www.samajalive.in
Friday, December 5, 2025
23.1 C
Bhubaneswar

ବିମାନବନ୍ଦରରୁ ୩୦ କୋଟିର ମାରିଜୁଆନା ଜବତ

ଭୁବନେଶ୍ବର : ଭୁବନେଶ୍ବର ବିମାନବନ୍ଦରରୁ ପୁଣି ମାରିଜୁଆନା (ଇଡ୍ରୋଫନିକ ଉଇଡ) ଜବତ କରାଯାଇଛି। ବ୍ୟାଙ୍କକ୍‌ରୁ ବିମାନବନ୍ଦର ଦେଇ ଚାଲାଣ ହେଉଥିବାବେଳେ କଷ୍ଟମ (ସୀମାଶୁଳ୍କ) ବିଭାଗ ଓ ରାଜସ୍ବ ଗୁଇନ୍ଦା ନିର୍ଦେଶାଳୟ(ଡିଆର୍‌ଆଇ) ଏହାକୁ ଜବତ କରିଛି। ଏହି ମାରିଜୁଆନା ଚୋରା ଚାଲାଣରେ ସମ୍ପୃକ୍ତି ଥିବା‌ ଅଭିଯୋଗରେ ୩ ଜଣଙ୍କୁ କାବୁ କରାଯାଇଛି। ସେମାନେ ହେଲେ ମହମ୍ମଦ ଜାନ୍, ମୋହିତ ଓ ବମତି। ଘର ଉତ୍ତରପ୍ରଦେଶ ଆଗ୍ରାର ଫତେପୁର ସିକ୍ରି ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେମାନଙ୍କଠାରୁ ପ୍ରାୟ ୩୦ କିଲୋ ମାରିଜୁଆନା ଜବତ କରାଯାଇଛି। ଜବତ ମାରିଜୁଆନାର ମୂଲ୍ୟ ୩୦ କୋଟି ଟଙ୍କା ହେବ ବୋଲି ଆକଳନ କରିଛି ସୀମାଶୁଳ୍କ ବିଭାଗ।ତଥ୍ୟ ଅନୁଯାୟୀ, ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ରୁ ଏହି ନିଶାଦ୍ରବ୍ୟକୁ ନେଇ ୩ ଯୁବକ ଏକ ବିମାନରେ ଆସି ଭୁବନେଶ୍ବର ବିମାନ ବନ୍ଦରରେ ଓହ୍ଲାଇଥିଲେ। ସେମାନେ ଦିଲ୍ଲୀ ଯିବା ଲାଗି ଅପେକ୍ଷା କରିଥିଲେ। କିନ୍ତୁ ୩ ସନ୍ଦିଗ୍ଧଙ୍କ ଗତିବିଧି ଉପରେ ସୀମାଶୁଳ୍କ ଓ ଡିଆର୍‌ଆଇର ସନ୍ଦେହ ହୋଇଥିଲା। ସେମାନଙ୍କ ୩ଟି ବ୍ୟାଗ୍‌କୁ ଯାଞ୍ଚ ପରେ ସେଥିରୁ ମାରିଜୁଆନା ବାହାରି ଥିଲା। ପରେ ୩ ଯୁବକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଆସନ୍ତାକାଲି ଗିରଫ କରାଯାଇ ଅଦାଲତରେ ହାଜର ସହ ରିମାଣ୍ଡରେ ଅଣାଯିବ ବୋଲି ସୀମାଶୁଳ୍କ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ଉକ୍ତ ନିଶା ଜର୍ମାନୀରୁ ଉତ୍ପାଦିତ କରାଯାଇଥାଏ। ଜର୍ମାନୀରୁ ବ୍ୟାଙ୍କକ୍‌ ଭାୟା ଓଡ଼ିଶା ଦେଇ ଦିଲ୍ଲୀକୁ ମାରିଜୁଆନା ଚୋରାଚାଲାଣ କରାଯାଉଥିଲା। ଏହାର ବଜାର ମୂଲ୍ୟ କିଲୋ ପିଛା ୧ କୋଟି ଟଙ୍କା। ୩ ଅଭିଯୁକ୍ତ ପୂର୍ବରୁ କେତେଥର ବ୍ୟାଙ୍କକ୍ ଯାଇ ମାରିଜୁଆନା ଆଣିଛନ୍ତି, ସେନେଇ ତଦନ୍ତକାରୀ ସଂସ୍ଥା ଖୋଳତାଡ଼ କରୁଛି। ସମ୍ପୃକ୍ତ ଯୁବକଙ୍କ ପାସ୍‌ପୋର୍ଟ ଯାଞ୍ଚ କରାଯାଉଛି। ସେମାନେ ଭ୍ରମଣ ଭିସାରେ ୨୦ଦିନ ହେବ ବ୍ୟାଙ୍କକ୍‌ ଯାଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି ଓ କିଏ ମାରିଜୁଆନା ମଗାଇଥିଲେ ତଦନ୍ତ କରୁଛି ମିଳିତ ଦଳ। ସେପଟେ ମାରିଜୁଆନା ଜବତ ପରେ କ୍ରାଇମ୍‌ବ୍ରାଞ୍ଚର ସ୍ବତନ୍ତ୍ର କାର୍ଯ୍ୟବଳ (ଏସ୍‌ଟିଏଫ୍‌)ର ଦୁଇ ଅଧିକାରୀ ମଧ୍ୟ ପହଞ୍ଚି ତନାଘନା କରିଛନ୍ତି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories