www.samajalive.in
Thursday, December 11, 2025
15.1 C
Bhubaneswar

ବିଶାଖାପାଟଣାରେ କାମ ଦେଲାନି ଆୟୁଷ୍ମାନ କାର୍ଡ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବାତେଲିମା ଗାଁର ମିଥୁନ ହରିଜନ ନାମକ ଜଣେ ଯୁବକ ଅତ୍ୟନ୍ତ ଗୁରୁତର ଭାବେ ବିଶାଖାପାଟଣାସ୍ଥିତ ସେଭେନ ହିଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ମିଳିଥିଲା। ତେବେ ସେଠାରେ ଆୟୁଷ୍ମାନ ଭାରତ କାର୍ଡ କାମ ନଦେବାରୁ ମିଥୁନଙ୍କ ପରିବାର ପାଇଁ ଅଡୁଆ ବଢିଥିଲା। ଏପରିକି ଆଇସିୟୁ ଭିତରେ ଥିବା ମିଥୁନଙ୍କ ଦୈନିକ ଚିକିତ୍ସା ଖର୍ଚ୍ଚ ୫୦ ହଜାର ଖର୍ଚ୍ଚ ହେଉଥିବାବେଳେ ତାଙ୍କ ବୃଦ୍ଧ ବାପ-ମାଆ ଟଙ୍କା ଯୋଗାଡ଼ କରି ପାରୁନଥିବା ଖବର ମିଳିଥିଲା। ଖବର ପାଇ ସହାୟତା ପାଇଁ ଆଗକୁ ଆଗେଇ ଆସିଥିଲେ ଆମେ ବିପଦର ବନ୍ଧୁ ହ୍ଵାଟ୍ସଆପ ଗ୍ରୁପର ସଦସ୍ୟମାନେ। ବିଭିନ୍ନ ସମୟରେ ଗରିବ, ଦୁସ୍ଥ ଓ ଅସହାୟଙ୍କ ପାଇଁ କ୍ରାଉଡ଼ ଫଣ୍ଡିଂ ଜରିଆରେ ଅର୍ଥରାଶି ସଂଗ୍ରହ କରି ସେଇ ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରିଆସୁଛନ୍ତି ଏହି ହ୍ଵାଟ୍ସଆପ ଗ୍ରୁପର ସଦସ୍ୟମାନେ। ମିଥୁନଙ୍କ ସମ୍ପର୍କରେ ଖବର ପାଇଁ ଗ୍ରୁପର ସଦସ୍ୟମାନେ ତତ୍ପରତା ପ୍ରକାଶ କରିବା ସହିତ ତାଙ୍କ ଚିକିତ୍ସା ପାଇଁ ଅର୍ଥ ସହାୟତା ପାଇଁ ନିବେଦନ କରିଥିଲେ। ସହାୟତା ପାଇଁ ନିବେଦନ କରିବାର ମାତ୍ର ତିନିଦିନ ମଧ୍ୟରେ ଗ୍ରୁପର ୨୫୩ ସଦସ୍ୟ ଓ ଅନ୍ୟମାନେ ସହଯୋଗର ହାତ ବଢାଇବା ଫଳରେ ୧୧୦ ଜଣଙ୍କଠାରୁ ୪୫ ହଜାର ୫୦୦ ଟଙ୍କା ସଂଗ୍ରହ ହୋଇଥିଲା। ଏହି ଅର୍ଥ ରାଶିକୁ ମିଥୁନଙ୍କ ଜମାଖାତାକୁ ପଠାଇ ଦିଆଯାଇଛି। ଏହି ଅବସରରେ ମିଥୁନ ଓ ତାଙ୍କ ପରିବାର ଲୋକେ ସେଇ ଅଜଣାଅଶୁଣା ଦାତା ଓ ସହାୟତାକାରିଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ସେହିପରି ମିଥୁନଙ୍କ ଅବସ୍ଥା ମଧ୍ୟ ଧିରେଧିରେ ସୁଧୁରୁଥିବା ଜଣାପଡିଛି। ଖୁବ କମ ଦିନ ମଧ୍ୟରେ ସେ ହସ୍ପିଟାଲରୁ ବାହାରିବେ ବୋଲି ସୂଚନା ମିଳିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories