www.samajalive.in
Saturday, December 13, 2025
21.1 C
Bhubaneswar

ଗୋଟିଏ ବଂଶର ବୋଲି ବିଲରେ ହଳ କରି ତଡ଼ା ଖାଇଲେ ପ୍ରେମୀ ଯୁଗଳ, ଏବେ ପତ୍ତା ମିଳୁନି

କଲ୍ୟାଣସିଂହପୁର: ଏବେବି ବଞ୍ଚିରହିଛି ପୁରାତନ ପରମ୍ପରାକୁ ନେଇ କଙ୍ଗାରୁକୋର୍ଟ। ଗୋଟିଏ ବଂଶର ହେବା ପ୍ରେମୀ ଯୁଗଳଙ୍କୁ ମହଙ୍ଗା ପଡ଼ିଛି। ବିଲରେ ହଳ କରିବାପରେ ତଡ଼ା ଖାଇଲେ। ଆଉ ଏବେ ଉଭୟଙ୍କ ଖୋଜ ଖବର ନାହିଁ। ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ କଞ୍ଜାମଯୋଡ଼ି ଗାଁରେ। ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଗ୍ରାମ ଦେବୀଙ୍କ ପାଖରେ ପୂଜାପାଠ କରାଇବାପରେ ବଳଦ ସ୍ଥାନରେ ଗୋଟିଏ ପୁଅ ଓ ଝିଅକୁ କାନ୍ଧରେ ଯୁଆଳି ପକେଇ କ୍ଷେତରେ ତଶିବାକୁ ବାଧ୍ୟ କରାଯାଉଛି। ଉଭୟଙ୍କ ଅନିଚ୍ଛା ସତ୍ତ୍ୱେ ଧମକଚମକ ଦେଇ ହଳ କରାଉଛନ୍ତି ଗାଁ ଲେକେ।

ଅନୁସନ୍ଧାନରୁ ଜଣା ପଡ଼ିଲା, ଗାଁ କୁଟୁମ୍ବଙ୍କ ନିଷ୍ପତ୍ତି ଅନୁସାରେ ଉଭୟଙ୍କୁ ଦଣ୍ଡ ଦିଆଯାଇ ଗାଁରୁ ତଡ଼ି ଦିଆଯାଇଛି। ଏମାନଙ୍କ ଭୁଲ ଥିଲା ଉଭୟ ଗୋଟିଏ ବଂଶର ଏବଂ ସମ୍ପର୍କରେ ଆତା(ପିଉସୀ ନାନୀ)-ପୁତୁରା। ଆଦିବାସୀ ପରମ୍ପରା ଅନୁଯାୟୀ ଗୋଟିଏ ବଂଶର ହୋଇଥିଲେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରିବେ ନାହିଁ। କାରଣ ସେମାନେ ଭାଇ ଭଉଣୀ କିମ୍ବା ଆତା (ପିଉସୀ ନାନୀ) ପୁତୁରା ହୋଇଥା’ନ୍ତି, ଯାହାକି ଗୋଟିଏ ରକ୍ତର ସମ୍ପର୍କ। ତେଣୁ ବିବାହ ହୋଇ ପାରିବ ନାହିଁ। କଞ୍ଜାମଯୋଡ଼ି ଗାଁର ଲାକ ସାରକା ଓ କୋଡ଼ିଆ ସାରକାଙ୍କ ପ୍ରେମ ସମ୍ପର୍କ ରହିଥିଲା। ଦିନେ ଉଭୟଙ୍କୁ ଏକତ୍ରିତ ଥିବା ଗାଁ ଲେକେ ଦେଖିଥିଲେ। ଏହାକୁ ନେଇ ଗାଁ କୁଟୁମ୍ବ ବୈଠକ ବସି ଉଭୟଙ୍କୁ ଏହି ଦଣ୍ଡ ଶୁଣାଇଥିଲେ, ଯାହା ତାଙ୍କ ପରମ୍ପରା ରହିଛି। କେବଳ ଏତିକିରେ ସୀମିତ ନଥିଲା, ଉଭୟଙ୍କୁ ଗାଁ ଛାଡ଼ିବାକୁ ପଡ଼ିଲା। ବର୍ତ୍ତମାନ ପ୍ରେମୀଯୁଗଳ କେଉଁଠାରେ ଅଛନ୍ତି କାହାକୁ ଜଣାନାହିଁ। ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories