www.samajalive.in
Friday, December 5, 2025
26.1 C
Bhubaneswar

ମନ୍ତ୍ରୀଙ୍କ କଡ଼ା ତାଗିଦ୍ ପରେ ତତ୍ପରତା: ମୁଖ୍ୟଯନ୍ତ୍ରୀଙ୍କ ମେଗା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମୀକ୍ଷା

ହରଭଙ୍ଗା: ଗତ ଦୁଇଦିନ ତଳେ ରାଜ୍ୟରେ ନିର୍ମାଣାଧୀନ ଥିବା ମେଗା ପାନୀୟଜଳ ଯୋଗାଣ ଭଳି ପ୍ରକଳ୍ପଗୁଡିକ ସମୟସୀମା ମଧ୍ୟରେ ସାରିବା ପାଇଁ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ କଡା ତାଗିଦ୍ କରିଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ ନ ସାରିଲେ ସମ୍ପୃକ୍ତ ଅଧିକାରୀଙ୍କ ଦରମା ବନ୍ଦ ହେବ ବୋଲି କଡା ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ ପରେ ରବିବାର ଅପରାହ୍ନରେ ଜଳ ଜୀବନ ମିଶନର ରାଜ୍ୟ ବୈଷୟିକ ଟିମ୍‌ର ମୁଖ୍ୟଯନ୍ତ୍ରୀ ନାରାୟଣ ଗାନ୍ଧୀ ବୌଦ୍ଧ ଜିଲ୍ଲା ହରଭଙ୍ଗାଠାରେ ନିର୍ମାଣାଧୀନ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପରିଦର୍ଶନ ସହିତ ଏହାର ଅଗ୍ରଗତି ଉପରେ ସମୀକ୍ଷା କରିଛନ୍ତି। ପ୍ରକଳ୍ପ କାର୍ଯ୍ୟର ହରଭଙ୍ଗାଠାରେ ନିର୍ମାଣାଧୀନ ଥିବା ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ, ପାଣିଘରାଠାରେ ନିର୍ମାଣାଧୀନ ଇନଟେକ କୂଅ ସହିତ ଅନ୍ୟାନ୍ୟ ଓଭରହେଡ୍ ଟ୍ୟାଙ୍କ ସାଙ୍ଗକୁ ପାଇପ ବିଛା କାର୍ଯ୍ୟ ଆଦି ପରିଦର୍ଶନ କରିବା ସହିତ ନିର୍ମାଣର ଅଗ୍ରଗତି ସମୀକ୍ଷା କରିଛନ୍ତି।

ଅନ୍ୟପଟେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁଁ ପାଖାପାଖି ୪ବର୍ଷ ହେଲା ପ୍ରକଳ୍ପ ନିର୍ମାଣ ସରିପାରୁନାହିଁ। ଫଳରେ ସରକାରଙ୍କ କୋଟି କୋଟି ଟଙ୍କାରେ ଲୋକଙ୍କ ଘରେ ଘରେ ପାନୀୟ ଜଳ ଯୋଗାଣରେ ବଡ ବ୍ୟତିକ୍ରମ ଘଟିଛି। ଏହାର ନିର୍ମାଣ ଦାୟିତ୍ୱରେ ଥିବା ଏଲଆଣ୍ଡଟି ଭଳି ନାମୀଦାମୀ ଠିକାସଂସ୍ଥା ମିଆଦି ପରେ ମିଆଦି ବୃଦ୍ଧି କରି ସମୟ ଗଡ଼େଇ ଚାଲିଛି। କେଉଁ କାରଣରୁ ପ୍ରକଳ୍ପ ନିର୍ମାଣରେ ବିଳମ୍ବ ହେଉଛି ଏ ଦିଗରେ ଅଧିକ ସମୀକ୍ଷା ଆବଶ୍ୟକ ରହିଛି। ସୂଚନା ଅନୁସାରେ, ଜଙ୍ଗଲ ବିଭାଗ, ବନ୍ୟପ୍ରାଣୀ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ପୂର୍ତ ବିଭାଗ ପକ୍ଷରୁ ସମନ୍ୱୟ ଅଭାବରୁ ଅନୁମତି ନଥିବାରୁ ଅନେକ ସ୍ଥାନରେ ପାଇପ୍ ବିଛା ଭଳି ଓଭରହେଡ ଟ୍ୟାଙ୍କ କାର୍ଯ୍ୟ ନିର୍ମାଣ ଆଦୌ ଆରମ୍ଭ ହୋଇପାରୁନାହିଁ। ଏହା ସହିତ ଜିଲ୍ଲାରେ ଏତେବଡ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବାବେଳେ ନେତାଠାରୁ ପ୍ରଶାସନିକ ଅଧିକାରୀଙ୍କ ଏ ଦିଗରେ ଆନ୍ତରିକତା ଅଭାବରୁ ପ୍ରକଳ୍ପର ଅଗ୍ରଗତି ଦିଗରେ ଅନ୍ୟ ବିଭାଗର ସହଯୋଗ ମିଳୁନାହିଁ ବୋଲି ଅଞ୍ଚଳର ବୁଦ୍ଧିଜୀବୀ କହିଛନ୍ତି। ଫଳରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସରିବାରେ ଅଧିକ ବିଳମ୍ବର ଅନ୍ୟ ଏକ ବଡକାରଣ ବୋଲି କୁହାଯାଉଛି।

- Advertisement -

ମୁଖ୍ୟଯନ୍ତ୍ରୀଙ୍କ ଗସ୍ତ ସମୟରେ ତାଙ୍କ ସହିତ ବୌଦ୍ଧ ଜଳ ଓ ପରିମଳ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପଲ୍ଲବୀ ସାମଲ, ହରଭଙ୍ଗା ବିଡିଓ ଶରତ କୁମାର ସେଠୀ, ହରଭଙ୍ଗା ଜଳଓ ପରିମଳ ଯନ୍ତ୍ରୀ ଜୀବନ କୁମାର ପଟ୍ଟନାୟକ ଏବଂ ନିର୍ମାଣକାରୀ ଠିକାସଂସ୍ଥାର ପ୍ରକଳ୍ପ ମ୍ୟାନେଜରଙ୍କ ସହିତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ପ୍ରକାଶ ଥାଉ କି, ହରଭଙ୍ଗାଠାରେ କେନ୍ଦ୍ରସରକାରଙ୍କ ଜଳ ଜୀବନ ମିଶନ ଯୋଜନାରେ ଗତ ୧୫ ନଭେମ୍ବର ୨୦୨୧ରୁ ୧୯୫କୋଟି ୭୦ଲକ୍ଷ ଟଙ୍କା ବ୍ୟୟବରାଦରେ ବୃହତ୍ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ନିର୍ମାଣାଧୀନ ରହିଛି। ପ୍ରକଳ୍ପ ନିର୍ମାଣ ମିଆଦି ୨ବର୍ଷ ରହିଥିଲା। ଗତ ନଭେମ୍ବରମାସ ୨୦୨୩ ପ୍ରକଳ୍ପ ନିର୍ମାଣ ମିଆଦି ସରିଥିଲା। ୨ବର୍ଷ ମିଆଦି ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ୬୦ ପ୍ରତିଶ୍ରତରୁ କମ୍ ସରିଥିଲା। ଯାହାଫଳରେ ପ୍ରକଳ୍ପ ନିର୍ମାଣ ସମୟସୀମାକୁ ଗତବର୍ଷ ନଭେମ୍ବର ମାସ ପର୍ଯ୍ୟନ୍ତ ଆହୁରି ଏକ ବର୍ଷକୁ ବୃଦ୍ଧି କରାଯାଇଥିଲା। ଗତ ନଭେମ୍ବର ୨୦୨୪ସୁଦ୍ଧା ପ୍ରଥମ ମିଆଦି ସରିବାପରେ ମଧ୍ୟ ପ୍ରକଳ୍ପ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି। ଏଯାବତ୍ ୭୦ ପ୍ରତିଶତ କାର୍ଯ୍ୟ ସରିଥିବାବେଳେ ଆହୁରି ୩୦ ପ୍ରତିଶତ କାମ ବାକି ରହିଛି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories