www.samajalive.in
Monday, December 8, 2025
13.1 C
Bhubaneswar

ଜଗନ୍ନାଥ ସଡକରେ ବାଟଭୋଗ ଅର୍ପଣ

ପିପିଲି: ପବିତ୍ର ହରିଶୟନ ଏକାଦଶୀ ତିଥି ଅବସରରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ତଥା ଜଗନ୍ନାଥ ସଡକର ବିଭିନ୍ନ ଗ୍ରାମ୍ୟଛକ ଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ବାଟଭୋଗ ଅର୍ପଣ କରାଯାଇଛି। ଏହି ନିଆରା ପରମ୍ପରାକୁ ଦେଖିବା ପାଇଁ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା।

ପବିତ୍ର ହରିଶୟନ ଏକାଦଶୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ସୁନାବେଶରେ ସଜ୍ଜିତ ହୋଇ ପୁରୀ ବଡଦାଣ୍ଡରେ ରଥ ଉପରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଥିବା ବେଳେ ସେହି ଦର୍ଶନରୁ ବଞ୍ଚିତ ଭକ୍ତ ମାନେ ପୁରୁଣା ଜଗନ୍ନାଥ ସଡକକୁ ବଡଦାଣ୍ଡ ମନେକରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ବାଟଭୋଗ ଅର୍ପଣ କରିବାର ପରମ୍ପରା ବହୁ ପୁରାତନ କାଳରୁ ରହିଆସିଛି। ସେହି ଅନୁଯାଇ ପ୍ରତିବର୍ଷ ଭଳି ରବିବାର ଅପରାହ୍ନରେ ଜଗନ୍ନାଥ ସଡକର ଉତ୍ତରାଛକ, ପୁବାଶାସନ, କୌଶଲ୍ୟାଗଙ୍ଗ, ଗୁଡିଆପୋଖରୀ, ଗୋବିନ୍ଦପୁର ଗ୍ରାମ୍ୟଛକ, ସିଉଳା, ଜଇସପାଟଣା, ପିପିଲି, ଖଣ୍ଡିଆଗିରୀ ଗ୍ରାମ୍ୟଛକ, ଦାଣ୍ଡମୁକୁନ୍ଦପୁର, ନିର୍ମଳା ସମେତ ବିଭିନ୍ନ ସ୍ଥାନରେ ଗ୍ରାମବାସୀମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ବାଟଭୋଗ ଅର୍ପଣ କରିଥିଲେ। ବିଶେଷ କରି ଚାଷୀ ପରିବାର ଲୋକେ ବିଭିନ୍ନ ପ୍ରକାର ଫଳ ଯଥା କଦଳୀ, ସପୁରୀ, ଅମୃତଭଣ୍ଡା, ପଣସ, ନଡିଆ, ସେଓ, ନାସପାତି, ପିଜୁଳି, କାକୁଡି, ଚୁଡାଘଷା ଆଦିକୁ ବେତରେ ପ୍ରସ୍ତୁତ ଧାନମପା ଗଉଣୀ (ପାତ୍ର)ରେ ରଖି ପୂଜା କରୁଥିବା ପରିଲକ୍ଷିତ ହୋଇଥିଲା। ଏହି ପୂଜା ଦ୍ୱାରା ଶ୍ରଦ୍ଧାଳୁମାନେ ପୂଣ୍ୟ ଅର୍ଜନ କରୁଥିବା ବେଳେ କୃଷି ଓ କୃଷକର ଉନ୍ନତି ସାଧିତ ହେଉଥିବା ସଂପର୍କରେ ଖଣ୍ଡିଆଗିରି ଗ୍ରାମର ଅଗ୍ରଣୀଚାଷୀ ଶ୍ରୀଧର ନାୟକ, ନିରଞ୍ଜନ ସ୍ୱାଇଁ, ଡିହସାହି ଗ୍ରାମର ସଞ୍ଜୟ ପ୍ରଧାନ, ପୋଟଳ ଗ୍ରାମର ବିଜୟ କୁମାର ମହାପାତ୍ର ପ୍ରମୁଖ ପ୍ରକାଶ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories