www.samajalive.in
Sunday, December 14, 2025
26.1 C
Bhubaneswar

ୟାର୍ଡ ପୁନଃ ନବୀକରଣ କାର୍ଯ୍ୟ ନିରୀକ୍ଷଣ କଲେ ମଣ୍ଡଳ ପ୍ରବନ୍ଧକ 

ସମ୍ବଲପୁର: ଭାରତୀୟ ରେଲଓ୍ବେର ବର୍ଦ୍ଧିତ ଯାତ୍ରୀ ଚାହିଦା, ଆଞ୍ଚଳିକ ବିକାଶ ଓ ଜାତୀୟ ଲଜିଷ୍ଟିକ ଆବଶ୍ୟକତା ସହିତ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଦେଶବ୍ୟାପୀ ପ୍ରମୁଖ ଷ୍ଟେସନଗୁଡିକୁ ଉନ୍ନତ ଓ ଆଧୁନିକୀକରଣ କରିବା କ୍ରମରେ ସମ୍ବଲପୁର ରେଳ ଷ୍ଟେସନର ଗୁରୁତ୍ୱପୁର୍ଣ୍ଣ ୟାର୍ଡ ପୁନଃନବୀକରଣ କାର୍ଯ୍ୟ କରାଯାଉଛି। ଏହି ଆଧୁନିକୀକରଣ ପ୍ରକଳ୍ପ ଷ୍ଟେସନର ପରିଚାଳନା କ୍ଷମତା ବୃଦ୍ଧି କରିବା ସହ ଯାତ୍ରୀ ଓ ମାଲ ପରିବହନ ପାଇଁ ଅଧିକ ସୁଗମ, ଦକ୍ଷ ରେଳ ସେବା ମଧ୍ୟ ନିଶ୍ଚିତ କରିବ। ଏହି କାର୍ଯ୍ୟ ଶେଷ ହେବା ପରେ ଯାତ୍ରୀମାନଙ୍କ ପାଇଁ ସୁଗମ ରେଳ ପରିଚାଳନା, ଅପେକ୍ଷା ସମୟ ହ୍ରାସ ଏବଂ ସମାଗ୍ରିକ ସେବା ଗୁଣବତ୍ତା ବୃଦ୍ଧି ପାଇବ। ମଣ୍ଡଳ ରେଳ ପ୍ରବନ୍ଧକ ସୁଭାଷ ଚନ୍ଦ୍ର ଚୌଧୁରୀ ବୁଧବାର ସମ୍ବଲପୁର ୟାର୍ଡରେ ଆରଭିଏନଏଲ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ୟାର୍ଡ ପୁନଃ ବିକାଶ କାର୍ଯ୍ୟର ଏକ ବ୍ୟାପକ ଯାଞ୍ଚ କରାଯାଇଥିଲା।

ଚୌଧୁରୀଙ୍କ ସହିତ ସିପିଏମ/ଆରଭିଏନଏଲ ଏବଂ ମଣ୍ଡଳର ଅନ୍ୟାନ୍ୟ ବରିଷ୍ଠ ଶାଖା ଅଧିକାରୀମାନେ ଉପସ୍ଥିତ ରହିଥିଲେ। ନିରୀକ୍ଷଣ ସମୟରେ ନିର୍ମାଣ ଏବଂ ଯାତ୍ରୀ ସୁବିଧା କୈନ୍ଦ୍ରିକ ସୁବିଧାର ସମସ୍ତ ଦିଗରେ ଗୁଣବତ୍ତା ସୁନିଶ୍ଚିତ କରିବା ଏବଂ ସୁରକ୍ଷା ମାନଦଣ୍ଡକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସମସସୀମା ମଧ୍ୟରେ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ପାଇଁ ଚୌଧୁରୀ ନିର୍ଦ୍ଦେଶ ଦେଇଥିଲେ।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories