ରଣପୁରଗଡ : ବର୍ଷ ପରେ ବର୍ଷ ବିତିଗଲେ ମଧ୍ୟ ଅନେକ ଉନ୍ନତି ମୂଳକ କାର୍ଯ୍ୟ ପ୍ରତି ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି। ସେଭଳି ଦେଖିବାକୁ ମିଳୁଛି ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପଞ୍ଚୁଦୋଳ ପଡିଆ ଉପନିବନ୍ଧକ କାର୍ଯ୍ୟାଳୟ ନିକଟରେ। ତା ୫/୨/୨୦୨୧ ରିଖରେ ୧୪ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇ ପଞ୍ଚୁଦୋଳ ପଡିଆ ଉପ ନିବନ୍ଧକ କାର୍ଯ୍ୟାଳୟ ନିକଟରେ ଏକ ଗୋଷ୍ଠୀ ଶୌଚାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ନିର୍ମାଣାଧୀନ କାର୍ଯ୍ୟ ପ୍ରତି ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି। ପ୍ରତିଦିନ ଉପ ନିବନ୍ଧକ କାର୍ଯ୍ୟାଳୟକୁ ଆସୁଥିବା ମହିଳାମାନେ, ପଞ୍ଚୁଦୋଳ ଯାତ୍ରା ଓ ବାହୁଡ଼ା ଯାତ୍ରାରେ ଆସୁଥିବା ମହିଳାମାନେ ଅନେକ ଅସୁବିଧା ଭୋଗ କରୁଛନ୍ତି। ସେହିଭଳି ରଣପୁର ନୂଆ କୋର୍ଟ ସାମ୍ନା ଗୋଷ୍ଠୀ ଶୌଚାଳୟ ମଧ୍ୟ ନିର୍ମାଣ ପରେ କାର୍ଯ୍ୟ କରୁନାହିଁ। ଯାହା ଫଳରେ ଅନେକ ଅସୁବିଧା ହେଉଥିବା ଅଭିଯୋଗ ହେଉଛି। କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ବମ୍ବର ମହାପାତ୍ର କୁହନ୍ତି ‘ସମାଜ’ରେ ଖବର ପ୍ରକାଶନ ପରେ କୋର୍ଟ ସାମ୍ନା ଗୋଷ୍ଠୀ ସ୍ବାସ୍ଥ୍ୟ ଶୌଚାଳୟ କାର୍ଯ୍ୟକ୍ଷମ କରିବା ପାଇଁ କରାବାର୍ତ୍ତା ହେ।ଇଛି।



