www.samajalive.in
Monday, December 8, 2025
24.1 C
Bhubaneswar

କାମାକ୍ଷା ମନ୍ଦିରରେ ନରବଳି ଗୁଜବ, ଟିଭି ଉପସ୍ଥାପିକାଙ୍କୁ ପୁଲିସ ସମନ

ଗୁଆହାଟୀ: ଟିଭି ଚ୍ୟାନେଲରେ ଲାଇଭ୍‌ ପ୍ରସାରଣ ଚାଲିଥିବାବେଳେ ଆସାମସ୍ଥିତ କାମାକ୍ଷା ମନ୍ଦିରରେ ନରବଳି ଦିଆଯାଉଛି ବୋଲି ପ୍ରସଙ୍ଗ ଉତ୍‌ଥାପନ କରିଥିବାରୁ ଜଣେ ଟିଭି ଉପସ୍ଥାପିକାଙ୍କୁ ଅଡୁଆ ସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି। ଆସାମ ପୁଲିସ ଏହି ଘଟଣାରେ ସଂପୃକ୍ତ ଉପସ୍ଥାପିକା ଏବଂ ସୃଷ୍ଟି ରଘୁବଂଶୀ ନାମ୍ନୀ ମହିଳାଙ୍କୁ ସମନ ଜାରି କରିଛି। ସୂଚନାଯୋଗ୍ୟ ସୃଷ୍ଟି ହେଉଛନ୍ତି ମେଘାଳୟରେ ହତ୍ୟାର ଶିକାର ହୋଇଥିବା ରାଜା ରଘୁବଂଶୀଙ୍କ ସମ୍ପର୍କୀୟ ଭଉଣୀ। ଏଭଳି ଦାୟିତ୍ବହୀନ ମନ୍ତବ୍ୟ ଦେଇ ହିନ୍ଦୁ ଧର୍ମାବଲମ୍ବୀଙ୍କ ଧାର୍ମିକ ଭାବନାକୁ କ୍ଷୁଣ୍ଣ କରିଥିବାରୁ ଦୁଇ ଅଭିଯୁକ୍ତଙ୍କୁ ଜୁଲାଇ ୨୩ ଓ ୨୪ରେ ଗୁଆହାଟୀ ପୁଲିସ ନିକଟରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ ମେଘାଳୟରେ ରାଜା ରଘୁବଂଶୀଙ୍କ ଅନ୍ତର୍ଦ୍ଧାନ ପ୍ରସଙ୍ଗ ନେଇ ଉପସ୍ଥାପିକା ଜଣକ ସୃଷ୍ଟିକୁ ପ୍ରଶ୍ନ କରିଥିଲେ। କାମାକ୍ଷା ମନ୍ଦିରରେ ନରବଳି ପ୍ରଥା ଚାଲିଥିବାରୁ ସମ୍ଭବତଃ ରାଜା ଏହାର ଶିକାର ହୋଇଥାଇପାରନ୍ତି ବୋଲି ଉପସ୍ଥାପିକା କହିଥିବାବେଳେ ସୃଷ୍ଟି ଏହାକୁ ସମର୍ଥନ କରିଥିଲେ। ଅବଶ୍ୟ ପରବର୍ତ୍ତୀ ସମୟରେ ରାଜାଙ୍କୁ ତାଙ୍କ ପତ୍ନୀ ସୋନମ ରଘୁବଂଶୀ ସୁପାରି କିଲରଙ୍କ ସହାୟତାରେ ହତ୍ୟା କରିଥିବା ଜଣାପଡିଥିଲା। ପୁଲିସ ଏହି ଘଟଣାରେ ସୋନମ, ପ୍ରେମିକ ରାଜ୍‌ କୁଶୱାହା ଏବଂ ତିନିଜଣ ସୁପାରି କିଲରଙ୍କୁ ଗିରଫ କରିସାରିଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories