www.samajalive.in
Friday, December 12, 2025
17.1 C
Bhubaneswar

ବିଦ୍ୟୁତ ଆଘାତରେ ୨ ଚାଷୀ ମୃତ

ଭବାନୀପାଟଣା: କୋକସରା ବ୍ଲକ ଅନ୍ତର୍ଗତ ବଡ ପୋଡାଗୁଡ଼ା ଗାଁରେ ଚାଷ ଜମିରେ ପାଣି ମଡାଉଥିବାବେଳେ ବିଦ୍ୟୁତ ଆଘାତରେ ୨ ଜଣ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ସେହି ଗାଁର ଧନୁର୍ଯ୍ୟ ମଶ୍ରା(୫୩) ଏବଂ କଛାରପଡାର ଅନିରୁଦ୍ଧ ନାଏକ(୫୫) ବୋଲି ଜଣାପଡ଼ିଛି। ସେମାନେ ସମ୍ପର୍କରେ ଶାଳକ ଓ ଭିଣୋଇ।

ସୂଚନା ଅନୁଯାୟୀ, ଗୁରୁବାର ସକାଳେ ଉଭୟ ଚାଷୀ ବଡ଼ ପୋଡ଼ାଗୁଡା ନିକଟସ୍ଥ ମୁଡ୍ରା ନଦୀ କୂଳରେ ଥିବା ଉଠା ଜଳସେଚନ ପ୍ରକଳ୍ପରୁ ନିଜ ଚାଷ ଜମିକୁ ପାଣି ମଡ଼ାଉଥିଲେ। ଏହି ସମୟରେ କୌଣସି କାରଣରୁ ମୋଟରରେ ବିଦ୍ୟୁତ ସଂଯୋଗ ହୋଇଥିଲା। ମୋଟର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି। ଖବର ପାଇ ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି ଆମପାଣି ଥାନା ପୁଲିସକୁ ସୂଚନା ଦେଇଥିଲେ। ଆମପାଣି ପୁଲିସ ପହଞ୍ଚି ପାରିପାର୍ଶ୍ୱିକ ଅବସ୍ଥା ଅନୁଧ୍ୟାନ କରିବାସହ ମୃତଦେହ ଜବତ କରି ଡାକ୍ତରଖାନା ପଠାଇଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ଉଭୟଙ୍କ ମୃତ୍ୟୁରେ ଗାଁରେ ଶୋକାକୂଲ ପରିବେଶ ସୃଷ୍ଟି ହୋଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ କୋକସରା ତହସିଲଦାରଙ୍କ ନିକଟରେ ଦାବି ହୋଇଛି।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories