www.samajalive.in
Monday, December 8, 2025
13.1 C
Bhubaneswar

ସର୍ବଦଳୀୟ ବୈଠକରେ ସହମତି: ସୋମବାରଠାରୁ ସୁରୁଖୁରୁରେ ଚାଲିବ ସଂସଦ

ସମାଜ ଡିଜିଟାଲ ଡେସ୍କ: ବିହାରରେ ଭୋଟର ତାଲିକା ସଂଶୋଧନ ଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ(ଏସଆଇଆର)କୁ ବିରୋଧ କରି ସଂସଦରେ ଦୁଇଦିନ ଧରି ହଟ୍ଟଗୋଳ ଲାଗି ରହିବା ପରେ ଶୁକ୍ରବାର ସୁଧାର ଆସିଛି। ସର୍ବଦଳୀୟ ବୈଠକରେ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି। ଆସନ୍ତା ସୋମବାରଠାରୁ ସଂସଦ କାର୍ଯ୍ୟ ନିୟମିତ ଚାଲୁରହିବ ବୋଲି ବୈଠକରେ ସହମତି ହୋଇଛି। ତେବେ ବୈଠକ ପରେ ଅପରାହ୍ନ ୨ଟାରେ ପୁନର୍ବାର କାର୍ଯ୍ୟ ଆରମ୍ଭ ହୋଇଥିଲେ ବିରୋଧୀମାନେ ପୁଣି ହଟ୍ଟଗୋଳ କରିଥିବା ଦେଖିବାକୁ ମଳିଥିଲା।

ଶୁକ୍ରବାର ସଂସଦ କାର୍ଯ୍ୟ ଆରମ୍ଭ ହେବା ପରେ ଲୋକସଭାରେ ବିରୋଧୀ ଦଳଗୁଡ଼ିକ ନାରାବାଜି କରିଥିଲେ। ଏହା ପରେ ବାଚସ୍ପତି ଓମ ବିର୍ଲା ସର୍ବଦଳୀୟ ବୈଠକ ଡକାଇଥିଲେ। ଅପରାହ୍ନ ୧୨ଟା ୩୦ରେ ବୈଠକ ଡକାଯାଇଥିଲା। ବୈଠକରେ ଶାସକ ଦଳର ସଦସ୍ୟଙ୍କ ସମେତ ବିଭିନ୍ନ ବିରୋଧୀ ଦଳର ପ୍ରତିନିଧିମାନେ ଯୋଗଦେଇଥିଲେ। ଅନେକ ସମୟ ଧରି ଆଲୋଚନା ହେବା ପରେ ଆସନ୍ତା ୨୮ ତାରିଖ ସୋମବାରଠାରୁ ଗୃହକାର୍ଯ୍ୟ ନିୟମିତ ଚାଲିବ ଏବଂ ଏଥିରେ ବାଧା ସୃଷ୍ଟି କରାଯିବ ନାହିଁ ବୋଲି ବିରୋଧୀମାନେ ସହମତି ଜଣାଇଥିଲେ।

- Advertisement -

ଅନ୍ୟପଟେ ଅପରାହ୍ନ ୨ଟା​‌ରେ ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ପୁଣି ଥରେ ବିରୋଧୀମାନେ ହୋହଲ୍ଲା କରିଥିଲେ। ବିରୋଧୀଙ୍କ ଏପରି ଆଚରଣ ଦେଖି ଲୋକସଭା ଚେୟାର ଚିନ୍ତାବ୍ୟକ୍ତ କରିଥିଲେ। ଲୋକସଭା ଚେୟାର ଜଗଦମ୍ବିକା ପାଲ ବିରୋଧୀଙ୍କୁ ସମାଲୋଚନା କରିବା ସହିତ ନାରାବାଜି ଦେଲେ ତୁମମାନଙ୍କୁ ଭୋଟ ଦେଇ ଏଠାକୁ ପଠାଇଥିବା ଜନତାଙ୍କର କୌଣସି ଲାଭ ହେବ ନାହିଁ ବୋଲି କହିଥିଲେ।

ସମାଜବାଦୀ ପାର୍ଟି ସାଂସଦ ରାମ ଗୋପାଳ ଯାଦବ କହିଛନ୍ତି, ଆମେ ଗାନ୍ଧିଜୀଙ୍କ ଦର୍ଶନର ଅନୁଗାମୀ। ତେଣୁ ଆମେ ଶାନ୍ତିପୂର୍ଣ୍ଣ ଭାବେ ସରକାରଙ୍କୁ ଦାବି କରୁଛୁ ଯେ ସେ ଗଣତନ୍ତ୍ରର ହତ୍ୟା କରିବା ବନ୍ଦ କରନ୍ତୁ। ଏହା ଅତି ବିପଜ୍ଜନକ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories