www.samajalive.in
Saturday, December 13, 2025
26.1 C
Bhubaneswar

ଆସିଲା ସାଇନ୍ ୧୦୦ ଡିଏକ୍ସ, ଅଗଷ୍ଟରୁ ବୁକିଂ ଆରମ୍ଭ

ନୂଆଦିଲ୍ଲୀ : ଦୁଇଚକିଆ କମ୍ପାନୀ ହୋଣ୍ଡା ନିଜ ସବୁଠାରୁ ଶସ୍ତା ଏବଂ ଲୋକପ୍ରିୟ ବାଇକ୍ ସାଇନ୍ ୧୦୦ର ଏକ ନୂଆ ପ୍ରିମିୟମ୍ ଭର୍ସନ ସାଇନ୍ ୧୦୦ ଡିଏକ୍ସ ଲଞ୍ଚ୍ କରିଦେଇଛି । ଏହି ବାଇକ୍ ଏବେ ଅଧିକ ମଡର୍ଣ୍ଣ ନଜର ଆସିବା ସହିତ ନୂଆ ଫିଚର୍ ମଧ୍ୟ ଯୋଡି ହୋଇଛି । ଏହାର ବୁକିଂ ୧ ଅଗଷ୍ଟରୁ ଆରମ୍ଭ ହେବ ।

ପୂର୍ବ ଅପେକ୍ଷା ଏଣିକି ଏଥିରେ ଚଉଡା ପେଟ୍ରୋଲ ଟ୍ୟାଙ୍କ ମିଳିବ । ଏହା ସହ ବାଇକରେ ବୋଲ୍ଡ ଗ୍ରାଫିକ୍ସ, କ୍ରୋମ୍ ହେଡଲାଇଟ୍ କାଉଲ ଓ କ୍ରୋମ୍ ହିଟ୍ ଶିଲ୍ଡ ଦିଆଯାଇଛି ଯାହା ଏହାକୁ ପ୍ରିମିୟମ୍ ଫିଲ୍ ଦେଉଛି । ଏହା ସହିତ ଏଥିରେ ଏଲସିଡି ଡିଜିଟାଲ କ୍ଲଷ୍ଟର ମିଳିବ ଯାହା ଏହି ସେଗମେଣ୍ଟରେ ଏକ ବଡ ଅପଡେଟ୍ ।

- Advertisement -

କମ୍ପାନୀ ୪ଟି ରଙ୍ଗର ବିକଳ୍ପ ବ୍ଲୁ, ଗ୍ରେ, ଲାଲ୍ ଏବଂ କଳା ରଙ୍ଗରେ ଗାଡିକୁ ଲଞ୍ଚ୍ କରିଛି । ଏଥିରେ ୯୮.୯୮ସିସିର ଇଞ୍ଜିନ୍ ମିଳିଥାଏ ଯାହା ୭.୨୮ ବିଏଚପିର ପାଓ୍ବର ଓ ୮.୦୪ ଏନଏମର ଟର୍କ ଉତ୍ପନ କରିବାରେ ସକ୍ଷମ । ଏଥିରେ ୪ ସ୍ପିଡ୍ ମାନୁଆଲ ଗିୟରବକ୍ସ ମିଳିଥାଏ । ଏହି ଇଞ୍ଜିନ ଉଭୟ ସହର ଓ ଗ୍ରାମାଞ୍ଚଳରେ ଥିବା ରାସ୍ତାରେ ଉତ୍ତମ ପ୍ରଦର୍ଶନ କରିପାରିବ । ଏଥିରେ ଷ୍ଟିଲ୍ ଫ୍ରେମ୍ ଚେସିସ୍ ମିଳିଥାଏ । ଏହା ବ୍ୟତୀତ ଟେଲିସ୍କୋପିକ୍ ଫ୍ରଣ୍ଟ୍ ଫୋର୍କ ଓ ୫ ଷ୍ଟେପ୍ ଆଡଜଷ୍ଟେବଲ ସସପେନ୍ସନ ଦିଆଯାଇଛି । ଏଥିରେ ୧୭ ଇଞ୍ଚର ଟ୍ୟୁବଲେସ୍ ଟାୟାର୍ ଓ ଆଲୟହ୍ବିଲ୍ ମିଳିବ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories