www.samajalive.in
Friday, December 5, 2025
27.1 C
Bhubaneswar

ଶନିବାର ସେବନ କଲେ ଏହି ଜିନିଷ: ଦୂର ହୁଏ ଶନିଦୋଷ, ମିଳେ ବିଶେଷ କୃପା, ଶରୀର ରହେ ସୁସ୍ଥ, ଦୂର ହୁଏ ଚିନ୍ତା..

ହିନ୍ଦୁ ଧର୍ମରେ ଶନିବାର ଦିନ ଶନିଦେବଙ୍କୁ ସମର୍ପିତ । ତେଣୁ ଶନି ଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ ପ୍ରଭୁଙ୍କର ବିଶେଷ ଭାବରେ ପୂଜାର୍ଚ୍ଚନା କରାଯାଏ । ପ୍ରଭୁଙ୍କୁ ତେଲ ମଧ୍ୟ ଅର୍ପଣ କରାଯାଏ । ଶନି ଚାଳିଶା ପାଠ କରାଯାଏ । ଶନିଙ୍କ ସହ ଜଡିତ ଜିନିଷ ଦାନ କରାଯାଏ । ଏହାସହ ଶନିବାର ଦିନ କିଛି ଏପରି ଖାସ୍‌ ଖାଦ୍ୟ ରହିଛି ଯାହାର ସେବନ କରିବା ଦ୍ୱାରା ଶନିଙ୍କ ବିଶେଷ କୃପା ସହ ଶୁଭଫଳ ପ୍ରାପ୍ତି ହୋଇଥାଏ । ଶନିଦେବ ପ୍ରସନ୍ନ ମଧ୍ୟ ହୋଇଥାନ୍ତି, ଏହାଦ୍ୱାରା ଜାତକରେ ଶନିଙ୍କ ଶୁଭ ଦୃଷ୍ଟି ରହିବା ସହ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ । କାର୍ଯ୍ୟରେ ସଫଳତା ମିଳିବା ସହ ଇଚ୍ଛା ପୂରଣ ହୋଇଥାଏ । ଶନିଙ୍କ କୃପା ପ୍ରାପ୍ତି ପାଇଁ ଏସବୁ ଖାଦ୍ୟରୁ ଯେକୌଣସି ଖାଦ୍ୟ ମଧ୍ୟ ସେବନ କରି ପାରିବେ । ଜାଣନ୍ତୁ..

ବିରି ଡାଲି – ଶନିଦେବଙ୍କୁ କଳା ବିରିଡାଲି ଅର୍ପଣ କରାଯାଏ । ଅସହାୟଙ୍କୁ ଏହା ଦାନ ମଧ୍ୟ କରାଯାଏ । ପ୍ରଭୁଙ୍କୁ ଏହି ଡାଲି ଖୁବ୍‌ ପ୍ରିୟ । ତେଣୁ ଶନିବାର ଦିନ ଖେଚେଡିରେ ବିରି ଡାଲି ବ୍ୟବହାର କରି ଏହାକୁ ପ୍ରସ୍ତୁତ କରନ୍ତୁ । ଏହାର ସେବନ କରନ୍ତୁ । ଏହାଦ୍ୱାରା ଶନିଦେବ ପ୍ରସନ୍ନ ହେବା ସହ ଜାତକରୁ ଗ୍ରହ ଦୋଷ ଦୂର ହୋଇଥାଏ ।
ଶନିବାର ଦିନ ଗୋଲାପଜାମୁ ସେବନ କରିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ । ପ୍ରଭୁଙ୍କୁ ଏହା ଖୁବ୍‌ ପ୍ରିୟ । ଏହାଦ୍ୱାରା ଜୀବନରେ ସର୍ବଦା ହସଖୁସି ରହିଥାଏ ।

- Advertisement -

ଚଣା- ଏହି ବାରରେ ଚଣା ଖାଇବା ମଧ୍ୟ ଅତ୍ୟନ୍ତ ଶୁଭଙ୍କର । ଏହାଦ୍ୱାରା ଶୁଭଫଳ ମିଳିଥାଏ ।

ଶନିବାର ଦିନ କଳା ରାଶି ଦାନ କରିବା ଅତ୍ୟନ୍ତ ଶୁଭଙ୍କର । ଶନି ଦୋଷରୁ ମୁକ୍ତି ପାଇବା ପାଇଁ କଳା ରାଶି ଦାନ କରାଯାଏ । ପ୍ରଭୁଙ୍କୁ ଏହା ଅର୍ପଣ ମଧ୍ୟ କରାଯାଏ । ଅଶ୍ୱତ୍ଥ ବୃକ୍ଷ ମୂଳରେ ସୋରିଷ ତେଲରେ କଳା ରାଶି ପକାଇ ଦୀପ ଲଗାନ୍ତୁ । ଶନିବାର ଦିନ ଭୋଜନରେ କଳାରାଶି ବ୍ୟବହାର କରନ୍ତୁ । ଏହାଦ୍ୱାରା ଶନିଙ୍କ ବିଶେଷ କୃପା ମିଳିବା ସହ ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ ।

ଶନିବାର ଦିନ ସୋରିଷ ତେଲରେ ପ୍ରସ୍ତୁତ ଖାଦ୍ୟ ସେବନ କରନ୍ତୁ । ଏହାଦ୍ୱାରା ଶନିଦେବ ପ୍ରସନ୍ନ ହେବା ସହ ଶରୀର ସୁସ୍ଥ ରହିବା ସହ ମାନସିକ ଶାନ୍ତି ମିଳିଥାଏ ।

ସ୍କୁଲ୍‌ ଫି’ ଦେଖି ହେବେ ଟେରା, ABCD ପଢିବା ପାଇଁ ଦେବାକୁ ପଡିବ ମାସକୁ ୨୧ ହଜାର..

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories