www.samajalive.in
Monday, December 8, 2025
24.1 C
Bhubaneswar

ଦୁଷ୍କର୍ମ ଅଭିଯୋଗରେ ଛାତ୍ର କଂ‌ଗ୍ରେସ ସଭାପତି ଗିରଫ

ଭୁବନେଶ୍ବର : ଥଣ୍ଡା ପାନୀୟରେ ନିଶା ଦେଇ ଜନୈକା ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ରବିବାର ରାତିରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଗିରଫ କରିଛି। ଏହି ଘଟଣା ଗତ ମାର୍ଚ୍ଚ ୧୮ ତାରିଖ ସନ୍ଧ୍ୟାରେ ଘଟିଥିବା ପୀଡ଼ିତା ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ପୀଡ଼ିତା ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ଘଟଣା ଦିନ ସନ୍ଧ୍ୟାରେ ତାଙ୍କ ବନ୍ଧୁ ଆୟୁଷ୍ମାନ ସାହୁ ତାଙ୍କୁ ଓ ଜଣେ ମହିଳା ସାଙ୍ଗଙ୍କୁ ବୁଲିଯିବାକୁ କହି ମାଷ୍ଟରକ୍ୟାଣ୍ଟିନ୍‌ ଛକକୁ ନେଇଯାଇଥିଲେ। ସେଠାରେ ଜଣେ ଯୁବକ ଆସି ତାଙ୍କ ଗାଡ଼ିରେ ବସିଥିଲେ। ତାଙ୍କ ନାମ ଉଦିତ ପ୍ରଧାନ ଓ ସେ ଛାତ୍ର କଂଗ୍ରେସ ସଭାପତି ବୋଲି ସେ ଜାଣିବାକୁ ପାଇଥିଲେ। ପୀଡ଼ିତାଙ୍କ ନିକଟରେ ଶ୍ରୀ ପ୍ରଧାନ ବସିବା ସହ ତାଙ୍କୁ ଛୁଇଁବାକୁ ଉଦ୍ୟମ କରିଥିଲେ। ପରେ ସମସ୍ତେ ମଞ୍ଚେଶ୍ବର ଥାନା ଅଞ୍ଚଳର ଏକ ହୋଟେଲକୁ ଯାଇଥିଲେ। ସେଠାରେ ଥଣ୍ଡା ପାନୀୟରେ ନିଶା ଦେଇ ଉଦିତ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲେ। ଏହି ଘଟଣା ପରେ ପୀଡ଼ିତା ତାଙ୍କୁ ଘରେ ଛାଡ଼ିବାକୁ କହିଥିଲେ ମଧ୍ୟ ଉଦିତ ତାଙ୍କ ସହ ଖରାପ ବ୍ୟବହାର କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଛାତ୍ର କଂଗ୍ରେସର ସଭାପତି ହୋଇଥିବାରୁ ଅଭିଯୁକ୍ତ ବିରୋଧରେ ପୀଡ଼ିତା ମୁହଁ ଖୋଲିବାକୁ ସାହସ କରିନଥିଲେ। ଏବେ ନାରୀ ପାଇଁ ନ୍ୟାୟ ଅଭିଯାନ ଚାଲିଥିବାରୁ ସେ ସାହସ କରି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଉଦିତଙ୍କୁ ଗିରଫ କରାଯାଇ ତଦନ୍ତ ଜାରି ରହିଥିବା ଜୋନ୍‌-୪ ଏସିପି ବିଶ୍ବରଞ୍ଜନ ସେନାପତି ସୂଚନା ଦେଇଛନ୍ତି।
ରାଜ୍ୟରେ ନାରୀ ନିର୍ଯାତନା ନେଇ କଂଗ୍ରେସ ସରକାରଙ୍କୁ ଘେରୁଥିବାବେଳେ ଉଦିତଙ୍କ ଦୁଷ୍କର୍ମ ଅଭିଯୋଗ ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories