www.samajalive.in
Sunday, December 14, 2025
26.1 C
Bhubaneswar

ଗିରଫ ହେବେ ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ୟୁନ୍‌

ସିଓଲ: ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ୟୁନ୍‌ ସୁକ୍‌ ୟିଓଲଙ୍କୁ ଗିରଫ କରିବାକୁ ସ୍ଥାନୀୟ ଅଦାଲତ ଗୁରୁବାର ଏକ ପରୱାନା ଜାରି କରିଛନ୍ତି। ଗତବର୍ଷ ଦେଶରେ ସାମିରିକ ଶାସନ ଲାଗୁ କରିବାକୁ ୟୁନ୍‌ ଯେଉଁ ଷଡଯନ୍ତ୍ର କରିଥିଲେ, ସେଥିପାଇଁ ତାଙ୍କୁ ଗିରଫ କରାଯିିବ ବୋଲି କୁହାଯାଇଛି। ଗୁରୁବାର ଶୁଣାଣି ସମୟରେ ୟୁନ୍‌ଙ୍କ ଓକିଲ ଯେଉଁ ଯୁକ୍ତିି ଉପସ୍ଥାପନ କରିଥିଲେ, ତାହାକୁ ବିଚାରପତି ଅଗ୍ରାହ୍ୟ କରିଦେଇଛନ୍ତି। ଶୁଣାଣି ପରେ ୟୁନ୍‌ଙ୍କୁ ସିଓଲ ନିକଟସ୍ଥ ଅଟକ କେନ୍ଦ୍ରକୁ ନିଆଯାଇଛି। ଏହାକୁ ମିଶାଇ ୟୁନ୍‌ ଦୁଇଥର ଗିରଫ ହୋଇସାରିଲେଣି। ଚଳିତବର୍ଷ ଜାନୁଆରୀରେ କ୍ଷମତାରେ ଥିବାବେଳେ ୟୁନ୍‌ଙ୍କୁ ପ୍ରଥମେ ଗିରଫ କରାଯାଇଥିଲା। ତେବେ ଅଦାଲତଙ୍କ ନିର୍ଦେଶକ୍ରମେ ତାଙ୍କୁ ମାର୍ଚ୍ଚରେ ଖଲାସ କରାଯାଇଥିଲା। ସୂଚନାଯୋଗ୍ୟ ୨୦୨୪ ଡିସେମ୍ବର ୩ରେ ୟୁନ୍‌ ଦେଶରେ ସାମରିକ ଶାସନ ଲାଗୁ କରିଥିଲେ। ତେବେ କିଛି ଘଣ୍ଟା ବ୍ୟବଧାନରେ ପାର୍ଲାମେଣ୍ଟରେ ଏହି ନିଷ୍ପତ୍ତିି ଖାରଜ ହୋଇଯାଇଥିଲା। ପରଦିନ ୟୁନ୍‌ଙ୍କୁ କ୍ଷମତାଚ୍ୟୁତ କରିବାକୁ ମହାଅଭିଯୋଗ ପ୍ରସ୍ତାବ ଆଗତ ହୋଇଥିଲେ ସୁଦ୍ଧା ସେ ଅଳ୍ପକେ ବର୍ତ୍ତିଯାଇଥିଲେ। ତେବେ ଦଶ ଦିନ ପରେ ଆଗତ ହୋଇଥିବା ମହାଅଭିଯୋଗ ପ୍ରସ୍ତାବ ବହୁମତରେ ଗୃହୀତ ହେବାକୁ ୟୁନ୍‌ ରାଷ୍ଟ୍ରପତି ପଦରୁ ଗାଦିଚ୍ୟୁତ ହୋଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories