www.samajalive.in
Saturday, December 13, 2025
26.1 C
Bhubaneswar

ରାଜ୍ୟସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ପାୟଲଙ୍କ ସ୍ବର୍ଣ୍ଣ, କଳ୍ପଜିତଙ୍କୁ ରୌପ୍ୟ

ଗଞ୍ଜାମ : ଚଳିତ ବର୍ଷ ରାଜ୍ୟସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ଗଞ୍ଜାମର  ଝିଅ ପାୟଲ ନାହାକ (୯ ବର୍ଷ )ସ୍ବର୍ଣ୍ଣ ପଦକ ଏବଂ କଳ୍ପଜିତ ପାତ୍ର ରୌପ୍ୟ ପଦକ ବିଜେତା ହୋଇଥିବା ଜଣାପଡିଛି। ସେମାନଙ୍କର ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ଅନୁଗୁଳଠାରେ ଇଣ୍ଡୋର ଷ୍ଟାଡିୟମରେ  ହୋଇଥିବା ରାଜ୍ୟସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ଦଶ ବର୍ଷରୁ କମ ବୟସ ବିଭାଗରେ ପାୟଲ ଗୋଲ୍ଡ ମେଡାଲ ପାଇଥିବା ବେଳେ କଳ୍ପଜିତ ବ୍ରୋଞ୍ଜ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପାୟଲ ଓ କଳ୍ପଜିତ ଗଞ୍ଜାମ ଜିଲାରୁ ପ୍ରତିନିଧିତ୍ୱ କରି ଏହି ସଫଳତା ପାଇ ଗଞ୍ଜାମ ସହର ପାଇଁ ଗୌରବ ଆଣିଛନ୍ତି । ପାୟଲ ହେଉଛନ୍ତି ପୁଇଁତୋଳା ଗ୍ରାମର ପ୍ରଶାନ୍ତ ନାହାକ ଓ ମମତା ନାହାକଙ୍କ ଝିଅ। ସେହିପରି କଳ୍ପଜିତ ଗଞ୍ଜାମ ଥାନାଅଧିକାରୀ ସୁମିତ୍ରା ପାତ୍ର ଓ ଦୁଷ୍ମନ୍ତ ପାତ୍ରଙ୍କ ପୁଅ ଅଟନ୍ତି। ପାୟଲ ତୃତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ କଳ୍ପଜିତ ଦ୍ୱିତୀୟ ଶ୍ରେଣୀରେ  ଅଧୟନ କରୁଥିବା ଜଣାପଡିଛି। ଆସନ୍ତା ଅଗଷ୍ଟ ମାସରେ ପାୟଲ ଜାତୀୟ ସ୍ତରୀୟ ଖେଳିବାକୁ ଚେନ୍ନାଇ ଯିବେ ବୋଲି ସୂଚନା ମିଳିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories