www.samajalive.in
Monday, December 8, 2025
13.1 C
Bhubaneswar

କାଇନାଟିକ୍ ଆଣିଲା ନୂଆ ସ୍କୁଟର, ଫୁଲ ଚାର୍ଜରେ ଯିବ ୧୫୦ କି.ମି.

ନୂଆଦିଲ୍ଲୀ : କାଇନାଟିକ୍ ଗ୍ରୀନ୍ ଭାରତୀୟ ବଜାରକୁ ପୁଣି ଫେରିଛି । କମ୍ପାନୀ ନିଜ ନୂଆ କାଇନାଟିକ୍ ଡିଏକ୍ସ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ୍ କରିଛି । ଏହି ସ୍କୁଟର ୨ଟି ଭାରିଆଣ୍ଟ ଡିଏକ୍ସ ଓ ଡିଏକ୍ସ ପ୍ଲସରେ ଲଞ୍ଚ୍ ହୋଇଛି । ସେପ୍ଟେମ୍ବର ମାସରୁ ଏହାର ଡେଲିଭରୀ ଆରମ୍ଭ ହେବ । ଭାରତୀୟ ବଜାରରେ କାଇନାଟିକ୍ ଡିଏକ୍ସର ପ୍ରାରମ୍ଭିକ ଏକ୍ସ ଶୋରୁମ୍ ଦାମ୍ ୧,୧୧,୪୯୯ ଟଙ୍କା ଏବଂ ଡିଏକ୍ସପ୍ଲସର ଦାମ୍ ୧,୧୭,୪୯୯ ଟଙ୍କା ରଖାଯାଇଛି । କହିରଖୁଛୁ ପୂର୍ବର ବର୍ଷ ମାତ୍ର ୩୫ ହଜାର ୟୁନିଟ୍ସ ବିକ୍ରି ହୋଇଥିଲା ।

କାଇନାଟିକ୍ ଡିଏକ୍ସର ଡିଜାଇନକୁ କ୍ଲାସିକ୍ ଓ ଆଧୁନିକ ଉଭୟ ଭାବେ ପ୍ରସ୍ତୁତ କରିଛି କମ୍ପାନୀ । ଏହା ୯୦ କମି ପ୍ରତି ଘଣ୍ଟା ସ୍ପିଡରେ ଯାତ୍ରା କରିପାରିବ । ଏହା ଫୁଲ ଚାର୍ଜରେ ୧୧୬ କିଲୋମିଟର ଯାତ୍ରା କରିପାରିବ । ତେବେ ଡିଏକ୍ସପ୍ଲସ ୧୫୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ । ଏଥିରେ ୮.୮ ଇଞ୍ଚର ଡିଜିଟାଲ କ୍ଲଷ୍ଟର, ବ୍ଲୁଟୁଥ୍, ମ୍ୟୁଜିକ୍ ପ୍ଲେୟର, ଭଏସ୍ ନେଭିଗେସନ ଓ କାଇନାଟିକ୍ ଆସିଷ୍ଟ ସ୍ବିଚ୍ ଭଳି ଫିଚର୍ ଦିଆଯାଇଛି । ବଜାରରେ ଟିଭିଏସ୍ ଆଇକ୍ୟୁବ୍, ବଜାଜ ଚେତକ, ହିରୋ ଭିଡା ଭି୧ ଭଳି ଗାଡି ସହ ଏହାର ମୁକାବିଲା ହେବ ।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories