ଆରଡି: ଲଘୁଚାପ ପ୍ରଭାବରେ ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣବର୍ଷା ଯୋଗୁ ନଦୀରେ ବଡଧରଣ ବନ୍ୟା ଦେଖାଦେଇଛି। ଆଖୁଆପଦାଠାରେ ବୈତରଣୀ ନଦୀର ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାରୁ ତଳମୁଣ୍ଡରେ ଅର୍ଥାତ୍ ଚାନ୍ଦବାଲି ବ୍ଲକର ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁର ଆଦି ଅଞ୍ଚଳର ନଦୀକୂଳିଆ ଲୋକେ ଆତଙ୍କିତ ହୋଇ ପଡିଛନ୍ତି।
ବିଶେଷକରି କୁଆଖିଆ-ଆଖଣ୍ଡଳମଣି ଜାତୀୟ ରାଜପଥର ବୋଡକ ନିକଟରେ ବୈତରଣୀ ନଦୀକୂଳ ଦେଇ ଯାଇଥିବାରୁ ଗତ ୨ବର୍ଷ ହେବ ୨ଶହ ଫୁଟର ରାସ୍ତା ନଦୀ ଆଡକୁ ଢଳି ରହିବା ସହ କିଛି ଅଂଶ ଦଵିଯାଇଛି। ବୈତରଣୀ ନଦୀରେ ଆସୁଥିବା ବନ୍ୟାପାଣି ରାସ୍ତାକୁ ଵୁଡାଇଵାର ଆଶଙ୍କା ଦେଖାଦେଇଥିବାରୁ ଜାତୀୟ ରାଜପଥ ବିଭାଗ ପକ୍ଷରୁ ରାସ୍ତା କଡ଼ରେ ବାଉଁଶ ଵାଡା ସହ କିଛି ବାଲିବସ୍ତା ପକାଯାଇଛି । ଏପଟେ ଧାମରାଠାରେ ସମୁଦ୍ର ଅଶାନ୍ତ ହୋଇ ପଡ଼ିଥିବାରୁ ଉଚ୍ଚ ଜୁଆର ଢେଉ ବଢ଼ିବାରେ ଲାଗିଛି। ଯାହାକି ବୈତରଣୀ ନଦୀର ଉପରମୁଣ୍ଡରୁ ଆସୁଥିବା ଵନ୍ୟାପାଣି ନିଷ୍କାସନରେ ବାଧକ ସାଜିପାରେ। ବୈତରଣୀ ନଦୀରେ ଏବେ ଵନ୍ୟାପାଣି ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ଆରଡି ନିକଟ ମୁଆ କଜଳା ମାହାରା ନିକଟରେ ନଦୀବନ୍ଧ ଅତ୍ୟନ୍ତ ଦୁର୍ବଳ ଥିବାବେଳେ ସାଠିଵାଙ୍କୁଡା ଓ ସୁନ୍ଦରପୁର ଗାଁ ନିକଟରେ ନଦୀବନ୍ଧ ଦୁର୍ବଳ ରହିଛି। ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ନଦୀକୂଳିଆ ବାସିନ୍ଦା।



