www.samajalive.in
Saturday, December 6, 2025
19.1 C
Bhubaneswar

ବଡ ଖୁସି ନେଇ ଆସୁଛି ଅଗଷ୍ଟ: ଗ୍ରହଙ୍କ ଦୁର୍ଲ୍ଲଭ ରାଜଯୋଗ, ଏହି ରାଶିଙ୍କ ଉପରେ ଧନବର୍ଷା କରିବେ ମା’ଲକ୍ଷ୍ମୀ, ମିଳିବ ସନ୍ତାନ ସୁଖ, ହେବେ ଭାଗ୍ୟଶାଳୀ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅଗଷ୍ଟ ମାସରେ ଅନେକ ଗ୍ରହଙ୍କ ରାଶି ପରିବର୍ତ୍ତନ କାରଣରୁ ବିଭିନ୍ନ ରାଜଯୋଗ ସୃଷ୍ଟି ହେବ । ଏହି ରାଜଯୋଗର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ..

ଅଗଷ୍ଟ ମାସ ଖୁବ୍‌ ଖାସ୍‌ ହେବାକୁ ଯାଉଛି । ଧାର୍ମିକ ଦୃଷ୍ଟି କୋଣରୁ ଏହି ମାସରେ ରାକ୍ଷୀପୂର୍ଣ୍ଣିମା, ଜନ୍ମାଷ୍ଟମୀ ସମେତ ଅନେକ ମହତ୍ତ୍ୱପୂର୍ଣ୍ଣ ପର୍ବପର୍ବାଣୀ ପାଳନ କରାଯିବ । ଏହାସହ ଏହି ମାସରେ ସୂର୍ଯ୍ୟ, ବୁଧ, ଶୁକ୍ର ଓ ଶନିଙ୍କ ସ୍ଥିତି ମଜଭୁତ ହେବ । ଏହି ମାସରେ ଗ୍ରହଙ୍କ ରାଜା ସୂର୍ଯ୍ୟ କର୍କଟ ରାଶିରେ ଚଳନ କରିବେ । ଅଗଷ୍ଟ ମଧ୍ୟମରେ ସୂର୍ଯ୍ୟ ଚଳନ କରି ସିଂହ ରାଶିରେ ପ୍ରବେଶ କରିବେ । ଶୁକ୍ର ମିଥୁନ ଓ କର୍କଟ ରାଶିରେ ରହିବେ । ମଙ୍ଗଳ କନ୍ୟା ରାଶିରେ ରହିବେ । ଶନି ମୀନ ରାଶିରେ ଓଲଟା ଚଳନ କରିବେ । ବୁଧ ସିଧା ସହ ଅସ୍ତ ମଧ୍ୟ ହେବେ । ଗ୍ରହଙ୍କ ଏଭଳି ସ୍ଥିତିରୁ ଅନେକ ଶୁଭଯୋଗ ସୃଷ୍ଟି ହେବ । ଗ୍ରହଙ୍କ ଚଳନ ଫଳରେ ବିପରୀତ ରାଜଯୋଗ, ଗଜଲକ୍ଷ୍ମୀ ରାଜଯୋଗ, ଲକ୍ଷ୍ମୀ-ନାରାୟଣ ରାଜଯୋଗ ସୃଷ୍ଟି ହେବ ।

- Advertisement -

ମେଷ- କର୍ମକ୍ଷେତ୍ରରେ ବଡ ସଫଳତା ମିଳିବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଅଟକି ଥିବା ଧନ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପ୍ରେମରେ ସଫଳତା ମିଳିବ । ଅଟକି ଥିବା କାମ ପୂରଣ ହେବ ।

ସିଂହ- କର୍ମକ୍ଷେତ୍ରରେ ଶୁଭ ପରିବର୍ତ୍ତନ ହେବ । ଦାୟିତ୍ୱ ବୃଦ୍ଧି ହେବ । ନୂଆ କାମ ଆରମ୍ଭ କରିବେ । ଜୀବନରେ ସୁଖ-ସମୃଦ୍ଧି ବୃଦ୍ଧି ହେବ । ଧନ ପ୍ରାପ୍ତି ହେବ ।

ତୁଳା – ଜୀବନରେ ସୁଖ-ଶାନ୍ତି ରହିବ । ସୌନ୍ଦର୍ଯ୍ୟ, କଳା, ପ୍ରେମ ଓ ବିବାହ କ୍ଷେତ୍ରରେ ସଫଳତା ମିଳିବ । ଅବିବାହିତ ଯୁବକ-ଯୁବତୀଙ୍କ ବିବାହ ହେବ । ଦମ୍ପତି ସନ୍ତାନ ସୁଖ ପାଇବେ । ଖର୍ଚ୍ଚ କମ୍‌ ଓ ସଞ୍ଚୟ ଅଧିକ ହେବ ।

ମକର- ଲାଗି ରହିଥିବା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହେବ । ସକରାତ୍ମକ ଶକ୍ତି ରହିବ । କର୍ମକ୍ଷେତ୍ରରେ ବଡ ସଫଳତା ମିଳିବ । ପଦନ୍ନୋତିର ଯୋଗ ରହିଛି ।

ଧନୁ- ଧନ ପ୍ରାପ୍ତି ହେବ । ନୂଆ ଚାକିରିର ଯୋଗ ରହିଛି । ବ୍ୟବସାୟରେ ବଡ ଲାଭ ମିଳିବ । ମା’ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିବ ।

ବେଙ୍ଗାଲୁରୁ ଦଳାଚକଟା ପାଇଁ ବିରାଟ୍‌ କୋହଲି ଦାୟୀ- କର୍ଣ୍ଣାଟକ ସରକାର

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories