତାରିଖ ୧୪ ଅଗଷ୍ଟ ଥିବାବେଳେ କିପରି ଅଧିକରୁ ଅଧିକ ଚାଷୀ ପଞ୍ଜି କାରଣ କରିବେ ତା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories