www.samajalive.in
Sunday, December 7, 2025
16.1 C
Bhubaneswar

ବୟସ ଗର୍ଭଧାରଣରେ ବିଳମ୍ବର ପ୍ରକୃତ କାରଣ ହୋଇନଥାଏ

ଭୁବନେଶ୍ୱର : ପ୍ରଜନନ ଓ ଗର୍ଭଧାରଣ ଦୀର୍ଘ ସମୟରୁ ଜଣେ ମହିଳାଙ୍କ ବୟସ ସହ ଜଡିତ ରହିଛି । ଜଣେ ଯୁବାବସ୍ଥାରେ ହିଁ କେବଳ ସଠିକ ସମୟରେ ଗର୍ଭଧାରଣ କରିପାରନ୍ତି ବୋଲି ଭ୍ରାନ୍ତ ଧାରଣା ରହିଛି । କିନ୍ତୁ ୨୦ କିମ୍ବା ୩୦ ବର୍ଷ ପ୍ରାରମ୍ଭରେ ମଧ୍ୟ ଅନେକ ମହିଳା ଗର୍ଭଧାରଣ କରିପାରୁନାହାଁନ୍ତି । ଏହାର ମୂଳ କାରଣ ପ୍ରାୟତଃ ହର୍‌ମୋନ ଅସନ୍ତୁଳନ ହୋଇଥାଏ, ଯାହା ସ୍ପଷ୍ଟ ମନେ ହୁଏନାହିଁ କିନ୍ତୁ ଯୁବାବସ୍ଥାରେ ଥିବା ମହିଳାଙ୍କ କ୍ଷେତ୍ରରେ ଏକ ପ୍ରମୁଖ ବ୍ୟାଘାତକାରୀ ଅଟେ , ବୋଲି ଭୁବନେଶ୍ୱର ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫର ଫର୍ଟିଲିଟି ବିଶେଷଜ୍ଞ ଡା.ଲିପ୍ସା ମିଶ୍ର କହିଛନ୍ତି । ଏସମ୍ପର୍କରେ ଅଧିକ ସୂଚନା ପ୍ରଦାନ କରି ଡା. ଲିପ୍ସା ମିଶ୍ର କୁହନ୍ତିଯେ, ହରମୋନଗୁଡିକ ନୀରବ ଦୂତ ଅଟନ୍ତି ଯାହା ଓଭୁଲେଶନ, ଡିମ୍ବାଣୁ ପରିପକ୍ୱତା, ମାସିକ ଋତୁଚକ୍ର ଓ ଗର୍ଭାଶୟ ସ୍ୱାସ୍ଥ୍ୟକୁ ନିୟନ୍ତ୍ରଣ କରିଥାନ୍ତି । ଏପରିକି ଏକ ସାମାନ୍ୟ ବ୍ୟାଘାତ ମଧ୍ୟ ଏହି ଜଟିଳ ସୂକ୍ଷ୍ମ ସନ୍ତୁଳନକୁ ପ୍ରଭାବିତ କରିପାରେ । ଏହି ପ୍ରଜନନ ସମ୍ବନ୍ଧିତ ଗୁରୁତ୍ୱପୂର୍ଣ୍ଣ ହରମୋନଗୁଡିକ ହେଉଛି ଏଫଏସଏଚ (ଫଲିକିଲ-ଷ୍ଟିମୁଲେଟିଂ ହରମୋନ), ଏଲଏଚ (ଲ୍ୟୁଟେନାଇଜିଂ ହରମୋନ), ଏଷ୍ଟ୍ରୋଜେନ, ପ୍ରୋଜେଷ୍ଟେରୋନ, ଥାଇରଏଡ ହରମୋନ, ଇନ୍‌ସୁଲିନ ଓ ଏଏମଏଚ (ଆଂଟି-ମୁଲେରିଆନ ହରମୋନ) ଇତ୍ୟାଦି ଏବଂ ଏହାମଧ୍ୟରୁ କୌଣସି ଗୋଟିଏ ହରମୋନର ଅସନ୍ତୁଳନ ମଧ୍ୟ ଗର୍ଭଧାରଣକୁ ପ୍ରଭାବିତ କରିପାରେ ।

ସବୁଠାରୁ ସାଧାରଣ ଏଣ୍ଡୋକ୍ରାଇନ ରୋଗ ହେଉଛି ପଲିସିଷ୍ଟିକ ଓଭାରି ସିଣ୍ଡ୍ରୋମ (ପିସିଓଏସ), ଯାହା ପ୍ରଜନନ ବୟସରେ ଥିବା ପ୍ରତି ୧୦ରୁ ଜଣେ ମହିଳାଙ୍କୁ ପ୍ରଭାବିତ କରିଥାଏ । ଏଭଳି ସ୍ଥିତିରେ ସାଧାରଣତଃ ଅନିୟମିତ ଋତୁସ୍ରାବ, ମୁଖ ବ୍ରଣ, ମୁଣ୍ଡରେ କେଶ ପତଳା ହେବା, ମୁହଁରେ ଅତ୍ୟଧିକ କେଶ ଉଠିବା କିମ୍ବା ହାଇପରଆଣ୍ଡ୍ରୋନିଜିମ କାରଣରୁ ଓଜନ ବଢିବା ଭଳି ସମସ୍ୟା ଦେଖାଦିଏ । ପିସିଓଏସର ଇନ୍‌ସୁଲିନ ରେଜିଷ୍ଟାନ୍ସ ଭଳି ଦୃଢ ମେଟାବୋଲିକ କନେକ୍ସନ ରହିଛି ଯାହା ଜଟିଳ ଅଟେ । ଆଉ ଏକ କମ୍‌ ଆଲୋଚନା ହେଉଥିବା କିନ୍ତୁ ଚିନ୍ତାଜନକ ଅବସ୍ଥା ହେଉଛି ପ୍ରିମାଚ୍ୟୋର ଓଭାରିଆନ ଇନ୍‌ସଫିସିଏନ୍ସି (ପିଓଆଇ), ଯେଉଁଥିରେ ୪୦ ବର୍ଷ ବୟସ ପୂର୍ବରୁ ଓଭାରିର କାର୍ଯ୍ୟକ୍ଷମତା ହ୍ରାସ ପାଇଥାଏ । ମେନୋପଜ୍‌ର ବିପରୀତରେ ଏହା ଅକସ୍ମାତ ଓ ବିନା ଚେତାବନୀରେ ଦେଖା ଦେଇଥାଏ, ଯାହା ଜଣେ ମହିଳାଙ୍କ ପ୍ରଜନନ କ୍ଷମତାକୁ ନାଟକୀୟ ରୂପେ ହ୍ରାସ କରିଥାଏ ।

- Advertisement -

ଡା. ମିଶ୍ର ଆହୁରି ମଧ୍ୟ କହିଛନ୍ତିଯେ, ହରମୋନଜନିତ ବ୍ୟାଧି କ୍ୱଚିତ ପ୍ରାକୃତିକ ହୋଇଥାଏ । କିଛି ମହିଳାଙ୍କ ନିକଟରେ ଅନିୟମିତ ଋତୁସ୍ରାବ କିମ୍ବା ମୁହଁରେ ଅତ୍ୟଧିକ କେଶ ଉଠିବା ଭଳି ନିଶ୍ଚିତ ଲକ୍ଷଣଗୁଡିକ ଦେଖା ଦେଉଥିବା ବେଳେ ଅନ୍ୟ କିଛି ମହିଳାଙ୍କଠାରେ ଅସ୍ପଷ୍ଟ କ୍ଳାନ୍ତି ଅନୁଭବ ହେବା, ମନୋଭାବ ପରିବର୍ତନ ନହେବା କିମ୍ବା ଓଜନରେ ଅନିୟମିତତା ଦେଖାଦେବା ଭଳି ଲକ୍ଷଣ ବିକଶିତ ହୋଇଥାଏ । ଯେହେତୁ ଏହି ଲକ୍ଷଣଗୁଡିକ ଚାପ କିମ୍ବା ଜୀବନଶୈଳୀ ସମସ୍ୟା ଭଳି ମନେ ହୋଇଥାଏ, ତେଣୁ ସେଗୁଡିକୁ ସାଧାରଣତଃ ଖାରଜ କିମ୍ବା ଭୂଲ ନିଦାନ କରାଯାଇଥାଏ, ଯାହାଫଳରେ ପ୍ରଭାବୀ ଚିକିତ୍ସାରେ ବିଳମ୍ବ ହୋଇଥାଏ । ଯୁବାବସ୍ଥାରେ ଥିବା ମହିଳାମାନେ ଏହା ଭାବିବା ଉଚିତ ନୁହେଁ ଯେ, ବୟସ, ପ୍ରଜନନ କ୍ଷମତା ସହ ସମାନ ଅଟେ । ଅନିୟମିତ ଋତୁସ୍ରାବ, ପିସିଓଏସ ଲକ୍ଷଣ କିମ୍ବା ଗର୍ଭଧାରଣ ପ୍ରୟାସରେ କ୍ରମାଗତ ବିଫଳତା ପାଇଁ ଜଣେ ବିଶେଷଜ୍ଞଙ୍କ ଠାରୁ ଶୀଘ୍ର ପରାମର୍ଶ ନେବା ଦୀର୍ଘାବଧି ସଂଘର୍ଷକୁ ରୋକିପାରିଥାଏ ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories