www.samajalive.in
Saturday, December 6, 2025
26.1 C
Bhubaneswar

୨୦ ବର୍ଷ ପରେ ଏକାଠି ହେଲେ ଠାକ୍‌ରେ ଭ୍ରାତା; ବିଜୟ ଉତ୍ସବ ପାଳିଲେ ଉଦ୍ଧବ ଓ ରାଜ

ମୁମ୍ବଇ: ଦୀର୍ଘ ୨୦ ବର୍ଷ ପ‌ରେ ଉଦ୍ଧବ ଠାକରେ ଓ ରାଜ ଠାକରେ ଏକାଠି ହୋଇଛନ୍ତି। ଶନିବାର ମୁମ୍ବଇର ୱର୍ଲିରେ ଆୟୋଜିତ ଏକ ଶୋଭାଯାତ୍ରାରେ ଦୁଇ ଭାଇ ଏକାଠି ହୋଇ ବିଜୟ ଉତ୍ସବ ପାଳନ କରିଛନ୍ତି। ଦୁଇ ଭାଇଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇ ରାଜ୍ୟ ସରକାର ରାଜ୍ୟରେ ଲାଗୁ କରିଥିବା ତ୍ରିଭାଷୀ ନୀତିକୁ ଉଚ୍ଛେଦ କରିବା ପରେ ରାଜ ଓ ଉଦ୍ଧବ ମିଳିତ ଭାବେ ବିଜୟ ଉତ୍ସବ ପାଳନ କରିଛନ୍ତି। ମରାଠି ଭାଷା ପ୍ରସଙ୍ଗକୁ ନେଇ ଦୁଇ ଭାଇ ଏକାଠି ହୋଇଛନ୍ତି। ମହାରାଷ୍ଟ୍ରରେ ହିନ୍ଦୀ ଭାଷା ଶିକ୍ଷାକୁ ଦୁଇ ଭାଇ ଏକାଠି ବିରୋଧ କରିବା ପରେ ରାଜ୍ୟ ସରକାର ବାଧ୍ୟ ହୋଇ ତ୍ରିଭାଷୀ ନୀତିକୁ ଉଚ୍ଛେଦ କରିଥିଲେ। ମହାରାଷ୍ଟ୍ରର ପ୍ରାଥମିକ ବିଦ୍ୟାଳୟଗୁଡିକରେ ମରାଠି, ଇଂରାଜୀ ସହିତ ହିନ୍ଦୀ ଭାଷା ଶିକ୍ଷାକୁ ବାଧ୍ୟତାମୂଳକ କରିବା ପୂର୍ବକ ରାଜ୍ୟ ସରକାର ତ୍ରିଭାଷୀ ନୀତି ଆପଣାଇଥିଲେ। ମାତ୍ର ରାଜ୍ୟ ସରକାରଙ୍କ ଏପରି ନୀତିକୁ ବିରୋଧ କରିବା ପୂର୍ବକ ଦୁଇ ଭାଇ ମିଶି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ। ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସମିତି (ଏମଏନଏସ୍‌) ଓ ଉଦ୍ଧବ ଠାକରେଙ୍କ ଶିବସେନା (ୟୁବିଟି)ର ନେତୃତ୍ବ ନେଉଛନ୍ତି।
ମୁମ୍ବଇ ୱର୍ଲିର ଏନଏସ୍‌ସିଆଇ ଡୋମ୍‌ରେ ଆୟୋଜିତ ବିଜୟ ସମାବେଶରେ ଉଦ୍‌ବୋଧନ ଦେଇ ରାଜ ଠାକରେ କହିଛନ୍ତି ଯେ ଆମେ ହିନ୍ଦୀ ଭାଷାକୁ ବିରୋଧ କରୁ ନାହଁୁ। କାରଣ କୌଣସି ଭାଷା ଖରାପ ନୁହେଁ। ଏକ ଭାଷା ତିଆରି କରିବାକୁ ବହୁତ ଉଦ୍ୟମ ହୋଇଥାଏ। ମାତ୍ର ଆମ ମରାଠି ଲୋକଙ୍କୁ ହିନ୍ଦୀ ଭାଷା ଶିଖିବା ଲାଗି ବାଧ୍ୟ କରିବା ଠିକ୍ ନୁହେଁ। କାରଣ ମରାଠାମାନେ ଯେତେବେଳେ ଦେଶର ବିଭିନ୍ନ ରାଜ୍ୟକୁ ଶାସନ କରୁଥିଲେ ସେତେବେଳେ ସେମାନେ ମରାଠି ଭାଷା ଶିକ୍ଷାକୁ ବାଧ୍ୟତାମୂଳକ କରି ନଥିଲେ। ବିଜେପି ନେତୃତ୍ବାଧୀନ ମହାରାଷ୍ଟ୍ରର ମହାୟୁତି ମେଣ୍ଟ ସରକାରକୁ ନିଶାଣ କରି ରାଜ ଠାକରେ କହିଥିଲେ ଯେ ବିନ। କୌଣସି ଆଲୋଚନାରେ ସରକାର କିପରି ହିନ୍ଦୀ ଭାଷା ଶିକ୍ଷାକୁ ବାଧ୍ୟତାମୂଳକ କରିଥିଲେ। ହିନ୍ଦୀ ଭାଷା ଶିକ୍ଷାକୁ କାହା ସ୍ବାର୍ଥରେ ଓ କେଉଁ ଉଦ୍ଦେଶ୍ୟରେ ବାଧ୍ୟତାମୂଳକ କରାଯାଇଛି। ଏହା ଆମ ପିଲାମାନଙ୍କ ପାଇଁ ଏକ ଅନ୍ୟାୟ। ତୁମେ (ରାଜ୍ୟ ସରକାର) ବିଧାନସଭାରେ ଶାସନ କରିପାର; ମାତ୍ର ଆମେ ଗଳିକନ୍ଦିରେ ଶାସନ କରିବୁ ବୋଲି ରାଜ କହିଛନ୍ତି। ସେହିପରି ଉଦ୍ଧବ ଠାକରେ କହିଛନ୍ତି ଯେ ଆମେ ଏବେ ଏକାଠି ହୋଇ ମୁମ୍ବଇ ଓ ମହାରାଷ୍ଟ୍ରକୁ ଅକ୍ତିଆର କରିବୁ। ଆମେ ଏକାଠି ରହିବାକୁ ଏକାଠି ହୋଇଛୁ। ତୁମେ (ଶିବସେନା) ଆମକୁ ବହୁତ ବ୍ୟବହାର କରିଛ। ତୁମକୁ ଯଦି ବାଲାସାହେବ ଠାକରେ ସମର୍ଥନ କରି ନଥାନ୍ତେ ତେବେ ତୁମକୁ ମହାରାଷ୍ଟ୍ରରେ କେହି ଚିହ୍ନି ନଥାନ୍ତେ। ଆମକୁ ହିନ୍ଦୁତ୍ବ ବାବଦରେ ଶିକ୍ଷା ଦେବାକୁ ତୁମେ କିଏ ବୋଲି ଉଦ୍ଧବ ମହାୟୁତି ସରକାରକୁ ପ୍ରଶ୍ନ କରିଛନ୍ତି। ୨୦୦୫ରେ ଶେଷ ଥର ପାଇଁ ରାଜ ଠାକରେ ଓ ଉଦ୍ଧବ ଠାକରେ ସର୍ବସାଧାରଣରେ ଏକାଠି ହୋଇଥିଲେ। ମାଲଭାନ ବିଧାନସଭା ଉପନିର୍ବାଚନ ପ୍ରଚାର ବେଳେ ଦୁଇ ଭାଇ ଏକାଠି ହୋଇଥିଲେ। ୨୦୦୬ରେ ରାଜ ଠାକରେ ଶିବସେନା ଛାଡି ନିଜର ଦଳ ମହାରାଷ୍ଟ୍ର ନବନିର୍ମାଣ ସେନା ନାମରେ ନୂଆ ଦଳ ଗଠନ କରିଥିଲେ। ସେବେଠାରୁ ଦୁଇ ଭାଇ ସର୍ବସାଧାରଣରେ ଏକାଠି ହୋଇ ନଥିଲେ। କେବଳ ପାରିବାରିକ କାର୍ଯ୍ୟକ୍ରମରେ ଦୁଇ ଭାଇ ଏକାଠି ହେଉଥିଲେ। ରାଜ ଠାକରେଙ୍କ ପିତା ଶ୍ରୀକାନ୍ତ ଠାକରେ ହେଉଛନ୍ତି ବାଲ୍ ଠାକରେଙ୍କ ସାନ ଭାଇ। ଉଦ୍ଧବ ଠାକରେଙ୍କ ପିତା ହେଉଛନ୍ତି ବାଲ୍ ଠାକରେ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories