www.samajalive.in
Monday, December 8, 2025
14.1 C
Bhubaneswar

ଦିଲ୍ଲୀରେ ପୁରୁଣା ଗାଡ଼ିକୁ ତେଲ ଯୋଗାଣ କଟକଣା ସ୍ଥଗିତ

ନୂଆଦିଲ୍ଲୀ: ଜୁଲାଇ ୧ରୁ ଦିଲ୍ଲୀରେ ୧୦ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ ଗାଡି ଓ ୧୫ ବର୍ଷରୁ ଅଧିକ ପୁରୁଣା ଡିଜେଲ ଗାଡିକୁ ତେଲ ଯୋଗାଣ ଉପରେ ଯେଉଁ କଟକଣା ଲାଗୁ କରାଯାଇଥିଲା, ତାହାକୁ ଦିଲ୍ଲୀ ସରକାର ସ୍ଥଗିତ ରଖିଛନ୍ତି। ଦିଲ୍ଲୀର ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂହ ସିର୍ସା ଏହି ମର୍ମରେ ସିଏକ୍ୟୁଏମ୍‌ (କମିସନ ଫର୍‌ ଏୟାର କ୍ବାଲିଟି ମ୍ୟାନେଜମେଣ୍ଟ)କୁ ଏକ ଚିଠି ଲେଖିଛନ୍ତି। ପୁରୁଣା ଗାଡିକୁ ଚିହ୍ନଟ କରିବାକୁ ଦିଲ୍ଲୀର ପେଟ୍ରୋଲ ପମ୍ପଗୁଡିକରେ ଏଏନ୍‌ପିଆର (ଅଟୋମେଟିକ୍‌ ନମ୍ବର ପ୍ଲେଟ୍‌ ରେକଗ୍‌ନିସନ) କ୍ୟାମେରା ଖଞ୍ଜାଯାଇଛି। ତେବେ ସବୁ ପେଟ୍ରୋଲ ପମ୍ପରେ ଏହି ବ୍ୟବସ୍ଥା ଉପଲବ୍ଧ ହେଉନଥିବାରୁ ତେଲ ଯୋଗାଣ କଟକଣା ସ୍ଥଗିତ ରଖାଯାଇଛି। ଅପରପକ୍ଷରେ ଦିଲ୍ଲୀରେ ଏଭଳି କଟକଣା ଲାଗୁ କରାଯିବା ଦ୍ବାରା ପୁରୁଣା ଗାଡି ମାଲିକମାନେ ହରିୟାଣା ଓ ଉତ୍ତର ପ୍ରଦେଶର ସୀମାନ୍ତବର୍ତ୍ତୀ ଜିଲା ଯଥା ଗୁରୁଗ୍ରାମ, ନୋଏଡାକୁ ଯାଇ ସେଠାରେ ତେଲ ଭର୍ତ୍ତି କରୁଥିବା ଲକ୍ଷ୍ୟ କରାଯାଇଛି।
ଏହାଦ୍ବାରା ସରକାରଙ୍କ ଯୋଜନା ବାଧାପ୍ରାପ୍ତ ହେଉଛି। ଦିଲ୍ଲୀର ବିଜେପି ସାଂସଦ ପ୍ରବେଶ ବର୍ମା ଏଭଳି ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି। ଏଏନ୍‌ପିଆର କ୍ୟାମେରା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଏତେ ସହଜ ନୁହେଁ ବୋଲି ସେ କହିଛନ୍ତି। ପୁରୁଣା ଗାଡିର ବୟସ ଯାଞ୍ଚ କରିବା ପରିବର୍ତ୍ତେ ଉକ୍ତ ଗାଡିର ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ କରାଯିବା ଜରୁରୀ ବୋଲି ସେ କହିଛନ୍ତି। କେବଳ ଦିଲ୍ଲୀ ନୁହେଁ, ସମଗ୍ର ଏନ୍‌ସିଆର (ନ୍ୟାସନାଲ କ୍ୟାପିଟାଲ ରିଜିଅନ୍‌)ରେ ଏହି କଟକଣା ଲାଗୁ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ପୁରୁଣା ଗାଡିକୁ ତେଲ ମନା କରାଯିବା ଫଳରେ ଦିଲ୍ଲୀର ପେଟ୍ରୋଲ ପମ୍ପଗୁଡିକ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଫଳରେ ଦିଲ୍ଲୀ ପେଟ୍ରୋଲ ଡିଲର୍ସ ଆସୋସିଏସନ ତରଫରୁ ଏହାକୁ ବିରୋଧ କରି ହାଇକୋର୍ଟରେ ପିଟିସନ ଦାଏର କରାଯାଇଥିଲା। ବୁଧବାର ହାଇକୋର୍ଟ ଏହାର ଶୁଣାଣି କରି ଦିଲ୍ଲୀ ସରକାର ଓ ସିଏକ୍ୟୁଏମ୍‌କୁ ଜବାବ ତଲବ କରିଛନ୍ତି। ସୂଚନାଯୋଗ୍ୟ ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ ୧୦ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ ଗାଡି ଓ ୧୫ ବର୍ଷର ପୁରୁଣା ଡିଜେଲ ଗାଡିକୁ କୌଣସି ପେଟ୍ରୋଲ ପମ୍ପରେ ତେଲ ଯୋଗାଣକୁ ଜୁଲାଇ ୧ରୁ ବନ୍ଦ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories