www.samajalive.in
Friday, December 5, 2025
27.1 C
Bhubaneswar

ଝୁଲି ଝୁଲି ଆସିଲେ କାଳିଆ ସାଆନ୍ତେ

ସମାଜ ଡିଜିଟାଲ ଡେସ୍କ: ପବିତ୍ର ବାହୁଡା ଯାତ୍ରାରେ ଆରମ୍ଭ ହୋଇଛି ପହଣ୍ଡି । ପ୍ରଥମେ ଚକ୍ରରାଜ ସୁଦର୍ଶନ ଓ ପରେ ବଡ ଠାକୁର ବଳଭଦ୍ର ଏବଂ ଦେବୀ ସୁଭଦ୍ରା ପହଣ୍ଡିରେ ଯାଇ ରଥାରୁଢା ହେବା ପରେ ଶେଷରେ ଝୁଲି ଝୁଲି ଆସିଛନ୍ତି କାଳିଆ ଠାକୁର । ପାରମ୍ପରିକ ବାଦ୍ୟର ତାଳେ ତାଳେ ଧାଡି ପହଣ୍ଡିରେ ତାଳଧ୍ୱଜ ରଥକୁ ବିଜେ କରୁଛନ୍ତି ତିନି ଠାକୁର । ଆଷାଢ ଶୁକ୍ଳ ଦଶମୀ ତିଥିରେ ସକାଳ ଧୂପରେ ଖେଚୁଡି ଖାଇ ରଥକୁ ବିଜେ କରୁଛନ୍ତି ଶ୍ରୀଜୀଉ । ପରମ୍ପରା ଅନୁଯାୟୀ, ବାହୁଡା ପହଣ୍ଡି ବେଳେ ଶ୍ରୀଜୀଉଙ୍କ ଶ୍ରୀ ମସ୍ତକରେ ଶୋଲ ଓ ଫୁଲରେ ନିର୍ମିତ ଆକର୍ଷଣୀୟ ଟାହିଆ ଲଗାଯାଇଛି । ସେବକ ଓ ଭକ୍ତଙ୍କ ମେଳରେ ଝୁଲିଝୁଲି ରଥରେ ବିଜେ କରୁଛନ୍ତି ବ୍ରହ୍ମାଣ୍ଡ ଠାକୁର। ଏଥିପାଇଁ ପୁରୀକୁ ଭକ୍ତଙ୍କ ସୁଅ ଛୁଟିଛି। ଜଳ, ସ୍ଥଳ, ଆକାଶ ପଥରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ଗତିବିଧି ଉପରେ ତୀକ୍ଷ୍ମ ନଜର ରଖିଛି ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories