www.samajalive.in
Monday, December 8, 2025
24.1 C
Bhubaneswar

ଭାରତରେ ତିଆରି ହେବ ଷ୍ଟିଲ୍‌ଥ ଯୁଦ୍ଧ ବିମାନ ଇଞ୍ଜିନ

ସମାଜ ଡିଜିଟାଲ ଡେସ୍କ: ଭାରତରେ ତିଆରି ହେବ ଷ୍ଟିଲ୍‌ଥ ଯୁଦ୍ଧ ବିମାନର ଇଞ୍ଜିନ। ଏ ନେଇ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଖୁବଶୀଘ୍ର ଏକ ପ୍ରତିରକ୍ଷା ଚୁକ୍ତି ହେବାକୁ ଯାଉଛି। ପ୍ରାୟ ୬୧ ହଜାର କୋଟି ଟଙ୍କା ବିନିମୟରେ ଫ୍ରାନ୍ସ ସହିତ ୧୨୦ କିଲୋନ୍ୟୁଟନ(କେଏନ) ଜେଟ୍‌ ଇଞ୍ଜିନ ବିକଶିତ କରିବାକୁ ଯୋଜନା ରହିଛି। ଏହି ଇଞ୍ଜିନ ଆଡଭାନ୍ସ ମିଡିୟମ କମ୍ବାଟ ଏୟାରକ୍ରାଫ୍ଟ(ଏଏମସିଏ) ଏବଂ ଭବିଷ୍ୟତର ଅନ୍ୟାନ୍ୟ ଯୁଦ୍ଧ ବିମାନ ପାଇଁ ତିଆରି ହେବ।

ଏଏମସିଏ ଭାରତର ପଞ୍ଚମ ପିଢ଼ିର ଷ୍ଟିଲ୍‌ଥ ବା ଗୁପ୍ତ ଯୁଦ୍ଧ ବିମାନ। ଯାହାକୁ ଡିଆରଡିଓ(ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ) ଦ୍ଵାରା ଡିଜାଇନ ଏବଂ ବିକଶିତ କରଯାଉଛି। ଏହି ଯୁଦ୍ଧ ବିମାନ ଶତ୍ରୁପକ୍ଷର ରାଡାରରେ ଆସିବ ନାହିଁ। ସେହିପରି ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ(ହାଲ) ଦ୍ଵାରା ଇଣ୍ଡିଆନ ମଲ୍ଟିରୋଲ ହେଲିକପ୍ଟର(ଆଇଏମଆରଏଚ) ନିର୍ମାଣ କରାଯାଉଛି।

- Advertisement -

ଭାରତ ନିଜର ଯୁଦ୍ଧ ବିମାନ ଏବଂ ହେଲିକପ୍ଟର ପାଇଁ ଇଞ୍ଜିନ ତିଆରି କରିବାରେ ଆତ୍ମନିର୍ଭର ହେବାକୁ ଚାହୁଁଛି। ବର୍ତ୍ତମାନ ସୁଦ୍ଧା ଅଧିକାଂଶ ଇଞ୍ଜିନ ବିଦେଶରୁ ମଗାଯାଉଛି। ଫ୍ରାନ୍ସ ସହିତ ଆଲୋଚନା କରାଯାଇ ଏହି ସମସ୍ୟାର ସମାଧାନର ବାଟ ବାହାର କରାଯାଉଛି। ଉଭୟ ଦେଶ ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ ଏବଂ ଆଇଏମଆରଏଚ ପାଇଁ ଶକ୍ତିଶାଳୀ ଇଞ୍ଜିନ ନିର୍ମାଣ କରିବାର ଯୋଜନା କରୁଛନ୍ତି। ତେଣୁ ଦୁଇ ଦେଶ ମଧ୍ୟରେ ଏକ ବଡ଼ ପ୍ରକଳ୍ପର ଚୁକ୍ତି ହେବାକୁ ଯାଉଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories