www.samajalive.in
Saturday, December 13, 2025
21.1 C
Bhubaneswar

ହାଇକୋର୍ଟ ଅଧିବକ୍ତାଙ୍କୁ ମରଣାନ୍ତକ ଆକ୍ରମଣ

ବାଲେଶ୍ୱର: ରେମୁଣା ଥାନା ଅନ୍ତର୍ଗତ ମୁଖରା ଗାଁରେ ହାଇକୋର୍ଟ ଓକିଲ ତଥା ଭାରତ ସରକାରଙ୍କ ନୋଟାରୀ ପ୍ରବୀର କୁମାର ଦାସଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଗତ ରବିବାର ଦିନ ଶ୍ରୀ ଦାସ ଜେନାବରାଇ ମୌଜା ଅନ୍ତର୍ଗତ କମଳା ପୋଖରୀ ପାଖରେ ନିଜ ଜମିରେ ବାଉଁଶ ବୁଦା ସଫା କରାଉଥିବା ସମୟରେ ତାଙ୍କ ଉପରକୁ ଆକ୍ରମଣ କରାଯାଇଛି। ଉକ୍ତ ଗାଁର ଜୟଚନ୍ଦ୍ର ବେହେରା ଓରଫ ବାଙ୍ଗରା ଏବଂ ତାଙ୍କ ପୁଅ ସଞ୍ଜୟ ବେହେରା ଓରଫ ବାଣ୍ଠୁ ଶ୍ରୀ ଦାସଙ୍କୁ ଜୀବନରୁ ମାରିଦେବା ପାଇଁ ଚେଷ୍ଟା କରିଛନ୍ତି । ଆକ୍ରମଣ ଫଳରେ ପ୍ରବୀରଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଛି।

ପୂର୍ବରୁ ମଧ୍ୟ ଏଭଳି ଅନେକ ଅପରାଧୀକ କାର୍ଯ୍ୟକଳାପରେ ବାଣ୍ଠୁ-ବାଙ୍ଗରାଙ୍କ ନାଁ ସାମିଲ ଅଛି ।  ସୂଚନାଯୋଗ୍ୟ ଆକ୍ରମଣର ଶିକାର ହୋଇଥିବା ଶ୍ରୀ ଦାସ ଭୁବନେଶ୍ୱରରେ ରୁହନ୍ତି। ତାଙ୍କ ବାପା ଗଙ୍ଗାଧର ଦାସଙ୍କ ଦେହାନ୍ତ ପରେ ସେ ନିଜ ଗାଁରେ ଥିବା ଜମିଜମା ବୁାଝାବୁଝି କରିବା ପାଇଁ  ଯାଇଥିଲେ। କଣ୍ଟା ବାଉଁଶ ବୁଦା ଗୁଡ଼ିକ ଫସଲ ନଷ୍ଟ କରିୁଥିବା କାରଣରୁ ସେ ଲୋକ ଲଗାଇ ସେଗୁଡ଼ିକ କଟାକଟି କରୁଥିଲେ। ଏହି ସମୟରେ ହଠାତ ଉତ୍ୟକ୍ତ ହୋଇ ବାଣ୍ଠୁ-ବାଙ୍ଗରା ବାପ ପୁଅ ତାଙ୍କ ଉପରକୁ କୋଦାଳ ଏବଂ ବାଉଁଶରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଶ୍ରୀ ଦାସ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଅନ୍ୟପଟେ ଏଭଳି ଏକ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories