www.samajalive.in
Thursday, December 11, 2025
16.1 C
Bhubaneswar

୨୧୭ ଫେରାର ଅଭିଯୁକ୍ତଙ୍କ ଘର ଆଗରେ ନୋଟିସ୍, ୧୬ ଜଣଙ୍କ ଆତ୍ମସମର୍ପଣ

ଛତ୍ରପୁର : ଗଞ୍ଜାମ ପୁଲିସ ଜିଲା ପକ୍ଷରୁ ବିଭିନ୍ନ ଥାନା ପକ୍ଷରୁ ଫେରାର ଅଭିଯୁକ୍ତ ଘରେ ଆଗରେ ନୋଟିସ ଲଗାଯାଇଥିଲା । ଏହିମାନେ ଫେରାର ରହୁଥିବାରୁ ବିଭିନ୍ନ କୋର୍ଟରେ ଚାଲିଥିବା ମାମଲାର ଅଗ୍ରଗତିରେ ବିଳମ୍ବ ହେଉଥିଲା । ଯାହାଫଳରେ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଏମାନଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଡ୍ରାଇଭ ଚାଲିଥିଲା । କିପରି ଏହି ଅପରାଧିମାନେ କୋର୍ଟରେ ହାଜିର ହେବେ ସେନେଇ ପୁଲିସ ପକ୍ଷରୁ ସେମାନଙ୍କ ଘର ଆଗରେ ଲଟକା ଲଗାଯାଇଥିଲା । ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନ୍‌ଏସ୍‌ଏସ୍‌) ୮୪ ଓ ୮୫ ଧାରାରେ ଏହି ନୋଟିସ ଲଗାଯାଉଥିଲା ।  ଏବଂ ନୋଟିସ ଲଗାଯିବାର ୩୦ ଦିନ ମଧ୍ୟରେ କୋର୍ଟରେ ହାଜିର ହେବାକୁ କୁହାଯାଇଥିଲା ନଚେତ ସେମାନଙ୍କ ସମ୍ପତି ବ୍ୟଜପ୍ତି ହେବବୋଲି କୁହାଯାଇଥିଲା । ଏହି ପରିପ୍ରେକ୍ଷୀରେ ୨୧୭ ଫେରାରଙ୍କ ମଧ୍ୟରୁ ୧୬ ଜଣ ଆତ୍ମସମର୍ପଣ କରିଥିବାବେଳେ ୫ଜଣକୁ ପୁଲିସ ଧରିଥିବା ଗଞ୍ଜାମ ଏସପି ସୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି । ଯେଉଁ ମାନଙ୍କ ଘର ଆଗରେ ଏହି ଲଟକା ଲଗାଯାଇଛି ଏହା ଲଗାଯିବାର ୩୦ ଦିନ ସମୟ ସେମାନଙ୍କୁ ଦିଆଯାଇଛି, ଏହି ୩୦ ଦିନ ମଧ୍ୟରେ ସେମାନେ ହାଜର ହେବାକୁ ନିର୍ଦ୍ଦେଶ ରହିଛି ।

୨୪ ଥାନା ପକ୍ଷରୁ ୨୧୭ ଜଣ ଫେରାର ଅଭିଯୁକ୍ତଙ୍କ ଘରେ ଆଗରେ ନୋଟିସ ଲଗାଯାଇଥିଲା । ଭଞ୍ଜନଗର ପୁଲିସ ଥାନା ପକ୍ଷରୁ ୧୫ ଜଣଙ୍କ ଘର ଆଗରେ ନୋଟିସ ଲଗାଯାଇଥିବା ବେଳେ ଜଗନ୍ନାଥପ୍ରସାଦ ରେ ୫ଜଣ, ବେଲଗୁଣ୍ଠାରେ ୨, ତାରସିଂରେ ୧୪, ଗାଙ୍ଗପୁରରେ ୨୧, ବୁଗୁଡା ୧୭, ଆସିକା ୧୧, କୋଟିନଡା ୩, ଶେରଗଡ ୯, ଧରାକୋଟ ୧୦, ବଡଗଡ ୮, ସୋରଡା ୧୬, ପାତ୍ରପୁର ୩, ହିଞ୍ଜିଳି ୧୨, ପୁରୁଷୋତମପୁର ୭, କବିସୂର୍ଯ୍ୟନଗର ୩, ପୋଲସରା ରେ ସର୍ବାଧିକ ୨୭, କୋଦଳା୧୧, ବେଗୁନିଆପଡା ୪, ଛତ୍ରପୁର ୭, ଚମାଖଣ୍ଡି ୨, ରମ୍ଭା ୪, ଖଲ୍ଲିକୋଟ ୬ ଓ ଗଞ୍ଜାମ ଥାନା ପକ୍ଷରୁ ଜଣଙ୍କ ଘର ଆଗରେ ନୋଟିସ୍ ଲଗାଯାଇଥିଲା   । ତାରସିଂ,ପାତ୍ରପୁର ଓ ରମ୍ଭା ପୁଲିସ ପକ୍ଷରୁ ଜଣେ ଲେଖାଏଁ ଫେରାର ଅଭିଯୁକ୍ତକୁ ଧରିଥିବା ବେଳେ ପୁରୁଷୋତ୍ତମପୁର ପୁଲିସ ୨ଜଣକୁ ଧରିଛି । ସେହିପରି  ପୋଲସରାରେ ସର୍ବାଧିକ ୭ଜଣ ଆତ୍ମସମର୍ପଣ କରିଥିବା ବେଳେ କୋଦଳାରେ ୪ଜଣ, ଛତ୍ରପୁର ୨ଜଣ ଓ ଶେରଗଡ,ବଡଗଡ,ପୁରୁଷୋତମପୁରରୁ ଜଣେ ଲେଖାଏଁ ଆତ୍ମସମର୍ପଣ କରିଛନ୍ତି । ସେହିପରି କୋଦଳା,ରମ୍ଭା ଓ ଖଲ୍ଲିକୋଟ ଥାନା ଅଚଂଳରେ ଜଣେ ଲେଖାଏଁ ଫେରାର ଅଭିଯୁକ୍ତଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories