www.samajalive.in
Saturday, December 6, 2025
26.1 C
Bhubaneswar

ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣା – ସଂପୃକ୍ତ  ଅଧିକାରୀ, କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର: ଓଟିଇଟି ଆଳ ଦେଖାଇ ୩ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ପ୍ରାଥମିକ ଶିକ୍ଷକଙ୍କୁ ରାଜ୍ୟ ସରକାର ପଦୋନ୍ନତି ଦେଉ ନାହାନ୍ତି। ୨୦୧୨ ମସିହାରେ ଶିକ୍ଷକଙ୍କ ନିଯୁକ୍ତି ପାଇଁ ଓଟିଇଟି ଆବଶ୍ୟକ ବୋଲି ଏନସିଟିଇର ନିର୍ଦେଶ ଥିବାବେଳେ ୨୦୧୨ମସିହା ପୂର୍ବରୁ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ପଦୋନ୍ନତି ପାଇଁ ଓଟିଇଟି ଆବଶ୍ୟକ ବୋଲି ସରକାର ଶିକ୍ଷକଙ୍କ ଉପରେ ଲଦୁଛନ୍ତି।

ଅନ୍ୟ କୌଣସି ରାଜ୍ୟରେ ୨୦୧୨ମସିହା ପୂର୍ବ ନିଯୁକ୍ତି ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି ପାଇଁ ଓଟିଇଟି ଆବଶ୍ୟକ ନାହିଁ ବୋଲି ଦର୍ଶାଯାଇଛି। ସେଥିପାଇଁ ପ୍ରାଥମିକ ଶିକ୍ଷକଙ୍କ ପାଇଁ ସ୍ବତନ୍ତ୍ର ଓଟିଇଟି କରାଯାଇଥିଲା। ଅନ୍ୟ କୌଣସି ବିଭାଗରେ ଏକକାଳୀନ ଏତେ ସଂଖ୍ୟକ ପ୍ରାର୍ଥୀ ରାଜ୍ୟରେ ପରୀକ୍ଷା ଦେଇ ନଥିବା ବେଳେ ପ୍ରଥମଥର ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ୭୫ହଜାରରୁ ଅଧିକ ପ୍ରାଥମିକ ଶିକ୍ଷକ ଯୋଗ୍ୟତା ହାସଲ ପାଇଁ ଆବେଦନ କରିଥିଲେ। ଘରଠାରୁ ନିଜ ଜିଲା କାର୍ଯ୍ୟାଳୟ ଦେଢ଼ ଶହରୁ ଦୁଇ ଶହ କି.ମି.ହୋଇଥିବାରୁ ପୂର୍ବ ଦିନ ଘର ଭଡ଼ା କରି ଜିଲା ମୁଖ୍ୟ କାର୍ଯ୍ୟାଳୟ ପାଖରେ ରହିଥିଲେ। କିନ୍ତୁ ରାତି ଅଧରେ ପ୍ରଶ୍ନପତ୍ର ପ୍ରଘଟ ଦର୍ଶାଇ ପରୀକ୍ଷାକୁ ବାତିଲ କରାଯାଇଥିବାରୁ ଶିକ୍ଷକମାନେ ମର୍ମାହତ ହୋଇଛନ୍ତି। ଏହି ଘଟଣାକୁ ତୀବ୍ର ନିନ୍ଦା କରିଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ।

- Advertisement -

ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା ଓ ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ସାହୁ କହିଛନ୍ତି, ଏତେ ସଂଖ୍ୟକ ଶିକ୍ଷକ ପରୀକ୍ଷା ଦେବାପାଇଁ ପ୍ରଶ୍ନପତ୍ର ଓ ପରୀକ୍ଷା ପରିଚାଳନା ଦାୟିତ୍ବ ମାଧ୍ୟମିକ ଶିକ୍ଷା ପରିଷଦକୁ ଦିଆଯାଇଥିଲା। ମାଧ୍ୟମିକ ଶିକ୍ଷା ପରିଷଦର ପରିଚାଳନା ତ୍ରୁଟି ଯୋଗୁଁ ଓଟିଇଟି ପରୀକ୍ଷା ହୋଇପାରି ନାହିଁ ଓ ଶିକ୍ଷା ବିଭାଗ ବଦନାମ ହେଉଛି ବୋଲି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଅଭିଯୋଗ କରିଛି। ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ନଦେବା ପାଇଁ ରାତି ଅଧରେ ପରୀକ୍ଷା ବାତିଲ କରାଯାଇଛି ବୋଲି ଶିକ୍ଷକଙ୍କ ମନରେ ସନ୍ଦେହ ଉପୁଜିଛି। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଶିକ୍ଷା ବିଭାଗର ଯେଉଁ ଅଧିକାରୀ/ କର୍ମଚାରୀ ସଂପୃକ୍ତ ଅଛନ୍ତି ଉପଯୁକ୍ତ ତଦନ୍ତ କରି ଖୁବ୍ ଶୀଘ୍ର ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଓ ଆଗାମୀ ଦିନରେ ଏହା ଯେପରି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ସଂଘ ଦାବି କରିଛି। ୨୦୧୨ ମସିହା ପୂର୍ବରୁ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ପଦୋନ୍ନତି ପାଇଁ ଓଟିଇଟି ବାଧ୍ୟତାମୂଳକ ନ କରି ସେମାନଙ୍କୁ ତୁରନ୍ତ ପଦୋନ୍ନତି ଦେବାକୁ ଏକ ପ୍ରେସ ବିବୃତିରେ ସଂଘର ସଭାପତି ଶ୍ରୀ ମହାରଣା ଓ ସାଧାରଣ ସମ୍ପାଦକ ଶ୍ରୀ ସାହୁ କହିଛନ୍ତି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories