www.samajalive.in
Friday, December 5, 2025
23.1 C
Bhubaneswar

୧୧୯ କେଜି ଗଞ୍ଜେଇ ସହ ବୋଲେରୋ ଗାଡି ଜବତ, ଆସାମୀ ଚମ୍ପଟ  

ପଦ୍ମପୁର : ଅବକାରୀ ବିଭାଗକୁ ବଡ ସଫଳତା ମିଳିଛି। ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏମ. ସ୍ବାତୀଙ୍କ ନିର୍ଦେଶ କ୍ରମେ ପଦ୍ମପୁର ବ୍ଲକ ତେମ୍ବାଗୁଡା ପଞ୍ଚାୟତର ସରଧାପୁର ଜଙ୍ଗଲରେ ଚଢାଉ କରାଯାଇଛି। ଏବଂ  ୧୧୯ କେଜି ଗଞ୍ଜେଇ ସହ ଏକ ବୋଲେରୋ ଗାଡି ଜବତ କରାଯାଇଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୧ ଲକ୍ଷ ୯୦ ହଜାର ଉର୍ଦ୍ଧ  ଟଙ୍କା  ହେବ ବୋଲି  ଥାନାଧିକାରୀ ସୂଚନା ଦେଇଛନ୍ତି ।  ମିଳିଥିବା ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ପୁଲିସ୍ ପାଟ୍ରୋଲିଂ କରୁଥିବା ସମୟରେ ପଦ୍ମପୁର ବ୍ଲକ ସରଧାପୁର ଦୁର୍ଗମ ଜଙ୍ଗଲ ରାସ୍ତାରେ ବୋଲେରୋ ଗାଡିକୁ ପିଛା କରିବା ସମୟରେ ଗାଡିକୁ ଛାଡି ଡ୍ରାଇଭର ଚମ୍ପଟ ମାରିଥିଲା । ଉକ୍ତ ଗାଡିକୁ ତଲାସୀ ସମୟରେ ଗାଡ଼ି ମଧ୍ୟରୁ ୪ ବସ୍ତା ଗଞ୍ଜେଇ ଥିବା ପୁଲିସ୍ ଦେଖିବାକୁ ପାଇଥିଲା । ତେବେ ଚଢାଉ ସମୟରେ ପଦ୍ମପୁର ଥାନା ଏସ ଆଇ  ଶିଶିର କୁମାର ଜେନା, କେନ୍ଦୁଗୁଡା ଫାଣ୍ଡି ଅଧିକାରୀ ଜଝକେତନ ସାହୁ, କନେଷ୍ଟବଳ ଆନନ୍ଦ ବାଉରୀ ସମେତ ଥାନା କର୍ମଚାରୀମାନେ ଉପସ୍ଥିତ ରହିଥିଲେ।

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories