ସୁଟିଂରେ ଭାରତକୁ ଆଉ ଦୁଇ ସ୍ୱର୍ଣ୍ଣ

0

ଗୋଲ୍ଡକୋଷ୍ଟ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ନବମ ଦିନରେ ଭାରତକୁ ବନ୍ଧୁକ ଚାଳନାରେ ଆଉ ଦୁଇ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ମିଳିଛି। ୫୦ ମି. ବନ୍ଧୁକ ଚାଳନା ମହିଳା ବର୍ଗରେ ତେଜସ୍ୱିନୀ ସାୱନ୍ତ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଅଞ୍ଜୁମ୍‍ ମୁଦ୍‍ଗିଲ୍‍ ରୌପ୍ୟ ପଦକ ଜିତିଛନ୍ତି। ସେହିପରି ୨୫ପିଏମ୍‍ ରାପିଡ୍‍ ଫାୟାର ପିସ୍ତଲ୍‍ ପ୍ରତିଯୋଗିତାରେ ୧୬ ବର୍ଷ ବୟସ୍କ ଅନିଶ୍‍ ଭନ୍‍ୱାଲା ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହାପରେ ଭାରତର ସ୍ୱର୍ଣ୍ଣପଦକ ସଂଖ୍ୟା ୧୬ ଓ ରୌପ୍ୟ ପଦକ ସଂଖ୍ୟା ୮ରେ ପହଞ୍ଚିଛି। ୧୬ ସ୍ୱର୍ଣ୍ଣ, ୮ ରୌପ୍ୟ ଓ ୧୦ କାଂସ୍ୟ ପଦକ ସହିତ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ତାଲିକାର ତୃତୀୟ ସ୍ଥାନରେ ରହିଛି।

Leave A Reply