www.samajalive.in
Saturday, December 6, 2025
26.1 C
Bhubaneswar

ସୁନା ଚୋରା ଚାଲାଣ; ୧ବର୍ଷ ଜେଲରେ ରହିବେ ଅଭିନେତ୍ରୀ

ନୂଆଦିଲ୍ଲୀ: ସୁନା ଚୋରା ଚାଲାଣ ଘଟଣାରେ ସାଉଥ୍‍ ଅଭିନେତ୍ରୀ ରଣ୍ୟା ରାଓଙ୍କୁ ମିଳିଲାନି ଆଶ୍ୱସ୍ତି । ଫଳରେ ଗୋଟିଏ ବର୍ଷ ଜେଲ ଦଣ୍ଡ ଭୋଗିବେ ଏହି ଅଭିନେତ୍ରୀ ଜଣଙ୍କ । ଏନେଇ ବିଦେଶୀ ମୁଦ୍ରା ସଂରକ୍ଷଣ ଏବଂ ଚୋରାଚାଲାଣ ନିବାରଣ ଆଇନ ପରାମର୍ଶଦାତା ବୋର୍ଡ ଦ୍ୱାରା ପାସ କରାଯାଇଛି । ରଣ୍ୟା ରାଓଙ୍କ ସହିତ ଅନ୍ୟ ଦୁଇ ଅଭିଯୁକ୍ତ ମଧ୍ୟ ସାମିଲ ରହିଛନ୍ତି । ଗତ ମାର୍ଚ୍ଚ ୧୦ ତାରିଖରେ କନ୍ନଡ ଅଭିନେତ୍ରୀଙ୍କୁ ବାଙ୍ଗାଲୋର ବିମାନବନ୍ଦରରୁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ କରାଯାଇଥିଲା । କନ୍ନଡ ଫିଲ୍ମ ‘ମାଣିକ୍ୟ’ ଭଳି ହିଟ୍‍ ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ରଣ୍ୟା ରାଓଙ୍କ ବିରୋଧରେ ସୁନା ଚୋରା ଚାଲାଣର ମାମଲା ରୁଜୁ କରାଯାଇଛି । ଗତ ୪ମାସ ଧରି ଚାଲିଥିବା ଏହି ମାମଲାରେ ଅଭିନେତ୍ରୀଙ୍କୁ କୌଣସି ଆଶ୍ୱସ୍ତି ମିଳିନାହିଁ । ତାଙ୍କୁ ୧ବର୍ଷ ଜେଲ ଦଣ୍ଡ ଦିଆଯାଇଛି । ଏହି ଅବଧି ମଧ୍ୟରେ ତିନି ଜଣଙ୍କୁ ଜାମିନ ପାଇଁ ଆବେଦନ କରିବାର ଅଧିକାରରୁ ବଞ୍ଚିତ କରାଯାଇଛି । ରଣ୍ୟା ରାଓଙ୍କ ୧୪.୮କିଲୋ ସୁନା ସହିତ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଗିରଫ କରିଥିଲା । ତାଙ୍କର ବାରମ୍ବାର ଅନ୍ତର୍ଜାତୀୟ ଯାତ୍ରା ଯୋଗୁଁ ରଣ୍ୟା ଡିଆରଆଇ ର ନଜରକୁ ଆସିଥିଲେ ।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories